ଖରାପ ଏବଂ ନକାରତ୍ମକ ଭାବନା କୁ ଦୂର କରିବାର ସହଜ ଉପାୟ। ଏହି ଉପାୟ ଜାଣିଲେ ଆପଣଙ୍କ ଜୀବନରେ କେବେ ନକାରତ୍ମକ ଭାବନା ଆସିବ ନାହିଁ

0

ମଣିଷ ହେଉଛି ଏକ ଭାବନା ର ଉତ୍ସ। ସେ ଅଜାଣତରେ ଅନେକ ଭାବନା ଭିତରେ ବୁଡି ରହିଥାଏ। ତାର ମନରେ ଅନେକ ପ୍ରକାର ଭାବନା ଆସେ। କେତେବେଳେ କିଛି କରିଦେବର ସକାରାତ୍ମକ ଭବନା ଆସେ ତା ଆଉ କେତେବେଳେ ଜୀବନରେ ହାର ମାନି ଯିବାର ନକାରତ୍ମକ ଭାବନା ଆସେ। ତେବେ ଏହି ପରି ଅନେକ ନକାରତ୍ମକ ଭାବନା କୁ ସଂଯମ କରିବାକୁ ହେଲେ କିଛି ପ୍ରେରଣା ଦରକାର। ତେବେ ଆଜି ଆମେ ଏହି ଲେଖା ମାଧ୍ୟମରେ ଏହାର ପ୍ରେରଣା ଯୋଗାଇ ଦେବୁ। ଏହି ଉପାୟ ଜାଣିଲେ ଆପଣଙ୍କ ଜୀବନରୁ ସବୁଦିନ ପାଇଁ ନକରାତ୍ମକ ଭାବନା ପଳେଇ ଯିବ କିମ୍ବା ସେହି ଭାବନା ଆସିଲେ ଆପଣ ନିଜେ ତାକୁ କଣ୍ଟ୍ରୋଲ କରି ନେବେ।

ଗୋଟିଏ କଥା ଭାବନ୍ତୁ ଗୋଟିଏ ଝିଅ ଦେଖିବାକୁ ଅତ୍ୟନ୍ତ ସୁନ୍ଦରୀ । ମାତ୍ର ତାର ଗାଲର ଗୋଟିଏ କୋଣ ରେ ଏକ ଦାଗ ରହିଛି। ସେ ପ୍ରକୃତ ରେ ତାର ସୁନ୍ଦରତା କୁ ଦେଖି ଖୁସି ହେବା ଅପେକ୍ଷା ତାର ଗାଲର ସେହି ଛୋଟିଆ ଦାଗ ପାଇଁ ସର୍ବଦା ଚିନ୍ତିତ ଦେଖାଯାଏ। ତେଣୁ ଏହାର ସମାଧାନ କଣ। ଆମେ ସେହିପରି ଜୀବନ ରେ କିପରି ଆମର ନକାରତ୍ମକ ଭାବନା କୁ ଦୂର କରିବା। ଏହାର ରହସ୍ୟ ଏହି କାହାଣୀ ମାଧ୍ୟମରେ ଆସନ୍ତୁ ଜାଣିବା।

ଜଣେ ବ୍ୟକ୍ତି ଗୋଟିଏ ଗ୍ରାମରେ ରହୁଥିଲେ। ସେ ସର୍ବଦା ଦୁଃଖିତ ରହୁଥିଲେ। ତାଙ୍କୁ ଲାଗୁଥିଲା ତାଙ୍କୁ ଏମିତି କେହି ଯଦି ଦୁନିଆର ସବୁ ଶକ୍ତି ଦେଇଦିଅନ୍ତା ତେବେ ସେ ସର୍ବଦା ଖୁସିରେ ରହିଥାନ୍ତେ। ତେଣୁ ସେ ଏମିତି କିଛି ଶକ୍ତି ହାସଲ କରିବା ପାଇଁ ଚାରିଆଡେ ଘୁରିବୁଲିଲେ। କେହି ଜଣେ ବ୍ୟକ୍ତି ତାଙ୍କୁ ଏକ ମହର୍ଷି ଙ୍କ ଠିକଣା ଦେଲେ। ସେ ସେହି ଠିକଣା ଅନୁସାରେ ଚାଲିବାକୁ ଲାଗିଲେ। ଆଉ କିଛି ଦିନ ପରେ ଯାଇ ସେହି ଠିକଣା ରେ ଥିବା ସ୍ଥାନ ରେ ଯାଇ ପହଞ୍ଚିଗଲେ। ମହର୍ଷି ଙ୍କୁ ଦେଖା କରି ସବୁ କଥା କହିଲେ। ମହର୍ଷି କିନ୍ତୁ କିଛି ଉତ୍ତର ଦେଲେ ନାହିଁ।


