ଦୀପାବଳି ରେ ଆସିଲା ଖୁସିଖବର – ସରକାର ଦେଲେ ଅନୁମତି ଏହି ସ୍ଥାନରେ ଦୁଇ ଘଣ୍ଟା ଫୁଟାଇହେବ ବାଣ ଜାଣନ୍ତୁ କେଉଁଠି

0

ଏହି ବର୍ଷ କରୋନା ଲୋକ ଙ୍କ ଠାରୁ ବହୁତ କିଛି ଛଡାଇ ନେଇଛି। ଲୋକ ଙ୍କ ଠାରୁ ଅନେକ ହସ ଖୁସି ଛଡାଇ ନେଇଛି। ଏହି ବର୍ଷ ର ପର୍ବ ପର୍ବାଣୀ ମଧ୍ୟ କରୋନା ପାଇଁ ବାଧା ପ୍ରାପ୍ତ ହୋଇଛି। ଲୋକ ମାନେ ଏହି ବର୍ଷ କରୋନା ପାଇଁ କୌଣସି ପର୍ବପର୍ବାଣୀ କୁ ପାଳନ କରି ପାରୁନାହାନ୍ତି। ତେବେ ଏହି ବର୍ଷ ଆମର ରଥଯାତ୍ରା ରେ ମଧ୍ୟ କେରଳ ଠାକୁର ଆଉ ପଣ୍ଡା ମାନଙ୍କ ଦ୍ୱାରା ରଥଯାତ୍ରା ପାଳନ କରାଯାଇଥିଲା। ଭକ୍ତ ମାନେ ଠାକୁର ଙ୍କୁ ଦେଖିପାରିନଥିଲେ ନିଜ ଆଖିରେ। ଦୂର୍ଗା ପୂଜା ରେ ମଧ୍ୟ ସିଲଭର୍ ସିଟି କଟକ ରେ ମଧ୍ୟ ପୂଜା ଫିକା ପଡିଥିଲା।

କରୋନା ପାଇଁ ଲୋକ ଏକ ଜୁଟ ହେବା ପାଇଁ ସରକାର ମନା କରିଥିଲେ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିଥିଲେ। ଆଗକୁ କାଳିପୂଜା, ଦୀପାବଳୀ ଆସୁଛି। ଲୋକ ମାନେ ଏଥିରେ ବହୁତ ମଜା କରିଥାନ୍ତି ବିଭିନ୍ନ ପ୍ରକାର ର ବାଣ ଫୁଟାଇ। କିନ୍ତୁ ଏହି ବର୍ଷ ସରକାର ଦୀପାବଳୀ ପାଳନ ନ କରିବା ପାଇଁ ମନା କରିଛନ୍ତି। ଏହି ମଧ୍ୟ ରେ ଏକ ରାଜ୍ୟ ର ରାଜ୍ୟ ସରକାର ଦୀପାବଳୀ ପାଳନ କରିବା ପାଇଁ ତାଙ୍କ ର ରାଜ୍ୟର ଲୋକ ମାନଙ୍କୁ ଅନୁମତି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ରାଜ୍ୟ ର ନାମ ଏବଂ ସେହି ସରକାର ଦୀପାବଳୀ ପାଳନ କୁ ନେଇ କେଉଁ ନିୟମ ଲାଗୁ କରିଛନ୍ତି।


ସରକାର ବାଣ ଫୁଟାଇବା ଉପରେ କଟକଣା ଲଗାଇଥିବା ବେଳେ ବାଣ ଦୋକାନ ଗୁଡିକରେ ମଧ୍ୟ ଚଢାଉ କରୁଛନ୍ତି। ତେବେ ଏହି ସମୟ ରେ ହରିୟାଣା ର ସରକାର ଦୀପାବଳୀ ପାଳନ କୁ ନେଇ କିଛି ନୂଆ ନିୟମ ଲାଗୁ କରିଛନ୍ତି। ଏହି ରାଜ୍ୟର ସରକାର ଲୋକ ମାନଙ୍କୁ 2 ଘଣ୍ଟା ପାଇଁ ବାଣ ଫୁଟାଇ ବାକୁ ଅନୁମତି ଦେଇଛନ୍ତି। ସେ କହିଛନ୍ତି କି ନିଷେଧାଦେଶ ଜାରି ହେବା ପୂର୍ବରୁ ଅଧିକାଂଶ ବାଣ ଦୋକାନୀ ବାଣ କିଣିସାରିଛନ୍ତି। ତେବେ ସେମାନଙ୍କୁ ଯଦି ବାଣ ବିକ୍ରି କରିବା ପାଇଁ ନ ଦିଆଯାଏ। ତେବେ ସେମାନେ ଅନେକ ମାତ୍ରାରେ କ୍ଷତି ସହିବେ। ତେବେ ସେମାନଙ୍କ କଥାକୁ ଆଖିରେ ରଖି 2 ଘଣ୍ଟା ପାଇଁ ବାଣ ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି।


ସୂଚନା ଅନୁଯାୟୀ ଶୀତ ଋତୁରେ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି। ବୈଜ୍ଞାନିକ ମାନେ ମଧ୍ୟ ଏ ନେଇ ମତ ଦେଇଛନ୍ତି। ସାଧାରଣତଃ ଶୀତ ଦିନ ରେ ବୟସ୍କ ବ୍ୟକ୍ତି, ପିଲା ,ଅନ୍ୟ ରୋଗରେ ସଂକ୍ରମିତ ଥିବା ବ୍ୟକ୍ତିମାନଙ୍କ ର ବୃଦ୍ଧି ହୋଇଥାଏ। ଏହା ସତ୍ତ୍ବେ ମଧ୍ୟ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବାଣ ଫୁଟାଇବା ପାଇଁ ଲୋକ ମାନଙ୍କୁ ଅନୁମତି ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।