ଦେଖନ୍ତୁ : ଏବେ କେମିତି ଅଛନ୍ତି Abhishek ଙ୍କ ସ୍ବାସ୍ଥ୍ୟବସ୍ଥା, ଏତେ ଦିନ ପର୍ଯ୍ୟନ୍ତ ସ୍ବାସ୍ଥଅବସ୍ଥା ରେ ସୁଧାର ଆସୁନାହିଁ , ଗାଁ କରୁଛନ୍ତି ରୁଦ୍ରାଭିଷେକ….ଶୁଣନ୍ତୁ କଣ କହୁଛନ୍ତି ତାଙ୍କ ପରିବାର ଲୋକ..

0

ଏହି କରୋନା ଦେଢ ବର୍ଷ ହେବ ଆମ ରାଜ୍ୟ, ଆମ ଦେଶ, ତଥା ସାରା ବିଶ୍ଵରେ ନିଜର ତାଣ୍ଡବ ରଚିବା ରେ ଲାଗଛି। ସାରା ବିଶ୍ଵ ଏବେ ଏହି କରୋନା ମହାମାରୀ କବଳ ରୁ ରକ୍ଷା ପାଇବା ପାଇଁ ବାଟ ଖୋଜିଛନ୍ତି । ଗତ ବର୍ଷ ତ ବର୍ଷ ସାରା ସରକାର ଲକ୍ଡାଉନ୍ କରିଥିଲେ, ଅନେକ କିଛି ବନ୍ଦ ଥିଲା । ଲୋକ ମାନେ ଏହି ସମୟ ରେ ଘରୁ ବାହାରକୁ ଯାଉନଥିଲେ, ଏହା ଫଳରେ ସଂକ୍ରମଣ ର ମାତ୍ରା ଟିକେ କମିଥିଲା ।

ଏହାକୁ ଦେଖି ବର୍ଷ ସାରା ବନ୍ଦ ଥିବା ଅଫିସ୍, ସ୍କୁଲ, କଲେଜ, ସିନେମା ହଲ୍, ଆଦି ଖୋଲିବା ପାଇଁ ସରକାର ଅନୁମତି ଦେଇଥିଲେ । ତେବେ ଏହାକୁ ଖୋଲିବା ଦ୍ୱାରା ଦେଖାଗଲା କି ସଂକ୍ରମଣ ର ମାତ୍ରା ଯାହା ଟିକେ କମିଥିଲା ତାହା ପୁଣି ଅଧିକ ରୁ ଅଧିକ ମାତ୍ରାରେ ବଢିବା ରେ ଲାଗିଲା ।

ଏହି କରୋନା ଟି ଏତେ ମାତ୍ରାରେ ନିଜର ପ୍ରକୋପ ଦେଖାଇଲା କି ଲୋକ ମାନଙ୍କ ର ଫୁସଫୁସ ଆକ୍ରାନ୍ତ ହୋଇ ଲୋକ ମାନେ ମୃତ୍ୟୁ ବରଣ କରିବାକୁ ଲାଗିଲେ । ଏହି ଫୁସଫୁସ ଆକ୍ରାନ୍ତ ପରେ ଡାକ୍ତର ଲୋକଙ୍କୁ ଇକମୋ ପାଇଁ କହିଲେ ଏହା କିନ୍ତୁ ଅଧିକ ଅର୍ଥ ଉପଯୋଗୀ ହୋଇଥିବାରୁ କିଛି ଲୋକ ଅର୍ଥ ଅଭାବ ରୁ ମୃତ୍ୟୁ ବରଣ କରିଲେ । ଆଉ କିଛି ଲୋକ ସମୟ ର ବିଳମ୍ବତା ହେତୁ ମୃତ୍ୟୁ ବରଣ କରିଲେ ।

