ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ରେ ସେୟାର କରିଲେ ଜଈ ତାଙ୍କ ଝିଅଙ୍କର ଫୋଟ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ କ’ଣ ସତରେ

0

ଆମେ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରି ଏବଂ ଓଡିଆ ଫିଲ୍ମ ସହ ନିଶ୍ଚିତ ଯୋଡିତ ଥିବା। ଆମେ ମାନେ ସମସ୍ତେ ଫିଲ୍ମ ଦେଖିବା ପରେ ସେହି ଫିଲ୍ମ ଟି ଯଦି ଆମକୁ ଭଲ ଲାଗେ ତେବେ ସେହି ଫିଲ୍ମ ରେ ଲିଡ୍ ରୋଲ୍ ରେ ଯେଉଁ ମାନେ ଆକ୍ଟିଙ୍ଗ୍ କରିଥାନ୍ତି ଅର୍ଥାତ୍ ହିରୋ ହିରୋଇନ୍ ମାନଙ୍କ ସମ୍ପର୍କରେ ଅଧିକ କଥା ଜାଣିବା ଇଚ୍ଛା କରିଥାଉ ଏବଂ ତାପରେ ବିଭିନ୍ନ ସୋସିଆଲ୍ ମିଡିଆ ସାଇଡ୍ ରେ ମଧ୍ୟ ଦେଖିଥାଉ। ଫିଲ୍ମ ମାନଙ୍କ ରେ ହିରୋ ହିରୋଇନ୍ ମାନଙ୍କୁ ଛାଡି ଆହୁରି ଅନେକ ଲୋକ ଅନେକ ରୋଲ୍ ପ୍ଲେ କରିଥାନ୍ତି। ତେବେ ସେହି ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହାସ୍ୟ ଅଭିନେତା ଯାହାଙ୍କ ଆମେ କମେଡିଆନ୍ ବୋଲି କହିଥାଉ। ଯେଉଁ ମାନେ କି ନିଜ ନିଜର ମଜାଳିଆ ଅଭିନୟ ଦ୍ୱାରା ପୁରା ଫିଲ୍ମ ରେ ଆମ ମାନଙ୍କୁ ଖୁବ୍ ହସେଇଥାନ୍ତି।


ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ବି ସେହି ପରି କେତେଜଣ ହାସ୍ୟ ଅଭିନେତା ଅଛନ୍ତି ଯେଉଁମାନଙ୍କ ଅଭିନୟ ଦ୍ୱାରା ଆମେ ମାନେ ବହୁତ୍ ହସି ଥାଉ। ସେମାନେ ମଧ୍ୟ ବର୍ଷ ବର୍ଷ ଧରି ନିଜର ସେହି ଅଭିନୟ ଦ୍ୱାରା ଆମ ମାନଙ୍କୁ ହସେଇଥାନ୍ତି। ସେହି ଅଭିନେତା ମାନଙ୍କ ବିଷୟ ରେ ତଥା ସେମାନଙ୍କ ରିଏଲ୍ ଲାଇଫ୍ ସମ୍ପର୍କରେ ମଧ୍ୟ ଆମ ମାନଙ୍କୁ ହୁଏତ ଜ୍ଞାନ ନଥିବ। ତେବେ ଆମେ ମାନେ ଆପଣ ଙ୍କୁ ସେହିପରି ଜଣେ ହାସ୍ୟ ଅଭିନେତା ଙ୍କ ସମ୍ପର୍କରେ ଅର୍ଥାତ୍ ସେମାନଙ୍କ ର ରିଏଲ୍ ଲାଇଫ୍ ସମ୍ପର୍କରେ ଆପଣ ମାନଙ୍କୁ କହିବୁ।


ସେହି ଅଭିନେତା ଜଣକ ହେଉଛନ୍ତି ଜଈରାମ୍ ସାମଲ୍ ଯାହାଙ୍କୁ ଲୋକ ମାନେ ଜଈ ଭାଈ ନାମ ରେ ଜାଣିଛନ୍ତି। ଆମ ଓଲିଉଡ୍ ରେ ଯେତେ ବି ସବୁ କମେଡିଆନ୍ ମାନେ ଅଛନ୍ତି ସେମାନଙ୍କ ମଧ୍ୟ ଜଈ ଭାଈ ହେଉଛନ୍ତି ବେଶୀ ଫେମସ୍। ସେ ତାଙ୍କ ର ଅଭିନୟ ଦ୍ୱାରା ବର୍ଷ ବର୍ଷ ଧରି ଲୋକ ମାନଙ୍କୁ ହସେଇଆସିଛନ୍ତି। ସେ ୧୯୪୮ ମସିହା ରେ କଟକ ଜିଲ୍ଲାର ମହଙ୍ଗା ଗ୍ରାମ ରେ ଜନ୍ମ ଗ୍ରହଣ କରିଥିଲେ। ଏବେ ତାଙ୍କ ର ବୟସ ୭୨ ବର୍ଷ ସେ ୧୯୭୦ ମସିହା ରେ ପ୍ରଥମ କରି ଫିଲ୍ମ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ। ଏପର୍ଯ୍ୟନ୍ତ ସେ ପାଖାପାଖି ୧୯୦୦ ଟି ଫିଲ୍ମ ରେ କାମ କରିସାରିଛନ୍ତି। ସେ ଅନେକ ନାଟକ ରେ ମଧ୍ୟ ନିଜର ଅଭିନୟ ର କମାଲ୍ ଦେଖେଇସାରିଛନ୍ତି।


୨୦୦୮ ରେ ତାଙ୍କର ୩୦ ବର୍ଷ ର ଫିଲ୍ମ କ୍ୟାରିୟର ପୂରଣ ହୋଇଥିଲା, ଏଥିପାଇଁ ତାଙ୍କୁ ଲାଇଫ୍ ଟାଇମ୍ ଏଚିଭମେଣ୍ଟ ଆୱାଡ୍ ମଧ୍ୟ ମିଳିଥିଲା। ସେ ସମସ୍ତ ଙ୍କ ମୁହଁ ରେ ଯେକୌଣସି ସମୟ ରେ ହସ ଫୁଟାଇ ପାରୁଥିଲେ। ସେ କେବଳ କମେଡି ନୁହେଁ ଯେକୌଣସି କ୍ୟାରେକ୍ଟର କୁ ବହୁତ ଭଲ ଭାବରେ ପ୍ଲେ କରି ପାରୁଥିଲେ। ସେ ଅନେକ ଫିଲ୍ମରେ ଗୁଣ୍ଡାର କ୍ୟାରେକ୍ଟର ମଧ୍ୟ କରିଛନ୍ତି। ତାଙ୍କ ର ନାତୁଣୀ ଅଛନ୍ତି ଯାହାଙ୍କ ନାମ ଅନୀତା ସାମଲ୍। ସେ ବହୁତ ଶୀଘ୍ର ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ସେ ଅନେକ ସମୟ ରେ ସୋସିଆଲ୍ ସାଇଡ୍ ରେ ଏକ୍ଟିଭ୍ ରହୁଥିବା ମଧ୍ୟ ଦେଖିବାକୁ ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।