ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ ଜନକ ବାହାଘର ! ଦୁଇ ଫୁଟ୍ ର ବରକୁ ପାଞ୍ଚ ଫୁଟ୍ ର କନ୍ୟା, ବିବାହ କରିବାର କାରଣ ଜାଣିଲେ ଚକିତ ହୋଇଯିବେ

0

ଆମ ଦେଶ ରେ ଅନେକ ପରମ୍ପରା ମଧ୍ୟ ରୁ ବିବାହ ହେଉଛି ସବୁ ଠୁ ସୁନ୍ଦର ପରମ୍ପରା ।ତେବେ ବିବାହ ଏକ ଏପରି ପରମ୍ପରା , ଯାହା ସବୁ ପୁଅ ଓ ଝିଅ ପାଇଁ ପବିତ୍ର ହୋଇ ଥାଏ,ଏହା କୁ ମାନିବାକୁ ସମସ୍ତଙ୍କୁ ପଡି ଥାଏ। ତେବେ ସବୁ ଝିଅ ଓ ପୁଅ ମାନେ ବିବାହ କରି ଥାନ୍ତି, ଏହା ଦ୍ୱାରା ସେମାନେ ଏ ସମାଜ କୁ ଆଗକୁ ନେଇ ପାରିବେ । ତେବେ ବିବାହ କରିବା ସବୁ ପୁଅ ଓ ଝିଅ ଙ୍କର ଗୋଟେ ସ୍ବପ୍ନ ଥାଏ , ଇଚ୍ଛା ଥାଏ , ଗୋଟେ ଖୁସି ଥାଏ। ବିବାହ ପରେ ଗୋଟେ ପୁଅ ଝିଅ ସ୍ୱାମୀ ଓ ସ୍ତ୍ରୀ ହେଇ ଯାନ୍ତି। ତେବେ ଦୁଇ ଜଣ ଗୋଟେ ପବିତ୍ର ବନ୍ଧନରେ ଯୋଡି ହୋଇ ଯାନ୍ତି, ଦୁଇ ଜଣ ଙ୍କ ମଧ୍ୟ ରେ ବିଶ୍ୱାସ ଓ ଭଲ ପାଇବା ରହି ଥାଏ।

ତେବେ ପ୍ରେମ ଗୋଟେ ଏମିତି ବନ୍ଧନ ଯାହା ଦୁଇ ପ୍ରେମୀ ଙ୍କୁ ବାନ୍ଧି ରଖି ଥାଏ।ଆଉ ସେହି ବନ୍ଧନ ବହୁତ ସୁନ୍ଦର ହୋଇ ଥାଏ। ତେବେ ପ୍ରେମ ରେ ଉଚ୍ଚ ନୀଚ ନଥାଏ ବା ବଡ଼ ସାନ ନଥାଏ, ଖାଲି ହୃଦୟ ପଢି ପାରୁ ଥିବା ମଣିଷ ଟେ ମିଳି ଗଲେ ଜୀବନ ଟି ପୁରା ସୁନ୍ଦର ହୋଇ ଯାଏ,ଆଉ ଯଦି ସେହି ମଣିଷ ଟି ତୁମ ହାତ ଧରି ଜୀବନ ସାରା ରହି ଥାଏ,ତାହାଲେ ତା ଠୁ ବଡ଼ ଖୁସି କଉଠି ନାହିଁ।ତେବେ ସେମିତି ଗୋଟେ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଘଟଣାଟି ମୟୁରଭଞ୍ଜ ରେ ମରଢା ଅଞ୍ଚଳ ରେ ମାଲଭୁତ୍ ଗ୍ରାମ ରେ ଘଟିଛି।ତେବେ ସେହି ଗ୍ରାମ ର ୩୫ ବର୍ଷିୟ୍ ଯୁବକ ତାପସ ରାଉତ ଓ ବାଲେଶ୍ୱର ଜିଲ୍ଲା ରେ ରଙ୍ଗା ମାଠିଆ ଗ୍ରାମ ରେ ଜଣେ ୨୫ ବର୍ଷିୟ୍ ଯୁବତୀ ଦୁହେଁ ଦୁହିଁ ଙ୍କ ପ୍ରେମ ରେ ପଡି ଥିଲେ। ତେବେ ବର ଉଚତା ୨ ଫୁଟ ଆଉ କନ୍ୟା ର ଉଚତା ୫ ଫୁଟ ,ତେବେ ଏମାନ ଙ୍କ ର ପ୍ରେମ ହିଁ ଦୁନିଆ ।

ତେବେ ପ୍ରଥମ ଦେଖା ରୁ ହିଁ ମନ ମିଶି ଗଲା ,ତେବେ ପ୍ରଥମେ ତାପସ ରାଉତ କବିତା ସିଂ ଙ୍କୁ ଆଇ ଲଭ ୟୁ କହିବା ପରେ କବିତା ମଧ୍ୟ ପ୍ରେମ ନିବେଦନ କୁ ଗ୍ରହଣ କରି ତାର ପ୍ରତି ଉତ୍ତରରେ ତାପସଙ୍କୁ କହିଥିଲେ ଆଇ ଲଭ ୟୁ, ବାସ୍ ଏହା ହିଁ ଥିଲା ସେହି ସଫଳ ପ୍ରେମର ଗୋଟିଏ ସୁନ୍ଦର ପ୍ରମାଣ ।ତେବେ ଏହା ପରେ ସେମାନେ ରେଜିଷ୍ଟରି ମେରେଜ କରି ନିଜର ପ୍ରେମ କୁ ସଫଳ କରିଲେ।ତେବେ ଯୁବତୀ ଜଣକ ଆଦିବାସି ହୋଇ ଥିଲେ ହେ ତାଙ୍କ ଭିତରେ କୌଣସି ବାଧା ସୃଷ୍ଟି କରି ନଥିଲା ବା ମନରେ ଉଚ୍ଚ ନୀଚ ଭେଦ ଭାବ ମଧ୍ୟ ଆସି ନଥିଲା।

ତେବେ ସେ କବିତା ଙ୍କୁ ଖୁସି ରେ ରଖିବେ ବୋଲି ସପଥ ନେଇଛନ୍ତି। ତେବେ ପ୍ରେମ ଖାଲି ସୁନ୍ଦର ମୁଁହ ଦେଖିକି ହୁଏନି ,ଗୋଟେ ସୁନ୍ଦର ହୃଦୟ ଦେଖିକି ହୁଏ।ଭଲ ପାଇବା ପାଇଁ ଗୋଟେ ସୁନ୍ଦର ମନ ଦରକାର ଆଉ ,ଯାହା ଦ୍ୱାରା ସେମାନେ ଖୁସି ରେ ରହି ପାରିବେ। ତେବେ ପ୍ରେମ ଗୋଟେ ଏଭଳି ଜିନିଷ ଯାହା ସମ୍ପୂର୍ଣ ମଣିଷ କୁ ବଦଲାଇ ଦେଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।