ଅପରାଜିତା ମହାନ୍ତି ଙ୍କ ଅନେକ ଅଜଣା କଥା ଯାହା କେହି କେବେ ଜାଣି ନଥିବେ ଅପରାଜିତା ମହାନ୍ତି ଙ୍କ ଝିଅ ଓ ପରିବାର

0

ଅପରାଜିତା ମହାନ୍ତି ଙ୍କୁ ଓଡ଼ିଆ ସିନେ ଜଗତ ର ଜଣେ ବରିଷ୍ଠ ଅଭିନେତ୍ରୀ ହିସାବରେ ସମସ୍ତେ ଜାଣନ୍ତି। ତାଙ୍କର ନାମ ହିଁ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଅଟେ। ତାଙ୍କର ନିଜ ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ।ତେବେ ତାଙ୍କର ଅଭିନୀତ ଅନେକ ସିନେମା ଏବେ ବି ଓଡ଼ିଆ ଦର୍ଶକ ମାନଙ୍କ ମନରେ ଛାପ ଛାଡି ଯାଇଛି। ତେବେ ଆସନ୍ତୁ ଜାଣିବା ତାଙ୍କ ଜୀବନୀ ବିଷୟରେ। ତାଙ୍କ ର ଏହି ସଫଳତା ର କାହାଣୀ ପଛରେ ଲୁଚି ରହିଥିବା କିଛି ଅଜଣା କଥା।


ଅପରାଜିତା ମହାନ୍ତି ହେଲେ ଉତ୍ତମ ମହାନ୍ତି ଙ୍କ ପତ୍ନୀ। ତେବେ ଦୁଇ ଜଣ ହେଲେ ଓଡ଼ିଆ ସିନେ ଜଗତର ବରିଷ୍ଠ କଲକାର। ଅପରାଜିତା ମହାନ୍ତି ଜନ୍ମ ହୁଅନ୍ତି ୧୫ ମେ ୧୯୬୨ ମସିହା କରଞ୍ଜିଆ ରେ। ତାଙ୍କର ନାମ ମଧ୍ୟ ଥିଲା ଟିକି। ତାଙ୍କର ଉତ୍ତମ ମହାନ୍ତି ଙ୍କ ସହିତ ବିବାହ ହୁଏ ୧୯୮୭ ମସିହାରେ। ଦୁହେଁ ଦୁହିଁଙ୍କ ଅଭିନୟ ମାଧ୍ୟମରେ ନିକଟତର ହୁଅନ୍ତି। ତାଙ୍କର ମଧ୍ୟ ଜଣେ ପୁଅ ଅଛନ୍ତି ଯାହାର ନାମ ମଧ୍ୟ ସମସ୍ତେ ଜାଣନ୍ତି ସେ ହେଲେ ବାବୁସାନ।

ଅପରାଜିତା ମହାନ୍ତି ଙ୍କ ରାଜିନୀତି ରେ ମଧ୍ୟ ଜୀବନ ଆରମ୍ଭ ହୋଇ ସାରିଛି। ସେ କଂଗ୍ରେସ ପାର୍ଟି ରେ ଯୋଗ ଦିଅନ୍ତି ୨୦୧୪ ଲୋକସଭା ନିର୍ବାଚନରେ। ତାଙ୍କର ମଧ୍ୟ ଜେଜେ ଥିଲେ ଜଣେ ମନ୍ତ୍ରୀ ବହୁତ ବର୍ଷ ପୂର୍ବରୁ। ସେ ତାଙ୍କ ପାଖରୁ ରାଜନୀତି ପାଇଁ ସଉକ ଆଣିଥିଲେ କିମ୍ବା କହି ପରିବା ତାଙ୍କ ପାଖରୁ ସେ ଅନୁ ପ୍ରେରିତ ହୋଇଥିଲେ। କିନ୍ତୁ ପରେ ସେ ପୁଣି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ।


ତାଙ୍କର ପ୍ରଥନ ସିନେମା ଆରମ୍ଭ ହୁଏ ସୀତା ଲବକୁଶ। ଆଉ ଏହା ପରେ ସେ ନିଜ ଅଭିନୟ ପାଇଁ ଅନେକ ସିନେମା ଗୋଟିଏ ପରେ ଗୋଟିଏ ଲିଡ଼ ଅଭିନେତ୍ରୀ ହିସାବରେ କରି ଚାଲିଲେ। ତାଙ୍କର ଅଭିନୟ ମଧ୍ୟ ଅନେକ ଲୋକ ଙ୍କୁ ପସନ୍ଦ ଆସୁଥିଲା। ଆଉ ତାଙ୍କର ଏହି ସିନେମା କ୍ୟାରିଅର ମଧ୍ୟରେ ଉତ୍ତମ ମହାନ୍ତି ଙ୍କ ସହିତ ମଧ୍ୟ ପ୍ରେମ ର ଆଦାନ ପ୍ରଦାନ ହେଲା। । ସେ ଅନେକ ଓଡ଼ିଆ ସିନେମା ଯେପରି ପୂଜାଫୁଲ, ଶଙ୍ଖା ସିନ୍ଦୁର, ଜଗା ହାତରେ ପଘା, ଏଇ ତ ଦୁନିଆ, ସଂଗ୍ରାମ, ଧୌଳି ଏକ୍ସପ୍ରେସ, ସମୟ ହାତରେ ଡରି।, ଲେଖୁ ଲେଖୁ ଲେଖିଦେଲି ପରି ଅନେକ ଲୋକ ପ୍ରିୟ ସିନେମା।


ସେ ଏହି ଓଡ଼ିଆ ସିନେମା ରେ ବିଶେଷ ଅବଦାନ ପାଇଁ ଇ ଟିଭି ତରଫରୁ ETV ପ୍ରିୟ ଓଡ଼ିଆ ଆୱାର୍ଡ ପାଇଥିଲେ। ତାହା ସହିତ ଅନେକ ଏମିତି ଓଡ଼ିଆ ସିନେମା ଜଗତରୁ ପୁରସ୍କାର ଗ୍ରହଣ କରି ସାରିଛନ୍ତି। ତାଙ୍କର ପୁଅ ବାବୁସାନ ମଧ୍ୟ ଏବେ ଓଡ଼ିଆ ସିନେ ଜଗତରେ ଅନେକ ସିନେମା ରେ ମୁଖ୍ୟ ନାୟକ ହିସାବରେ କାମ କରି ବେଶ ଆଦୃତ ହୋଇ ପାରୁଛନ୍ତି। ତେଣୁ ଅପରାଜିତା ମହାନ୍ତି ଜଣେ ସର୍ବଦା ଲୋକ ପ୍ରିୟ ଅଭିନେତ୍ରୀ ଥିଲେ ଆଉ ଏବେ ମଧ୍ୟ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।