A ଅକ୍ଷର ନାମ ଥିବା ବ୍ୟକ୍ତି ମାନଙ୍କ ର ଜାଣନ୍ତୁ କିଛି ଆଶ୍ଚର୍ଯ୍ୟକର କଥା।

0

ପ୍ରତି ବ୍ୟକ୍ତି ଙ୍କ ନାମ ଅଲଗା ଅଲଗା ହୋଇଥାଏ। ପିଲାଟି ଜନ୍ମ ହେଲେ ବାପା ମାଆ ତାର ନାମ ନିଜ ଅନୁସାରେ ରଖି ଥାନ୍ତି। ଆଉ କେତେକ ଏହି ପିଲାର ନାମ ଜନ୍ମ କୁଣ୍ଡଳୀ ଅନୁସାରେ ମଧ୍ୟ ରଖିଥାନ୍ତି। ଆମ ହିନ୍ଦୁ ଧର୍ମ ଅନୁସାରେ ପିଲାଟି ଜନ୍ମ ହେଲେ ତାର ନାମ ରାଶି ଏବଂ ଜନ୍ମ କୁଣ୍ଡଳୀ କୁ ସଂଯମ କରି ନାମ କରଣ କରାଯାଏ। ପିଲାଟିର ଗୁତ୍ର ଏବଂ ରାଶି ଅନୁଯାୟୀ ଯେଉଁ ଅକ୍ଷର ରୁ ଆରମ୍ଭ ହେବ ସେହି ଅକ୍ଷର କୁ ନେଇ ନାମ କରଣ କରାଯାଇ ଥାଏ।


ତେବେ ଆପଣଙ୍କ ନାମ ଯଦି ଇଂରାଜୀ ଅକ୍ଷର ‘A’ letter ରୁ ଆରମ୍ଭ ହୋଇଥାଏ ତେବେ ଜାଣି ରଖନ୍ତୁ ଆପଣଙ୍କ ର ନିଜର ବ୍ୟକ୍ତିତ୍ୱ କିପରି ହୋଇଥାଏ। ନାମ କରଣ ଅନୁସାରେ ଅନେକ ବ୍ୟକ୍ତି ଙ୍କ କାର୍ଯ୍ୟ ମଧ୍ୟ ଅନୁରୂପ ହୋଇଥାଏ। ତେଣୁ A ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ର ଅନେକ କିଛି ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବା ସେହି A ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ବିଶେଷ ଙ୍କ ଚରିତ୍ର ଏବଂ ଵ୍ୟକ୍ତିତ୍ୱ।

A ଅକ୍ଷର ନାମ ଥିବା ବ୍ୟକ୍ତି ମାନେ ସଦା ସର୍ବଦା ଆକର୍ଷଣୀୟ ହୋଇଥାନ୍ତି। ସେମାନଙ୍କ ର ବ୍ୟକ୍ତିତ୍ୱ ଏପରି ହୋଇଥାଏ କି ତାଙ୍କ ସହିତ ଯିଏ ମିଶିବାକୁ ଚାହେଁ ସେ ଆପଣା ର ହୋଇଯାଏ। ଏହି ବ୍ୟକ୍ତି ମାନେ ସର୍ବଦା ଆଗରେ ରହିବାକୁ ଚେଷ୍ଟା କରନ୍ତି। ଏହି ବ୍ୟକ୍ତି ମାନଙ୍କ ପାଖରେ ସ୍ମାର୍ଟ କାର୍ଯ୍ୟ କରିବାର ଦକ୍ଷତା ଥାଏ। ତେଣୁ ଯେକୌଣସି କାର୍ଯ୍ୟ କୁ ଆରମ୍ଭ କରି ଶେଷ କରିବା ପାଇଁ ଏହି ବ୍ୟକ୍ତି ମାନେ ସର୍ବଦା ଅଗ୍ରସର ହୋଇଥାନ୍ତି।


A ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ର ସ୍ଵଭାବ ଏପରି ଥାଏ;-
ଏହି ଅକ୍ଷର ଥିବା ବ୍ୟକ୍ତି ମାନେ ଭାବୁକ ଅଟନ୍ତି। ଏହି ବ୍ୟକ୍ତି ମାନେ ଅନେକ ସମୟରେ ଅନ୍ୟ ମାନଙ୍କ ର ଦୁଃଖ କଷ୍ଟ କୁ ନିଜର ବୋଲି ଭାବି ନିଅନ୍ତି। ଏମାନେ ଅନ୍ୟର କାର୍ଯ୍ୟ ରେ ବାଧା ସୃଷ୍ଟି କରିବାକୁ କେବେ ଇଚ୍ଛା କରନ୍ତି ନାହିଁ। ସମସ୍ତ ପରିବାର ର ସଦସ୍ୟ ମଙ୍ଗଳ କାମନା କରିଥାନ୍ତି। ଏହି ଅକ୍ଷର ବ୍ୟକ୍ତି ମାନେ ନିଜ ପଢା କୁ ନେଇ ଅନେକ ସଚେତନ ଥାନ୍ତି। ତେଣୁ ନିଜ ଭବିଷ୍ୟତ ବାବଦରେ ସର୍ବଦା ଗୁରୁତ୍ୱ ଦେଇଥାନ୍ତି।ନିଜ ପରିଶ୍ରମ ମାଧ୍ୟମରେ କଠିନ ଜିନିଷ କୁ ପ୍ରାପ୍ତି କରିବାର ଅଭିଳାଷ ଏମାନଙ୍କ ପାଖରେ ରହିଥାଏ। ଏହି ଅକ୍ଷର ଥିବା ବ୍ୟକ୍ତି ମାନେ ଅନେକ ସଂଘର୍ଷ କରି ଶେଷ ରେ ନିଜ ମନ ମୁତାବକ ଜିନିଷ ପ୍ରାପ୍ତ କରନ୍ତି।

A ଅକ୍ଷର ଥିବା ବ୍ୟକ୍ତିଙ୍କ ପ୍ରେମ ପ୍ରତି ଭାବନା କିପରି ଥାଏ;-
ଏହି ନାମର ବ୍ୟକ୍ତିମାନେ ପ୍ରେମ କୁ ସର୍ବଦା ସମ୍ମାନ କରନ୍ତି। ଏମାନେ ଏତେ ରୋମାଣ୍ଟିକ ନୁହନ୍ତି। କିନ୍ତୁ ପ୍ରେମ କ୍ଷେତ୍ର ରେ ଜଣକ ବିଶ୍ୱାସ କେବେ ଭାଙ୍ଗନ୍ତି ନାହିଁ। ତେଣୁ ଏମାନେ ଜଣେ ଭଲ ଏବଂ ବିଶ୍ୱାସ ଯୋଗ୍ୟ ବ୍ୟକ୍ତି ହିସାବରେ ସର୍ବଦା ଆଗରେ ରହିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।