ନବକଳେବର ରେ ଲାଗିବ ଏହି ଦାରୁ ! ୨୦୩୪ ରେ ହେବାକୁ ଥିବା ନବକଳେବର ରେ ଲାଗିବ ଏହି ନିମ୍ବ ଦାରୁ

0

ମାଳିକା ରେ ଲେଖା ଯାଇଥିବା ପ୍ରତେକ କଥାର ସତ୍ୟତା ଏବେ ଧୀରେ ଧୀରେ ସମସ୍ତଙ୍କ ସାମ୍ନା କୁ ଆସୁଛି। ଏହି ପବିତ୍ର ଗ୍ରନ୍ଥ ର ଗୋଟିଏ ଗୋଟିଏ ଶବ୍ଦ ର ମର୍ମ ଏବଂ ପ୍ରମାଣ ରହିଛି। ପୂର୍ବରୁ ଅନେକ ଏମିତି ସ୍ଥାନ ଆମେ ଜାଣି ସାରିଛୁ ଯାହା ର ବାଖ୍ୟାନ ମାଳିକା ରେ ରହିଛି। ଠିକ ସେହିପରି ଆମେ ଏହାକୁ ଅବିଶ୍ୱାସ କଲେ ଏହା ଆମ ପାଇଁ ଅଭିଶାପ ହୋଇଯିବ। ତେବେ ଆପଣ ଜାଣିଥିବେ ମାଳିକା ର ରଚନା ପ୍ରାୟ ଆଜକୁ ୬୦୦ ବର୍ଷ ତଳ ରୁ ଲେଖା ଯାଇଥିଲା। କିନ୍ତୁ ଏବେ ସେହି ଜିନିଷ ଗୁଡିକ ଘଟିବାର ଲାଗିଛି।


ଆଜି ଏମିତି ଏକ ସ୍ଥାନ ବିଷୟରେ ଆମେ ଆପଣଙ୍କୁ କହିବୁ ଯାହାର ପ୍ରମାଣ ଆପଣ ନିଜେ ଅନୁଭବ କରି ପାରିବେ। ଏହି ସ୍ଥାନ ର ଥିବା ନିମ୍ବ ଦାରୁ ଆଗାମୀ ୨୦୩୪ ରେ ହେବାକୁ ଥିବା ଭଗବାନ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ଲାଗିବ ବୋଲି ଏହି ସ୍ଥାନ ର ଅଧିକାରୀ ମହୋଦୟ ଙ୍କୁ ସ୍ଵପ୍ନାଦେଶ ହୋଇଛି। ତେବେ ଏହା ଯେତିକି ମାତ୍ରା ରେ ଶୁଣିବକୁ ଆଶ୍ଚର୍ଯ୍ୟ ଲାଗୁଛି ତାଠାରୁ ବଡ଼ କଥା ହେଲା ଏହି ନିମ୍ବ ଦାରୁ ନିଜେ ପ୍ରାୟ ୫ ରୁ ୬ ମିଟର ପଛକୁ ଘୁଞ୍ଚିବାର କଥା ମଧ୍ୟ ଶୁଣିବାକୁ ମିଳିଛି।

ଏହି ସବୁ ଘଟଣା ଘଟିଛି କଟଜ ଜିଲ୍ଲାର ଥିବା ସୋମପୁର ଗ୍ରାମପଞ୍ଚାୟତ ର ଥିବା ସୋମପୁର ଗ୍ରାମର ଘଟଣା। ଏହାକୁ ଅନେକ ଲୋକ ଦେଖିବାକୁ ପ୍ରତିଦିନ ଆସିଥାନ୍ତି। ଏଠେରେ ମଧ୍ୟ ପ୍ରତିବର୍ଷ ଏକ ବିଶେଷ ଯଜ୍ଞ ର ଆୟୋଜନ ମଧ୍ୟ ହୋଇଥାଏ। ତେବେ ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଉଠିବେ।


ଏହି ଜାଗାରେ ଥିବା ନିଜେ ଅନୁଭୂତି କରିଥିବା ବୟସ୍କ ମଉସା ଙ୍କ କହିବା କଥା ସେ ପ୍ରାୟ ୧୯୯୯ ମସିଆ ରେ ବାତ୍ୟା ଆସିବ ପରେ ସେ ଏହି ସ୍ଥାନ ରେ ନିଜ ଘର କରିବାକୁ ଆସିଥିଲେ। ମାତ୍ର ସେହି ସ୍ଥାନରେ ସେ ଘର କରିବାକୁ ହେଲେ ସେହି ନିମ୍ବ ଗଛ କୁ କାଟିବାକୁ ପଡିବ ବୋଲି ସ୍ଥିର କରଗଲା। ମାତ୍ର ସେଦିନ ଏକ ଜଣେ ସନ୍ଥ ଆସି ସେହି ସ୍ଥାନରେ ନିମ୍ବ ଗଛ ମୂଳରେ ଦୀପ ଜାଳି ପାର୍ଥନା କଲେ ସେହି ନିମ୍ବ ଆପେ ଆପେ ପଛକୁ ଚାଲିଯିବ।

ଆଉ ଏପରି କରିବା କ୍ଷଣି ଏହା ମଧ୍ୟ ଦେଖିବାକୁ ମିଳିଲା। ଯାହା କେହି ଭାବି ପାରିବେ ନାହିଁ। ଏହି ନିମ୍ବ ଗଛ ପ୍ରାୟ ଘର ମୂଳ ଦ୍ବାଆ ରୁ ୫ ଫୁଟ ପଛକୁ ପଳାଇ ଆସିଲେ। ଆଉ ଅଦ୍ଭୂତପୂର୍ବ ବିଷୟ ଥିଲା। ତାହା ସହିତ ତାଙ୍କୁ ଆଉ ଜଣେ ସନ୍ଥ ଆସି ଏହି ନିମ୍ବ କୁ ନେଇ ପୂଜା ଜାରି ରଖିବାକୁ କହିଲେ। ଆଉ ସେ ପରୋକ୍ଷ ଭାବରେ ଏହାକୁ ଆଗାମୀ ନବକଳେବର ରେ ଲାଗିବ ବୋଲି ମଧ୍ୟ ସଂକେତ ଦେଇ ୨୦୩୪ ରେ ଏହା ଭଗବାନଙ୍କ କାମରେ ଆସିବ ବୋଲି ତାଙ୍କୁ ଜଣାଇଲେ। ତେବେ ଏହି ବୃଦ୍ଧ ବ୍ୟକ୍ତି ଙ୍କ କହିବା କଥା ଏହି ବୃକ୍ଷ ଏପର୍ଯ୍ୟନ୍ତ ପ୍ରାୟ ସୁରକ୍ଷିତ ରହିଛି। ଏହି ନିମ୍ନ ଦାରୁ ର କୌଣସି ପ୍ରକାର ଏତେ ବାତ୍ୟା ଝଡ଼ ହୋଇଥିଲେ ମଧ୍ୟ କିଛି ବି କ୍ଷୟ କ୍ଷତି ହୋଇନାହିଁ। ଏହା ନିହାତି ଭାବେ ପ୍ରଭୁଙ୍କୁ ଏକ ଲୀଳା ର ଅଂଶ ବିଶେଷ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।