ମରିବା ପରେ ପୁଣି ଥରେ ବଞ୍ଚି ଉଠିଲେ ଏହି ବ୍ୟକ୍ତି କହିଲେ ମରିବା ପରେ ତାଙ୍କ ସହିତ କଣ ହୋଇଥିଲା ସମସ୍ତ ଘଟଣା ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ…..

0

କଥାରେ ଅଛି “ଯାହାକୁ ରଖିବେ ଅନନ୍ତ ତାକୁ ବା କେ କରିବ ଅନ୍ତ”। ତେବେ ଏହା କହିବାର ଅର୍ଥ ହେଉଛି ଯେତେବେଳେ ପର୍ଯ୍ୟନ୍ତ ଭଗବାନ ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ଚାହିନାହାନ୍ତି ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ର ରାଜା ଜମ ରାଜା ତାଙ୍କୁ କେବେ ହେଲେ ନିଜ ସହ ନେଇପାରିବେ ନାହିଁ । ସାଧାରଣତଃ ଆମେ ବିଶ୍ୱାସ କରିଥାଉ କି ଜଣେ ବ୍ୟକ୍ତି କିପରି ଭାବରେ ନିଜର ଜୀବନ ଯାପନ କରିବେ ସେ ବିଷୟରେ ସେ ନିଜେ ନିଷ୍ପତ୍ତି ନେବେ ମାତ୍ର କେଉଁ ସମୟରେ ଜନ୍ମ ନେବେ ଏବଂ କେଉଁ ସମୟରେ ମୃତ୍ୟୁ ବରଣ କରିବେ ତାହା କାହାଙ୍କ ହାତରେ ନଥାଏ । ତେବେ ଏହି ଉକ୍ତି ତଥା ଲୋକବାଣୀ କୁ ସତରେ ପ୍ରକାଶିତ କରିଛନ୍ତି ଜଣେ ୫୭ ବର୍ଷୀୟ ବୃଦ୍ଧ , ଖାଲି ଏତିକି ନୁହେଁ ବରଂ ମୃତ୍ୟୁ ପରେ ପୁଣି ଜୀବିତ ହୋଇ ଯାହା କହିଛନ୍ତି ଏହି ବ୍ୟକ୍ତି ତାହା ଜାଣିଲେ ଆପଣଙ୍କ ମୁହଁ ଖୋଲା ରହିଯିବ ।


ଉଲେଖଯୋଗ୍ୟ ଯେ , ୨୦୧୧ ମସିହାରେ ବିଲିୟମ୍ସ ନାମକ ଜଣେ ୫୭ ବର୍ଷୀୟ ବୃଦ୍ଧ ଙ୍କର ଦେହ ବହୁତ ଖରାପ ହେବାରୁ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସମୟରେ ବିଲିୟମ୍ସ ଙ୍କର ଅପରେସନ ର ଜରୁରୀ ଥିଲା କିନ୍ତୁ ଯେତେବେଳେ ଡାକ୍ତର ତାଙ୍କୁ ଅପରେସନ ପାଇଁ ଓଟି କୁ ନେଉଥିଲେ ଠିକ ସେହି ସମୟରେ ତାଙ୍କର ହାର୍ଟ ଆଟାକ ହୋଇଥିଲା ଏବଂ ଅକ୍ସିଜେନ ଅଭାବରୁ ତାଙ୍କର ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥିଲା ।ଫଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।କିନ୍ତୁ ତା ପରେ ଯାହା ଘଟିଲା ତାହା ଥିଲା ଅତ୍ୟନ୍ତ ବିସ୍ମୟକର ।


ଆଶ୍ଚର୍ଯ୍ୟଜନକ ଘଟଣା ଏହି କି ଯେ ,ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାର କିଛି ସମୟ ପରେ ସେ ଆଖି ଖୋଲିଥିଲେ ଏବଂ ତା ପରେ ଯାହା ସବୁ କହିଥିଲେ ତାହା କାଳ୍ପନିକ ପରି ଲାଗୁଥିଲେ ମଧ୍ୟ ସତ୍ୟ ଅଟେ ।ତେବେ ବିଲିୟମ୍ସ କହିଥିଲେ କି ତାଙ୍କର ନିଶ୍ୱାସ ବନ୍ଦ ହେବାପରେ ତାଙ୍କ ସହ ଯାହା ସବୁ ଘଟିଥିଲା ତାହା ସେ ଜାଣିପାରୁଥିଲେ ।ସେ କହିଛନ୍ତି କି ନିଶ୍ୱାସ ବନ୍ଦ ହେବା ପରେ ତାଙ୍କ ପାଖରେ ୩ଜଣ ବ୍ୟକ୍ତି ଥିଲେ ଏବଂ ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିଲେ । ସେ କହିଛନ୍ତି ଯେ ଜଣେ ତାଙ୍କ ବାରମ୍ବାର କରେଣ୍ଟ ଦେଉଥିଲା ଏବଂ ତାର ଶବ୍ଦ ସେ ଶୁଣିପାରୁଥିଲେ । ଅନ୍ୟ ପରେ ଜଣେ ବ୍ୟକ୍ତି ଙ୍କର ଛାଇ ତାଙ୍କୁ କୁଆଡେ ନେଇଯାଉଥିଲା ।


ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ତାଙ୍କର ହାତ ଧରି ତାଙ୍କୁ ହସ୍ପିଟାଲର ଛାତ ଆଡ଼କୁ ନେଇଯାଉଥିଲା ସେ ଯେପରି ପୂର୍ବରୁ ତାଙ୍କୁ ଭଲ ଭାବରେ ଜାଣିଥିଲା ।ଠିକ ସେହି ସମୟରେ ସେ ଏକ ଅଦ୍ଭୁତ ଆଲୋକ କୁ ଦେଖିଥିଲେ । ତା ପରେ ବିଲିୟମ୍ସ କହିଛନ୍ତି ଯେ ତାଙ୍କୁ ଏକ ଝଟକା ଲାଗିଲା ଆଉ ତାପରେ ସେ ଦେଖିଲେ କି ସେ ଜୀବିତ ଏବଂ ହସ୍ପିଟାଲରେ ବୋଲି । ସେ କହିଛନ୍ତି ଯେ ତାଙ୍କର ମୃତ୍ୟୁ ର ତିନି ମିନିଟ ପର୍ଯ୍ୟନ୍ତ ତାଙ୍କ ଚାରିପଟେ ହେଉଥିବା ସମସ୍ତ କଥା ସେ ଜାଣିପାରୁଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।