ଏଥର ମହାଖୁଲାସା – ସେଦିନ ରାତିରେ ବିଦ୍ୟାଭାରତୀଙ୍କୁ ଘରକୁ ନେଇ ଆସୁଥିବା ଡ୍ରାଇଭର କହିଲେ ଏପରି ଗୁମର କଥା ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

0

ତେବେ ବହୁ ଚର୍ଚ୍ଚିତ ଖବର ସୌମ୍ୟ ରଂଜନ ଙ୍କ ହତ୍ୟା କାଣ୍ଡ ରେ ନୂଆ ମୋଡ଼ । ଗତ ଡ଼ିସେମ୍ବର ରେ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ ପାରଳାଖେମୁଣ୍ଡି ରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ର ସୌମ୍ୟ ରଞ୍ଜନ ପଣ୍ଡା । ତେବେ ସେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ବିବାହ ପରେ ରହୁଥିଲେ । କିନ୍ତୁ ହଠାତ୍ ନିଆ ଲାଗି ସେ ପୋଡ଼ି ହୋଇଯାଇଥିଲେ ।

ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ହସ୍ପିଟାଲ୍ ତା ପରେ ବ୍ରହ୍ମପୁର ହସ୍ପିଟାଲ୍ କୁ ନିଆ ଯାଇଥିଲା । ତା ପରେ ତାଙ୍କୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା । ତେବେ ସେ ସେଠାରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ତାଙ୍କ ବୟାନ ଥିଲା ଯେ ସେ ନିଜ ଘରେ ବହି ଆଣିବାକୁ ଯିବା ବେଳେ ଗୋଡ଼ ରେ କିରୋସିନ ଢାଳି ହୋଇ ନିଆ ଲାଗିଯାଇଥିଲା ।

ତେବେ ଏହି ବୟାନ କେତେ ଦୂର ସତ ତାହା ପୋଲିସ ତଦନ୍ତ ପରେ ମଧ୍ୟ କୌଣସି ବହି ପାଇନଥିଲେ । କିନ୍ତୁ ସୌମ୍ୟ ଙ୍କ ବାପା ସମ୍ପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ନିଜ ପୁତ୍ର ବଧୁ ଆଉ ଡି ଏଫ୍ ଓ ଙ୍କ ଉପରେ । ସେମାନଙ୍କ ମିଳିତ ପ୍ରସାର ପାଇଁ ସୌମ୍ୟ ଙ୍କ ମୃତ୍ୟୁ ହୋଇଛି । ନହେଲେ ଗୋଟିଏ କୋଠରୀ ଭିତରେ ବୋହୂ ର କିଛି ହେଲାନି କିନ୍ତୁ ପୁଅ କେମିତି ପୋଡ଼ିଲା ବୋଲି ବାପା ପ୍ରଶ୍ନ କରିଛନ୍ତି , ଯାହାକୁ ଖଣ୍ଡନ କରିଛନ୍ତି ବିଦ୍ୟା ଭାରତୀ ।

ତେବେ ପୋଲିସ ହାତ ରେ ଏକ ଚିଠି ଲାଗିଛି ଯେଉଁଥିରେ ସ୍ପଷ୍ଟ ଲେଖା ରହିଥିଲା ଯେ ସୌମ୍ୟ ଓ ତାଙ୍କ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଭଲ ନୁହେ । ନିଜେ ତାଙ୍କ ସ୍ତ୍ରୀ ଏହି ବିବାହ କରିବାକୁ ଚାହୁଁ ନଥିଲେ ଓ ଏହି କଥା କୁ ନେଇ ସେ ସୌମ୍ୟ ଙ୍କୁ କହିଥିଲେ ଯେ ନିଜ ବାପା ଙ୍କୁ କହିବାକୁ । କିନ୍ତୁ ସର୍ବ ପରେ ସେମାନଙ୍କ ବିବାହ ହୋଇଗଲା । ଦିନ କୁ ଦିନ ଏହି ଘଟଣା ନୂଆ ମୋଡ଼ ନେଉଛି । ସ୍ଵାମୀ ଓ ସ୍ତ୍ରୀ ଙ୍କ ଭିତରେ ହୋଇଥିବା ବାର୍ତ୍ତାଳାପ ର ଏକ ଅଡିଓ କଲ୍ ସାମ୍ନା କୁ ଆସିଥିଲା ।

