Breaking new – ଜୁଲାଇ ୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ କଲେଜ, ସରକାର ଜାରି କଲେ ଗାଇଡଲାଇନ୍, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

କରୋନା ଭଳି ମହାମାରୀ ସାରା ବିଶ୍ବ ରେ ଏତେ ମାତ୍ରା ରେ ଖେଳି ଯାଇଛି ଯେ ଏଥିରୁ ବଞ୍ଚିବା କଷ୍ଟକର ହୋଇ ପଡିଛି । ସରକାର ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଉଛନ୍ତି। ପୁରା ଦେଶ ଏହା ପାଇଁ ଲକ୍ ଡାଉନ୍ ହୋଇ ସଦ୍ ଡାଉନ୍ ହୋଇଥିଲା।ସର ଦେଶରେ କରୋନ ସଂକ୍ରମଣ କୁ ରୋକିବା ପାଇଁ ବିଭିନ୍ନ ବ୍ୟାପକ ପଦଷେପ ନିଆ ଯାଉଅଛି । ଦେଶ ର ଆର୍ଥିକ ପରିସ୍ଥିତି ଉପରେ ଖୁବ୍ ପ୍ରଭାବ ପକାଇଥିଲା ।

ପରେ କଟକଣା ଉପରେ କୋହଳ କରା ଯାଇଥିଲା । ଲୋକେ ଘରେ ରହି ବହୁତ ହଇରାଣ ହେଉଥିଲେ। ନିଜ କାମ କରିପାରିନଥିଲେ ।ସେଥି ପାଇଁ ସରକାର ଘରୁ ଯିବ ପାଇଁ ଅନୁମତି ଦେଇଥିଲେ । ହେଲେ ତାହା କୋଭିଡ୍ ଗାଇଡ୍ ଲାଇନ କୁ ଅବଲମ୍ବନ କରି ଯାତାୟତ କରିବା ପାଇଁ କହିଥିଲେ।ଅତି ଆବଶ୍ୟକ ପଡିଲେ ହି ଘରୁ ବାହାରିବା ପାଇଁ ନିୟମ ରଖା ଯାଇଥିଲା ।

ଏହି ଲକ୍ ଡାଉନ୍ ସମୟ ରେ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି । ଅତ୍ୟାବଶ୍ୟକ ଦ୍ରବ୍ୟ ବ୍ୟତୀତ ଅନ୍ୟ କୌଣସି ଦୋକାନ ମଧ୍ୟ ଖୋଲା ରହୁ ନାହି । ତେବେ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବାରୁ ପିଲା ମାନେ ପାଠ ପଢ଼ା ରେ ଅବହେଳିତ ହୋଇଛନ୍ତି । ଏହାକୁ ଦୃଷ୍ଟି ରେ ରଖି ଜୁନ୍ ମାସ ୨୧ ତାରିଖ ଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ରେ କ୍ଲାସ ଚାଲିଥିଲା । ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆସନ୍ତା ୨୬ ତାରିଖ ଠାରୁ ସ୍କୁଲରେ ଅଫ୍‌ଲାଇନ୍‌ରେ ପାଠପଢ଼ା ଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଅଫ୍‌ଲାଇନ୍ ପାଠପଢ଼ା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅନ୍‌ଲାଇନ୍ ମାଧ୍ୟମରେ ରାଜ୍ୟର କିଛି ସ୍ଥାନରେ ପାଠପଢ଼ା ଅସୁବିଧା ହେଉଥିବାରୁ ଏହିପରି ନିଷ୍ପତି ନିଆ ଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ । ଗଣଶିକ୍ଷା ସଚିବ କହିଛନ୍ତି, ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ । କାରଣ ୟୁଟ୍ୟୁବ୍‌ରେ କ୍ଲାସ ଜାରି ରହିବ । ଯେଉଁମାନେ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି, ସେମାନେ ଅନ୍‌ଲାଇନ୍‌ରେ କ୍ଲାସ କରିବେ ।

ସ୍କୁଲ ଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ନ ୧ଟା ୩୦ ଯାଏ ଖୋଲିବ । ଖେଳ ଛୁଟି ହେବନି । ପିଲାମାନେ ଛୁଟିରେ ଯିବା ପରେ ଘରେ ମଧ୍ୟାହ୍ନ ଭୋଜନ କରିବେ । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ବିଦ୍ୟାଳୟ ବନ୍ଦ ରହିବ । ବିଦ୍ୟାଳୟରେ କୋଭିଡ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରାଯିବ । ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ । ଯେଉଁ ସ୍କୁଲରେ ମାଟ୍ରିକ୍ ଅଫ୍‌ଲାଇନ୍‌ରେ ପରୀକ୍ଷା ହେଉଛି ସେଠାରେ ପରେ ଖୋଲିବ ।

ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ ବୋଲି ଗଣଶିକ୍ଷା ସଚିବ ଶ୍ରୀ ସାହୁ କହିଛନ୍ତି । ସେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରେ ନବମ ପାଇଁ ଆମେ ଧ୍ୟାନ ଦେବୁ । ଯଦି ପିରିସ୍ଥିତି ରେ ସୁଧାର ଆସେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ସେହିପରି ରାଜ୍ୟ ସରକାର ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ପାଇଁ ଯୋଜନା କରୁଛନ୍ତି ଶିକ୍ଷା ବିଭାଗ । ତେବେ ଆଗାମୀ ଦିନ ରେ ଶିକ୍ଷା ଅନୁଷ୍ଠାନ ଧୀରେ ଧୀରେ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।