ସେହି ଵ୍ୟକ୍ତି ବିରକ୍ତି ହୋଇଗଲେ। ଆଉ ଏମିତି ଅନେକ ଦିନ ବିତିଗଲା। ପୁଣି ଥରେ ଯାଇ ସେହି ମହର୍ଷି ଙ୍କୁ ସେ ପଚାରିଲେ। ମହର୍ଷି ତାଙ୍କୁ କହିଲେ ସେ ସବୁ ଶକ୍ତିର ଅଧିକାରୀ ହୋଇପାରିବେ ଯଦି ଏକ ଉପାୟ ମାନିବେ। ସେହି ଉପାୟ ହେଲା ନିକଟରେ ଥିବା ଏକ ପୋଖରୀ ରେ ତିନି ଥର ବୁଡ଼ ମାରିବାକୁ ପଡିବ। ଯାହାର ପାଣି ବହୁତ ଥଣ୍ଡା। ଆଉ ଏହି ତିନିଥର ବୁଡ଼ ମାରିବା ସମୟରେ ସେ ଭଗବାନଙ୍କୁ ପାର୍ଥନା କରି ଶକ୍ତି ମାଗିବେ। ଆଉ ମନେ ରଖିବାକୁ କହିଲେ ଏହି ବୁଡ଼ ମାରିବା ସମୟରେ ଯେମିତି କୌଣସି ମାଙ୍କଡ଼ କଥା ମନେ ପକାଇବେ ନାହିଁ।

ଆଉ ସେହି ବ୍ୟକ୍ତି ସେମିତି କଲେ ମାତ୍ର ତିନିଥର ବୁଡ଼ ମାରିବା ସମୟରେ ତାଙ୍କର ମନରେ ମାଙ୍କଡ଼ ଚିନ୍ତା ଆସିଲା। ସେଥିପାଇଁ ସେ ଅନେକ ଚିନ୍ତା ରେ ପଡିଲେ। ସେ ଯେଉଁଠି ବସିଲେ ସେହି ମାଙ୍କଡ଼ ଚିତ୍ର ତାଙ୍କ ସାମ୍ନା କୁ ଆସିଲା। ଆଉ ସେ ଯାଇ ପୁଣି ମହର୍ଷି ଙ୍କୁ ଭେଟି ଏହାର ଉପାୟ ପଚାରିଲେ। ଆଉ ମହର୍ଷିଙ୍କ କହିବା କଥା ହେଲା ଆମ ଭିତରେ ସର୍ବଦା ନକାରତ୍ମକ କଥା ଉଦଭାସିତ ହେଉଥାଏ। କିନ୍ତୁ ଆମେ କେବେ ଏକ ପାଶ୍ୱରେ ଥିବା ସକାରତ୍ମକ କଥା ଭାବୁ ନାହୁ


ତେଣୁ ଆମେ ସର୍ବଦା ସେହି ସକାରତ୍ମକ କଥା ଭାବିବା ଯେଉଁ ଭାବନା ଆମର ଦରକାର। ଆମେ କେବେବି ମନରେ ନକାରତ୍ମକ ଭାବନା ଆଣିବା ନାହିଁ। ଯାହା ଦ୍ୱାରା ଆପେ ଆପେ ଆମ ମନ ଭିତରେ ସକାରତ୍ମକ ଭାବନା କବଳିତ କରି ଚାଲିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।