ଜାଣନ୍ତୁ ଏହି ଅଜଣା କଥା ପ୍ରେମ କରିବାର କିଛିଦିନ ପରେ କାହିଁକି କେଉଁ କାରଣ ପାଇଁ ଭଲ ପାଇବା କମିଯାଇଥାଏ

0

ପ୍ରକୃତ ପ୍ରେମ ମଣିଷ କଣ ବୁଝିବା ଦରକାର। କାରଣ ପ୍ରକୃତ ପ୍ରେମ ଯେତେ ପର୍ଯ୍ୟନ୍ତ ମଣିଷ ବୁଝିନଥାଏ ସେ ଏହି ପ୍ରେମ ସମ୍ପର୍କ କୁ ନେଇ ଅନେକ ଦୁଃଖ ଭୋଗିଥାଏ। ତେଣୁ ପ୍ରକୃତ ପ୍ରେମ ଏବଂ ପ୍ରକୃତ ସମ୍ପର୍କ କଣ ତାହା ନିହାତି ଜାଣି ନେବା ଦରକାର। ମଣିଷ ନିଜ ସ୍ୱାର୍ଥ ପାଇଁ ଏବଂ ନିଜର ଅନ୍ତର୍ନିହିତ ଶାରୀରିକ ପିପାସା ପାଇଁ ସମ୍ପର୍କ ର ମାନେ ବୁଝି ନଥାଏ। ତେଣୁ ଏହି ସମ୍ପର୍କ କୁ ଜଣେ ଠିକ ରେ ନ ବୁଝିବା ପର୍ଯ୍ୟନ୍ତ ସେ ଏହି ସମ୍ପର୍କ ପାଇଁ ଅନେକ ଦୁଃଖ ଯନ୍ତ୍ରଣା ଏବଂ କଷ୍ଟ ଆଉ ପ୍ରତାରଣା ପାଇ ଚାଲେ। ତେଣୁ ଆସନ୍ତୁ ଜାଣିବା ଏହି ସବୁ ସମସ୍ୟା ର ସମାଧାନ କେମିତି ଆଉ କିପରି କରିବା।


ଏହି ତତ୍ତ୍ୱ କୁ ବୁଝିବା ଏତେ ସହଜ ନୁହେଁ। କାରଣ ଏହି କଥା ରେ ଅନେକ ତତ୍ତ୍ୱ ଲୁଚି ରହିଛି। ଏହାକୁ ଥରେ ବୁଝିଗଲେ ମଣିଷ ଆଉ କେବେ ଦୁଃଖ ଯନ୍ତ୍ରଣା ଏବଂ ବିଚ୍ଛେଦ ହେବ ନାହିଁ। ତେବେ ଏହି ତତ୍ତ୍ୱ କୁ ଆସନ୍ତୁ ଏକ କାହାଣୀ ମାଧ୍ୟମରେ ଜାଣିବା। କଲେଜ ରେ ପଢ଼ୁଥିବା ସମୟରେ ଏକ ଯୁବକ ଜଣେ ସୁନ୍ଦର ଝିଅ ପ୍ରେମ ରେ ପଡି ଗଲେ । ଆଉ ସେ ଝିଅ ମଧ୍ୟ ତାଙ୍କୁ ପସନ୍ଦ କରିବାକୁ ଲାଗିଲା। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇ ଚାଲିଲା। ଆଉ ଦୁହେଁ ପରସ୍ପରକୁ ବିବାହ କରିବାର ପ୍ରତିଶ୍ରୁତି ଦେଲେ। ଆଉ ତାଙ୍କର ପଢା ସରିବା ପରେ ସେମାନେ ବିବାହ କରିନେଲେ। ଏପରି ତାଙ୍କର ପରିବାର ସୁଖ ରେ ଦିନ ବିତିବାକୁ ଲାଗିଲା। ଆଉ ତାଙ୍କର ଦୁଇଟି ପିଲା ହେଲା।


