ହିନ୍ଦୁଧର୍ମରେ ମୃତ୍ୟୁପରେ ଶିଶୁମାନଙ୍କୁ ମାଟିରେ ପୋତି ଦିଆଯାଏ କାହିଁକି ? ତା ପଛରେ ଥିବା ରହସ୍ୟ

0

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଅନ୍ୟ ଧର୍ମରେ ମୃତ୍ୟୁ ପରେ ଶବକୁ ମାଟିରେ ପୋତି ଦିଆଯାଏ । କିନ୍ତୁ ଆମ ହିନ୍ଦୁ ଧର୍ମରେ ମୃତ ଶରୀରକୁ ଜାଳି ଦେବାର ପ୍ରଥା ଅଛି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଛୋଟ ଶିଶୁଙ୍କୁ ଜାଳିବା ବଦଳରେ ମାଟିରେ ପୋତି ଦିଆଯାଏ ।

ଏହାର କାରଣ ଯଦି ଆପଣ ମାନେ ଜାଣି ନାହାନ୍ତି ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ କିଛି ଯାହାର ବର୍ଣ୍ଣନା ଗରୁଡ ପୁରାଣରେ ହୋଇଅଛି ।ତେବେ ପାଠକଗଣ ନବ ଜାତ ଶିଶୁ ଏବଂ ସନ୍ନ୍ୟାସୀ ମାନଙ୍କୁ ଜାଳିବା ବଦଳରେ ମାଟିରେ ପୋତି ଦିଆଯାଏ ।

ଗରୁତ ପୁରାଣରେ ବର୍ଣ୍ଣିତ କଥା ଅନୁସାରେ ପକ୍ଷୀରାଜ ଗରୁଡଙ୍କ ପଚାରିବାରୁ ଭଗବାନ ବିଷ୍ଣୁ କହିଲେ “ହେ ଗରୁଡ ଯଦି କୌଣସି ସ୍ତ୍ରୀର ଗର୍ଭପାତ ହୋଇଯାଏ କିମ୍ବା ଏକ ବର୍ଷ, ଦୁଇ ବର୍ଷ ଶିଶୁର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ମୃତ ଶରୀରକୁ ଜାଳିବା ବଦଳରେ ମାଟିରେ ଗାତ ଖୋଳି ପୋତି ଦେବା ଦରକାର ।

ଏହାଠାରୁ ଅଧିକ ବର୍ଷର ମନୁଷ୍ୟଙ୍କ ଜାଳିବା ଦରକାର । ଗରୁଡ ପୁରାଣ ଅନୁସାରେ ମନୁଷ୍ୟ ଯେତେବଳେ ଜନ୍ମ ନେଇଥାଏ ସେ ଦୁଇ ବର୍ଷ ବୟସ ଯାଏଁ ସଂସାରର ମୋହ ମାୟା ଠାରୁ ଦୂରରେ ଥାଏ ।ଏଭଳି ପରିସ୍ଥିତିରେ ତା ଶରୀରରେ ବିରାଜମାନ ଆତ୍ମାକୁ ଶରୀର ପ୍ରତି ମୋହ ନଥାଏ ।

ତେବେ ସେହି ପରିସ୍ଥିତିରେ କୌଣସି କାରଣରୁ ଯଦି ଶିଶୁଟି ମୃତ୍ୟୁ ବରଣ କରେ ତେବେ ଆତ୍ମା ସହଜରେ ଶରୀରକୁ ତ୍ୟାଗ କରିଦିଏ ଓ ପୁନର୍ବାର ସେ ଶରୀରରେ ପ୍ରବେଶ କରିବାକୁ ଇଚ୍ଛା କରେ ନାହିଁ । ମନୁଷ୍ୟ ଯେମିତି ଯେମିତି ବଡ଼ ହେବାକୁ ଲାଗେ ଆଉ ମୋହ ମାୟାରେ ବାନ୍ଧି ହୋଇଯାଏ, ସେତେବେଳେ ଶରୀରରେ ବାସ କରୁଥିବା ଆତ୍ମାକୁ ସେହି ଶରୀର ପ୍ରତି ଆସକ୍ତି ଆସି ଯାଇଥାଏ ।

ଯାହା ଫଳରେ ସେ ସେହି ଶରୀରରେ ପୁଣି ଥରେ ପ୍ରବେଶ କରିବାକୁ ଚେଷ୍ଟା କରେ ଯେତେବଳ ଯାଏଁ ସେହି ଶରୀରକୁ ଜଳାଇ ନ ଦିଆ ଯାଇଛି । ଗରୁଡ ପୁରାଣ ଅନୁସାରେ ଅନ୍ତିମ ସଂସ୍କାର ତଥା ଦାହ ସଂସ୍କାର ଆତ୍ମାକୁ ଶରୀର ଠାରୁ ଅଲଗା ହେବାର ଏକ ମାଧ୍ୟମ ବୋଲି ବିବେଚନା କରା ଯାଇଥାଏ ।

ଯେତେବେଳେ ଶରୀରକୁ ଜଳାଇ ଦିଆଯାଏ ତାହା ଅଗ୍ନି ଦ୍ଵାରା ମୁକ୍ତ ହୋଇ ଯାଇଥାଏ ଆଉ ତାହାର ଆତ୍ମା ସହିତ କୌଣସି ବନ୍ଧନ ରୁହେ ନାହିଁ । ବାସ୍ତବରେ ଅଗ୍ନିକୁ ହିନ୍ଦୁ ଧର୍ମରେ ଏକ ପ୍ରବେଶ ଦ୍ଵାର ବୋଲି ମନାଯାଏ । ଯାହା ଦ୍ୱାରା ମୃତ ଶରୀରକୁ ଯେତେବଳେ ଜଳା ଯାଏ ତାହା ସେତେବେଳେ ଆଧ୍ୟାତ୍ମିକ ଦୁନିଆରେ ପ୍ରବେଶ କରିପାରେ ।

ତେବେ କେବଳ ଶିଶୁ ନୁହେଁ ସନ୍ଥ ପୁରୁଷ ଏବଂ ଭିକ୍ଷୁକ ମାନଙ୍କୁ ମଧ୍ୟ ଜଲାଇବା ବଦଳରେ ପୋତି ଦିଆଯାଇଥାଏ । କାରଣ ଏଭଳି ମହାନ୍ ମନୁଷ୍ୟ ନିଜର କଠୋର ତପସ୍ୟା ଓ ଆଧ୍ୟାତ୍ମିକ ପ୍ରଶିକ୍ଷଣ ବଳରେ ନିଜ ଶରୀରରେ ଥିବା ସମସ୍ତ ଇନ୍ଦ୍ରୀୟକୁ ନିୟନ୍ତ୍ରିତ କରି ଦେଇଥାନ୍ତି । ମୋହ, ମାୟା, ଲୋଭ, କାମ ଓ କ୍ରୋଧ ଠାରୁ ବିଜୟ ପ୍ରାପ୍ତ କରି ନେଇଥାନ୍ତି । ସେମାନଙ୍କ ଆତ୍ମା ସିଧା ସଳଖ ବୈକୁଣ୍ଠ ଧାମ ଗମନ କରିଥାଏ ଏବଂ ଭଗବାନ ବିଷ୍ଣୁଙ୍କ ଚରଣରେ ସ୍ଥାନ ପାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।