ଟିକ୍ ଟକ୍ ଆପ୍ସ ପରେ ଚିଙ୍ଗାରି ଆପ୍ସ କୁ ତିଆରି କରିଛନ୍ତି ଏହି ଓଡିଆ ପୁଅ ତାଙ୍କ ସମ୍ପର୍କରେ ଜାଣିଲେ କହିବେ ବାଃ ବାଃ

0

ଆଜି କାଲି ର ଯୁବପିଢି ବହୁତ ଏକ୍ଟିଭ୍ ରହୁଛନ୍ତି ସୋସିଆଲ୍ ମିଡିଆ ସାଇଡ୍ସ ରେ। ଦିନ ରାତି ସବୁବେଳେ ପିଲା ମାନେ ସୋସିଆଲ୍ ମିଡିଆରେ ବିଜି ରହୁଛନ୍ତି। ଆଜି କାଲି ବୁଢା ଠାରୁ ଆରମ୍ଭ କରି ବଡ ପିଲା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସୋସିଆଲ୍ ମିଡିଆରେ ବିଜି ରହୁଛନ୍ତି। ତେବେ ପ୍ଲେ ଷ୍ଟୋର୍ ଆସୁଥିବା ଅନେକ ଗୁଡିଏ ଆପ୍ସ ସମ୍ବନ୍ଧରେ ମଧ୍ୟ ସମସ୍ତେ ଜାଣିଥିବା। ପ୍ଲେ ଷ୍ଟୋର୍ ରେ ବିଭିନ୍ନ ପ୍ରକାରର ଆପ୍ସ ଦ୍ୱାରା ଆମ ମାନଙ୍କ ବିଭିନ୍ନ ହିତ ମଧ୍ୟ ସାଧନ ହେଉଛି। ଆଜି କାଲି ତ ସ୍ମାର୍ଟ ଫୋନ୍ ଦ୍ୱାରା ଆମର ସମସ୍ତ କାମ ହେଇଯାଇଛି। ଘରେ ବସି ଆମେ ମାନେ ସବୁ କିଛି କାମ କରିପାରୁଛୁ।


ତେବେ ଏହି କିଛି ଦିନ ତଳେ ପ୍ଲେ ଷ୍ଟୋର୍ ରେ ଏକ ଆପ୍ସ ଉପଲବ୍ଧ ହୋଇଥିଲା ଯାହାର ନାମ ଥିଲା ଟିକ୍ ଟକ୍। ଏହି ଆପ୍ସ କୁ ଲୋକ ମାନେ ବହୁ ମାତ୍ରାରେ ବ୍ୟବହାର ମଧ୍ୟ କରୁଥିଲେ। ଲୋକ ମାନେ ଏହି ଆପ୍ସ ମାଧ୍ୟମ ରେ ବିଭିନ୍ନ ପ୍ରକାରର ଭିଡିଓ କରି ବହୁତ ଫେମସ୍ ମଧ୍ୟ ହୋଇଯାଇଥିଲେ। ଏହି ଆପ୍ସ ଟି ଚାଇନା ର ଥିଲା। ଏବେ କିନ୍ତୁ କିନ୍ତୁ ଇଣ୍ଡିଆ ଏବଂ ଲାଦାଖ୍ ବର୍ଡରେ ଯୁଦ୍ଧ ହେବା ପରେ ଆମ ଭାରତ ସରକାର ସେହି ଆପ୍ସ କୁ ଆମ ଦେଶରୁ ବ୍ୟାନ୍ କରି ଦେଇଛନ୍ତି। କେବଳ ଯେ ଟିକ୍ ଟକ୍ ଆପ୍ସ ବ୍ୟାନ୍ ହୋଇଛି ତାହା ନୁହେଁ, ଟିକ୍ ଟକ୍ ସମେତ ଆହୁରି 59 ଟି ଚାଇନିଜ୍ ଆପ୍ସ କୁ ଆମ ସରକାର ଆମ ଦେଶରେ ବ୍ୟାନ୍ କରିଦେଇଛନ୍ତି।


ଏହି ଆପ୍ସ ଟି ବ୍ୟାନ୍ ହେବା ପରେ ଆଉ ଏକ ଟିକ୍ ଟକ୍ ପରି ଆପ୍ସ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଏହି ଆପ୍ସ ଟିକୁ ଜଣେ ଓଡିଆ ପୁଅ ଡେଭଲପ୍ଡ କରିଛନ୍ତି। ଏହି ଆପ୍ସ ଟି ର ନାମ ହେଉଛି ଚିଙ୍ଗାରି। ଟିକ୍ ଟକ୍ ବ୍ୟାନ୍ ହେବା ପରେ ଲୋକ ମାନେ ଏହି ଆପ୍ସ କୁ ବହୁତ ମାତ୍ରାରେ ଡାଉନଲୋଡ କରିଥିଲେ। ଲୋକ ମାନେ ଟିକ୍ ଟକ୍ ଭଳି ଏହି ଆପ୍ସ କୁ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରିବା ସହ ୟୁଜ୍ ମଧ୍ୟ କରୁଛନ୍ତି।


ଏହି ଆପ୍ସ କୁ ଯିଏ ତିଆରି କରିଛନ୍ତି ତାଙ୍କର ନାମ ହେଉଛି ବିଶ୍ୱସ୍ତମା। ସିଏ କଟକ ର ଆଦର୍ଶପୁର ରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ବାଙ୍ଗାଲୁର୍ ରେ ରହୁଛନ୍ତି। ସେ ଆଦର୍ଶ ପ୍ରାଚୀ ଏକାଡେମୀ ରୁ ଦଶମ ପାସ୍ କରିବା ପରେ ସେ ବାଙ୍ଗାଲୁର୍ ର ରୟାଲ୍ କଲେଜ୍ ଅଫ୍ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ରେ ଜଏନ୍ ହୋଇଥିଲେ। ଏଠାରେ ସେ +2 ସାରିବା ପରେ SOA ୟୁନିଭର୍ସିଟି ରେ ବିମେକ୍ କରିବା ପାଇଁ ଆଡମିସନ ହୋଇଥିଲେ। ଏଠାରେ ସେ ସିଦ୍ଧାର୍ଥ ଗୌତମ୍ ଏବଂ ସୁମିତ ଘୋଷ୍ ନାମକ ଦୁଇ ସାଙ୍ଗ ଙ୍କ ସହ ମିଶି ଏହି ଆପ୍ସ ଟି ତିଆରି କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।