Viral video – ACFO ମୃତ୍ୟୁ ଘଟଣା ନେଲା ଶେଷରେ ମହାଖୁଲାସା ଶେଷ ଚିଠି ଖୋଲିଦେଲା ସମସ୍ତ ଗୁମର ( ବିଦ୍ୟାଭାରତୀ)

0

ବର୍ତ୍ତମାନ ବିବାହ ପରେ ସେହି ବିବାହ ରେ ବୁଝାମଣା ଭୁଲ୍ ହେବା , ଜଣେ ସାଥି ଆଉ ଜଣେ ସାଥି କୁ ଧୋକା ଦେବା ତା ସାଧାରଣ ହୋଇଗଲାଣି । ଅନେକ ପ୍ରକାର ଘଟଣା ଘଟୁଛି ବିବାହ ପରେ ବୈବାହିକ ଜୀବନ ରେ ଦମ୍ପତ୍ତି ଙ୍କ ମଧ୍ୟ ରେ । ତେବେ ଏକ ଘଟଣା ଘଟିଛି ଯାହା ଆପଣ ଶୁଣିଲେ ଆପଣଙ୍କ ର ମଧ୍ୟ ଲୋମ ଟଙ୍କୁରି ଉଥିବ ।

ନିଆ ରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଛନ୍ତି ପାରଳାଖେମୁଣ୍ଡି ର ବନ ସଂରକ୍ଷଣ ବିଭାଗ ଏ ସି ଏଫ୍ ସୌମ୍ୟ ରଞ୍ଜନ । ମୃତ୍ୟୁ ବେଳେ ଥିଲା ଗୋଟେ ବୟାନ , ପରିବାର ଲୋକ ଙ୍କ ଆଉ ଗୋଟେ ଅଭିଯୋଗ , ତା ଭିତରେ ବାହାରୁଚି ଅନେକ ପ୍ରକାର ଚିଠି ସହିତ ଅଡିଓ କଲ୍ । ପୁଣି ପୋଲିସ ହାତ ରେ ଏକ ଚିଠି ।

ପାରଳାଖେମୁଣ୍ଡି ରେ ସହକାରୀ ବନ ସଂରକ୍ଷକ ଭାବେ କାର୍ଯ୍ୟରତ ବାଲେଶ୍ଵର , ଖଇରା ଅଞ୍ଚଳ ର ସୌମ୍ୟ ରଞ୍ଜନ ପଣ୍ଡା । ଗତ ଡ଼ିସେମ୍ବର ମାସ ଦିବ୍ୟା ଭାରତୀ ପଣ୍ଡା ଙ୍କୁ ବିବାହ କରିଥିଲେ । ତେବେ ସରକାରୀ ବାସଭବନ ରେ ନିଜ ପତ୍ନୀ ଙ୍କ ସହିତ ରହୁଥିଲେ । କିନ୍ତୁ ଦିନ ହଠାତ୍ ନିଆ ଲାଗିଗଲା ଓ ସୌମ୍ୟ ପୋଡ଼ି ହୋଇଯାଇଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲ କୁ ଅଣା ଯାଇଥିଲା ।

ତେବେ ସେ ସେଠାରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ତାଙ୍କ ବୟାନ ଥିଲା ଯେ ସେ ନିଜ ଘରେ ବହି ଆଣିବାକୁ ଯିବା ବେଳେ ଗୋଡ଼ ରେ କିରୋସିନ ଢାଳି ହୋଇ ନିଆ ଲାଗିଯାଇଥିଲା । କିନ୍ତୁ ସୌମ୍ୟ ଙ୍କ ବାପା ସମ୍ପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ନିଜ ପୁତ୍ର ବଧୁ ଆଉ ଡି ଏଫ୍ ଓ ଙ୍କ ଉପରେ ।

ଗୋଟିଏ କୋଠରୀ ଭିତରେ ବୋହୂ ର କିଛି ହେଲାନି କିନ୍ତୁ ପୁଅ କେମିତି ପୋଡ଼ିଲା ବୋଲି ବାପା ପ୍ରଶ୍ନ କରିଛନ୍ତି । ତେବେ ପୋଲିସ ହାତ ରେ ଏକ ଚିଠି ଲାଗିଥିଲା ଯେଉଁଥିରେ ସ୍ପଷ୍ଟ ଲେଖା ରହିଛି ଯେ ସୌମ୍ୟ ଓ ତାଙ୍କ ସ୍ତ୍ରୀ ଙ୍କ ଭିତରେ ସମ୍ପର୍କ ଭଲ ନୁହେ । ନିଜେ ତାଙ୍କ ସ୍ତ୍ରୀ ଏହି ବିବାହ କରିବାକୁ ଚାହୁଁ ନଥିଲେ ଓ ଏହି କଥା କୁ ନେଇ ସେ ସୌମ୍ୟ ଙ୍କୁ କହିଥିଲେ ଯେ ନିଜ ବାପା ଙ୍କୁ କହିବାକୁ ।

ତେବେ ବିବାହ ହୋଇଯାଇଥିଲା । ଏବେ ଆଉ ଏକ ଚିଠି ଲାଗିଛି ପୋଲିସ ଙ୍କ ହାତ ରେ । ସେଥିରେ ସ୍ପଷ୍ଟ ଲେଖା ରହିଛି ଯେ ଚିଠି ଟି ର ଲେଖକ ଯିଏ , ସେ ମାନସିକ ଚାପ ରେ ରହୁଥିଲେ । ନିଜ ଜୀବନ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ହୋଇଯାଇଛି ବୋଲି ଲେଖିଛନ୍ତି ସେ । ତଥା ଦୁନିଆ ର ସମସ୍ତ ପାପ ଓ ଦୁଃଖ ଯେପରି ତାଙ୍କ ଭାଗ୍ୟ ରେ ହିଁ ଲେଖା ହୋଇଛି ।

ଏହି ପରି ନାନା ଚିଠି , ଅଡିଓ କଲ୍ ଏକ ଏକ ପୋଲିସ ହାତ ରେ ବାଜୁଚି । ଯାହା ଫଳରେ ପାରଳାଖେମୁଣ୍ଡି କେଶ୍ ରେ ପୁଣି ଆସିଛି ନୂତନ ମୋଡ଼ । ତେବେ ଏହା ର ଅସଲି କାରଣ କଣ ତାହା ତଦନ୍ତ ପରେ କହିହେବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସ୍ପି ତଥା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଆଉ କଣ କଣ ବାକି ଅଛି ଡ କହିବାକୁ କହୁଛନ୍ତି ପୋଲିସ ପ୍ରଶାସନ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।