ଏପରି ମାତ୍ର ଆଠ ଦଶ ବର୍ଷ ବେଳକୁ ଦାମ୍ପତ୍ୟ ଜୀବନ ରେ ଝଡ଼ ସୃଷ୍ଟି ହୋଇଗଲା। ଅନେକ ସମୟରେ ଯୁବକ ଜଣକ କାମ ରୁ ଆସି ତାଙ୍କ ପତ୍ନୀ ଙ୍କ ସହ ଝଗଡ଼ା ଲାଗିଲେ। ଆଉ ଅନ୍ୟ ପଟେ ଯୁବକ ଜଣକ ଅନ୍ୟ ଏକ ସୁନ୍ଦରୀ ଝିଅ ସହ ନିଜର ପ୍ରେମ ସମ୍ପର୍କ ସ୍ଥାପନ କରିସାରିଥିଲେ। ଏପରି ତାଙ୍କ ର ପତ୍ନୀ ଅନେକ ଦୁଃଖ ଯନ୍ତ୍ରଣା ଏବଂ ଅଶାନ୍ତି ଭିତରେ ସ୍ଵାମୀ ଙ୍କୁ ଛାଡ଼ପତ୍ର ଦେଲେ। ଆଉ ସେ ନିଜ ଦୁଇ କୁନି ପିଲାଙ୍କୁ ଧରି ଚାଲିଗଲେ।

ଏପରି ଯୁବକ ଜଣକ ସେହି ସୁନ୍ଦରୀ ଝିଅ ଙ୍କ ସହ ଅନେକ ସମୟ ବିତାଇ ଚାଲିଲେ। ଅନେକ ସମୟ ଏବଂ ଟଙ୍କା ତାଙ୍କ ପାଇଁ ଖର୍ଚ୍ଚ କରି ଚାଲିଲେ। ଆଉ ଯେତେବେଳେ ଯୁବକ ଜଣକ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଲେ ସେ ମନା କରିଦେଲେ। ଝିଅଙ୍କ କହିବା କଥା ସେ ଯେମିତି ଭାବରେ ନିଜ ପତ୍ନୀ ଙ୍କ ଫାଇଦା ନେଇ ତାଙ୍କୁ ବିଦା କରିଦେଲେ ସେପରି ତାଙ୍କ ସହ ଭବିଷ୍ୟତରେ ନ ହେବ ବୋଲି କଣ ଅସମ୍ଭବ?


ତେଣୁ ଶେଷ ରେ ଯୁବକ ଜଣକ ନିରାଶ ହୋଇ ଘରକୁ ଫେରି ଆସିଲେ। ଆଉ ନିଜ ପୂର୍ବ ପତ୍ନୀଙ୍କ ପାଖକୁ ଗଲେ। ମାତ୍ର ସେ ମଧ୍ୟ ତାଙ୍କୁ ସ୍ୱୀକାର କଲେ ନାହିଁ। କାରଣ ସେ ଅନେକ କଷ୍ଟ କରି ତାଙ୍କ ଦୁଇ କୁନି ପିଲାଙ୍କୁ ମଣିଷ କରିଥିଲେ। ତେଣୁ ତାଙ୍କ ସହ ଆଉ ଜୀବନ ବିତାଇବାକୁ ଇଚ୍ଛା ନଥିବା କଥା କହିଲେ।

ତେବେ ଏହି କାହାଣୀ ର ଶିଖିବା କଥା ହେଲା ଆମେ କେବଳ ରୂପ ଏବଂ ସୁନ୍ଦରତା କୁ ଦେଖି ଭଲ ପାଇ ବସୁ। କିନ୍ତୁ କେବେ ପ୍ରକୃତ ହୃଦୟ କୁ ଭଲ ପାଇ ନଥାଉ। ଆମ ପାଇଁ ପ୍ରେମ ବଡ଼ ନୁହେଁ ବରଂ ଯୌବନ ଏବଂ ଧନ ବଡ଼। ତେଣୁ ପ୍ରେମ କହିଲେ ତାକୁ ବୁଝାଏ ଯେଉଁଠି କୌଣସି ସ୍ୱାର୍ଥ ନଥାଏ ଏବଂ ପରସ୍ପରକୁ ଦୁଃଖ ରେ ସାଥି ହେବାର ସହାୟତା ହୋଇଥାଏ। ତେଣୁ ଏହାକୁ ପ୍ରକୃତ ପ୍ରେମ କୁହାଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।