ତେବେ କଲ୍ ରେ ସ୍ତ୍ରୀ ସ୍ବାମୀ ଙ୍କ ଅନ୍ୟ ଝିଅ କୁ ନେଇ ସନ୍ଦେହ କରି ଫୋନ୍ ମାଗିଥିଲେ ମାତ୍ର ସ୍ବାମୀ ଫୋନ୍ ଦେବେ ନାହିଁ ବୋଲି ମନା କରିଥିଲେ ଓ କହିଥିଲେ ଯେ ପ୍ରମାଣ କରିବାର ଅଛି ତୋ କର ହେଲେ ମୁଁ ଫୋନ୍ ଦେଇ ପାରିବିନି । ପରେ ସ୍ତ୍ରୀ କହୁଛନ୍ତି ଯେ ଫୋନ୍ ନ ଦେଲେ ମୁଁ କିପରି ପ୍ରମାଣ କରିବି ।

ତେବେ ମିଡ଼ିଆ ରେ ବିଦ୍ୟା ଭାରତୀ କହିଥିଲେ ଯେ ସ୍ବାମୀ ଅନ୍ୟ ଝିଅ ଙ୍କ ସହ କଥା ହୁଅନ୍ତି । ବିବାହ ର ୩ ମାସ ପରେ ସୌମ୍ୟ ଅନ୍ୟ ଝିଅ ସହ ସମ୍ପର୍କ ରଖିଥିଲେ । ପୂର୍ବରୁ ସେ ଫୋନ୍ ରେ କଥା ହେଲା ବେଳେ ଧରା ପଡ଼ିଥିଲେ ।

ବର୍ତ୍ତମାନ ଏକ ନୂଆ ମୋଡ଼ ଆସିଛି କାହାଣୀ ରେ । ଘଟଣା ଘଟିଥିବା ଦିନ ଉପସ୍ଥିତ ଥିବା ଡ୍ରାଇଭର ଙ୍କ କଥା ଆଙ୍ଗୁଳି ଉଠାଉଛି ବିଦ୍ୟା ଭାରତୀ ଙ୍କ ଉପରକୁ । କ୍ୟାମେରା ସାମ୍ନା ରେ କିଛି କହିବେ ନାହିଁ ବୋଲି ମନା କରି ପଛରେ ବହୁତ୍ କିଛି କହିଦେଲେ । ଏହି ଡ୍ରାଇଭର ହେଉଛନ୍ତି ଘଟଣା ଦିନ ବିଦ୍ୟା ଭାରତୀ ଓ ତାଙ୍କ ବାପା ମା ଙ୍କୁ ନେଇ ଏସୀବି ଯାଇଥିଲେ ।

ସୌମ୍ୟ ଙ୍କୁ ଏଷିବି ରୁ ଅଶ୍ଵିନୀ କୁ ନେବା କଥା ନେଇ ଉଭୟ ପରିବାର କଥା ହେଉଥିଲେ । ସେଠାରେ ଉପସ୍ଥିତ ଥିବା ସମସ୍ତ ଙ୍କୁ ପଚରା ଉଚରା କରା ଯିବା ପରିବର୍ତ୍ତେ ମୋତେ କାହିଁକି କରା ଯାଇଛି । ଦୋଷୀ ର ମ ମୁଁହ ଦେଖିଲେ ତା ମୁହଁ ରୁ ଜଣା ପଡ଼ିଯିବ ଯେ ସେ ଦୋଷ କରିଛି କି ନାହିଁ । ମାତ୍ର ପୋଲିସ୍ ଏଣେ ତେଣେ ତଦନ୍ତ କରୁଛି। ମୁଁ ଯଦି କିଛି କହିବି ପୋଲିସ୍ ଅଭିଯୁକ୍ତ କୁ ଧରି ନେବ ବୋଲି ପ୍ରତିଶ୍ରୁତି ଦେଲେ ମୁଁ ଅନେକ କଥା କହିବି ।

ଘଟଣା ଦିନ ଉପସ୍ଥିତ ଥିବା ଲୋକ ଙ୍କୁ ପଚାରିଲେ ମୁଖ୍ୟ ଅଭିଯୁକ୍ତ ଜଣା ପଡ଼ିବ । ହେଲେ ପୋଲିସ୍ ତା ମନ ଇଛା ତଦନ୍ତ କରୁଛି । ମୃତ୍ୟୁ ଘୋଷଣା ପରେ ବାପା ମା ଙ୍କ ସହିତ ଫେରି ଆସିଥିଲେ ବିଦ୍ୟା ଭାରତୀ ଗୌଡ଼ ଗାଁ କୁ । ହେଲେ ରାସ୍ତା ରେ ଆସିବା ସମୟ ରେ କୌଣସି ଦୁଃଖ ଥିବା ର ଜଣା ପଡି ନଥିଲା ବୋଲି ଡ୍ରାଇଭର କହିଛନ୍ତି । ତେବେ ସନ୍ଦେହ ଉଠୁଚି ବିଦ୍ୟା ଭାରତୀ ଓ ତାଙ୍କ ପରିବାର ଉପରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।