ହିନ୍ଦୁ ଧର୍ମରେ ଜଳୁଥିବା ଶବର ମୁଣ୍ଡକୁ ବାଡିରେ କାହିଁକି ବାଡ଼ାନ୍ତି ? ଏହା ପଛର ସତ୍ୟତା ଜାଣିଲେ ଆଶ୍ଚର୍ଯ୍ୟ କରିଦେବ

0

ଗୋଟିଏ ମଣିଷର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଗୋଟିଏ ରହସ୍ୟ ଅଟେ ।ଏ ସଂସାରରେ ଅନେକ ଧର୍ମ ରହିଛି କିନ୍ତୁ କେବଳ ହିନ୍ଦୁ ଧର୍ମ ରେ ହିଁ ମଣିଷର ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଥିବା ସମସ୍ତ ରହସ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ତେଣୁ ହିନ୍ଦୁ ଧର୍ମ କୁ ସର୍ବଶ୍ରେଷ୍ଠ ଧର୍ମ ବୋଲି ଗଣନା କରାଯାଇ ଥାଏ । ତେବେ ଆମେ ଆଜି ଆପଣ ଙ୍କୁ ମଣିଷ ମୃତ୍ୟୁ ପର ର ଏକ ପ୍ରଥା ଏବଂ ପରମ୍ପରା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଟିକେ ଚିନ୍ତା ରେ ପଡିଯିବେ ।

ଉଲେଖଯୋଗ୍ୟ ଯେ, ଆପଣ ମାନେ ଦେଖିଥିବେ କି ଯେତେବେଳେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଥାଏ ସେତେବେଳେ ଆମ ହିନ୍ଦୁ ସଂସ୍କୃତି ପରମ୍ପରା ଅନୁସାରେ ତାର ମୃତ ଶରୀରକୁ ଅଗ୍ନି ରେ ଝାସ କରାଯାଇଥାଏ । ତେବେ ଆପଣ ଲକ୍ଷ କହିଥିବେ କି ନାହିଁ କି ଏହି ସବ କୁ ଅଗ୍ନି ରେ ଦାହ କରିବା ସମୟରେ ଯେଉଁ ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ଶରୀରରେ ନିଆଁ ଦେଇଥାଏ ସେ ସେହି ସବ ର ମୁଣ୍ଡ କୁ ବାଡ଼ିରେ ୩ ଥର ମାରିଥାଏ ବା ଆଘାତ କରୁଥାଏ ।କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର କାରଣ କଣ ହୋଇଥାଏ ବୋଲି । ଆସନ୍ତୁ ଆମେ ଆଜି ଆପଣଙ୍କୁ ଜାଣେଇବୁ ଏହା ପଛରେ ଥିବା କାରଣ ବା ରହସ୍ୟ ବିଷୟରେ ।

ଆମ ହିନ୍ଦୁ ଧର୍ମର ପରମ୍ପରା ତଥା ରୀତି ନିୟମ ଅନୁସାରେ ମଣିଷ ଶରୀରରେ ୧୧ ଟି ଦ୍ବାର ରହିଥାଏ। ଏବଂ ଏହି ଦ୍ଵାର ମାନଙ୍କ ମଧ୍ୟରୁ ମସ୍ତିଷ୍କ ଦ୍ବାର ଟି ଅନ୍ୟତମ ହୋଇଥାଏ । ଆମ ହିନ୍ଦୁ ଶାସ୍ତ୍ର ରେ ଉଲ୍ଲେଖ କରାଯାଇଛି ଯେ ଜଣେ ବ୍ୟକ୍ତି ଙ୍କର ମୃତ୍ୟୁ ପରେ ତାହାର ଆତ୍ମା ଏହି ୧୧ ଟି ଦ୍ବାର ମଧ୍ୟ ଦେଇ ଶରୀର ବାହାରକୁ ଚାଲିଯାଇଥାଏ ।ଏବଂ କୁହାଯାଏ କି ଶେଷରେ ଆତ୍ମା ଟି ମଣିଷ ର ମସ୍ତିଷ୍କ ଦ୍ଵାର ଦେଇ ବାହାରକୁ ଯାଇଥାଏ। ଏହାକୁ ମୋକ୍ଷମ ବୋଲି ମଧ୍ୟ କୁହାଯାଏ ।କାରଣ ମୃତ୍ୟୁ ପରେ ଜଣେ ବ୍ୟକ୍ତି ଏହି ବାଟ ଦେଇ ମୁକ୍ତି ପାଇଥାଏ ।

ଏତଦ୍ବ୍ୟତୀତ , ଏହି ଦ୍ବାର କୁ ବ୍ରହ୍ମ ରନ୍ଧ ବୋଲି ମଧ୍ୟ କୁହାଯାଏ ଯାହାକି ୧୧ ଟି ରନ୍ଧ ମଧ୍ୟରେ ସବୁଠାରୁ ଉଚ୍ଚ ହୋଇଥାଏ ।ଏହାଛଡା ଏମିତି ମଧ୍ୟ କୁହାଯାଏ ଯେଉଁ ଆତ୍ମା ମୁଣ୍ଡ ପଟେ ବାହାରି ଥାଏ, ସେ ମୋକ୍ଷ ପ୍ରାପ୍ତ କରି ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାଏ । ଏହି ବିଧିକୁ କପାଳ ମୋକ୍ଷମ ମଧ୍ୟ କୁହାଯାଏ । ଏହି ବିଧି କରିବା ଚିରଧର୍ଜ୍ୟ ବୋଲି ଆମ ଗ୍ରହଣ କରାଯାଏ ହିନ୍ଦୁ ଧର୍ମ ରେ ।ଏହା ଛଡା ଜଣେ ମୃତ୍ୟୁ ବ୍ୟକ୍ତି ର ମସ୍ତିଷ୍କ କୁ ବହୁତ ବ୍ୟକ୍ତି ମାନେ ଗୁଣି ଗାରେଡ଼ି କାମ ରେ ଲଗେଇଥାନ୍ତି ତେଣୁ ଏହାକୁ ଅଗ୍ନି ଦାହ ସମୟରେ ୩ ଥର ଆଘାତ କରାଯାଇଥାଏ ।ଯାହା ଫଳରେ ଏହା ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।