ହେଲେ ଆଉ କିଛି ଲୋକ ମାନେ ଆମ ରାଜ୍ୟ ରେ ଇକମୋ ଚିକିତ୍ସା ର ସୁବିଧା ନଥିବା ହେତୁ ଅନ୍ୟ ରାଜ୍ୟ କୁ ଯାଇ ଚିକିତ୍ସିତ ହେଲେ । ସେହି ଭିତରୁ ଦୁଇଟି ସବୁଠାରୁ ଚିହ୍ନା ଚେହେରା ହେଉଛନ୍ତି ଅମ୍ରିତ ପ୍ରଧାନ ଏବଂ ଅଭିଶେଷ ମହାପାତ୍ର । ଏହି ଦୁଇ ଜଣ କରୋନା ରେ ଆକ୍ରାନ୍ତ ହେବା ପରେ ଫୁସଫୁସ ରେ ପୀଡିତ ହୋଇଥିଲେ । ଏହାପରେ ଡାକ୍ତର ତାଙ୍କୁ ଇକମୋ ଚିକିତ୍ସା ପାଇଁ ପରାମର୍ଶ କରିଥିଲେ ଏବଂ ତାଙ୍କ ପରିବାର ତାଙ୍କୁ ଅନ୍ୟ ରାଜ୍ୟ କୁ ସ୍ଥାନାନ୍ତରିତ କରାଇ ଚିକିତ୍ସିତ କରାଉଥିଲେ । କିନ୍ତୁ ବାସୁଦେବପୁର ଅଞ୍ଚଳ ର ଅଭିଶେକ ମହାପାତ୍ର ଙ୍କ କଥା ଟିକେ ଅଲଗା ଥିଲା ।

ନୂଆ ନୂଆ ବିବାହ ବନ୍ଧନରେ ବାନ୍ଧି ହେବାର ର ମାତ୍ର ଆଠ ଦିନ ପରେ ହିଁ କରୋନା ରେ ପୀଡିତ ହୋଇଥିଲେ, ଆଉ ତାପରେ ଫୁସଫୁସ ସଂକ୍ରମିତ ମଧ୍ୟ ହୋଇଥିଲେ । ଏହାପରେ ଇକମୋ ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ସେମାନଙ୍କ ଆଗରେ ଏକ ବହୁତ ବଡ ବାଧକ । ତାଙ୍କ ସ୍ତ୍ରୀ, ବାପା ମାଆ ସମସ୍ତେ ସାରା ଓଡିଶା ବାସୀ ଙ୍କୁ ଅନୁରୋଧ କରିଲେ ସେମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ । ଏହାପରେ ସହାୟତା କରିବା ପରେ ସେମାନେ ଅଭିଶେଷ ଙ୍କୁ ନେଇ ଯାଇଥିଲେ କଲିକତା ଚିକିତ୍ସା ପାଇଁ ।

ସେଠାରେ ତାଙ୍କର ଇକମୋ ଚିକିତ୍ସା ଦେଢ ମାସ ରୁ ଅଧିକ ଦିନ ହେଲାଣି ଚାଲୁଛି । ତାଙ୍କ ଗ୍ରାମବାସୀ କିନ୍ତୁ ତାଙ୍କର ଆରୋଗ୍ୟ କାମନା କରି ଗାଁ ରେ ତାଙ୍କ ପାଇଁ ଭଗବାନ ନିକଟରେ ରୁଦ୍ରାଭିଶେକ କରିଛନ୍ତି । ତାଙ୍କର ଆରୋଗ୍ୟ କାମନା ତଥା ଶୀଘ୍ର ଭଲ ହୋଇ ଫେରିବା ପାଇଁ ଏହି ପୂଜା କରିଛନ୍ତି ।

ସମସ୍ତଙ୍କ ମନରେ ଏହି ଧାରଣା କି ସେ ଜଲ୍ଦି ଭଲ ହୋଇ ଘରକୁ ଫେରିଆସୁ, ଆମ ଗାଁ ଛୁଆ ଆମ ପୁଅ ପରି କେତେ ଦିନ ଆଉ ସେ କଷ୍ଟ ପାଇବ । ଆଉ ସେମାନଙ୍କ ବିଶ୍ୱାସ ମଧ୍ୟ ଅଛି କି ତାଙ୍କ ଆଶୀର୍ବାଦ ତଥା ସାରା ଓଡିଶା ବାସୀ ଙ୍କ ଆଶୀର୍ବାଦ ରୁ ସେ ବହୁତ ଜଲ୍ଦି ଭଲ ହୋଇ ଘରକୁ ଫେରିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।