ନାଭି ଦେଖି ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ରେ କଣ ଘଟିବ ଜାଣନ୍ତୁ କେଉଁ କେଉଁ ନାଭି

0

ଆମେ ଜ୍ୟୋତିଷ ଶାସ୍ତ୍ର ଉପରେ ବହୁତ ବିଶ୍ୱାସ କରିଥାଉ। ଆଉ ସେଥିପାଇଁ ଏହି ଶାସ୍ତ୍ର ସମତ ସମସ୍ତ କାର୍ଯ୍ୟ ମଧ୍ୟ ଆମେ କରିବାକୁ ଚେଷ୍ଟା କରୁ। ଯାହା କଲେ ଆମେ ଆମ ଭବିଷ୍ୟତ କୁ ହସ ଖୁସିରେ ଭରି ଦେଇ ପାରିବା। ସେହିପରି ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୋକ କୁହନ୍ତୁ କିମ୍ବା ବ୍ୟକ୍ତି ବିଶେଷ କୁହନ୍ତୁ ତାଙ୍କର ଚାଲିବା ଏବଂ କଥା ହେବା ଢଙ୍ଗୀ ରୁ ତାର ବ୍ୟକ୍ତିତ୍ୱ ବିଷୟ ରେ ଜାଣି ପାରିବାର ଉପାୟ ମଧ୍ୟ ରହିଛି। ସେହିପରି ନାଭି ଦେଖି ମଧ୍ୟ ତାର ଆଗାମୀ ଜୀବନ କେମିତି କଟିବ କିମ୍ବା କେମିତି ବିତିବ ତାହା ମଧ୍ୟ ଜାଣିହେବ।

ନାଭି ହେଉଛି ମଣିଷ ର ଗୋଟିଏ ବାହ୍ୟ ଅଙ୍ଗ। ଏହାକୁ ତେଣୁ ସହଜରେ ଦେଖି ଆପଣ ମଧ୍ୟ ଏହି ବ୍ୟକ୍ତି ବିଶେଷ ଙ୍କ ର ଆଗତ ଭବିଷ୍ୟତ ବିଷୟରେ ଜାଣି ପାରିବେ। ପ୍ରତି ବ୍ୟକ୍ତି ଙ୍କ ନାଭି ଦେଖିବାକୁ ଅଲଗା ଅଲଗା। ତେଣୁ ଆମେ ଆଜି ଆପଣଙ୍କୁ କିଛି ପ୍ରକାର ର ଆଲୋଚନା କରିବୁ। ଯାହାକୁ ଦେଖି ଆପଣ ସେହି ବ୍ୟକ୍ତି ର ଭବିଷ୍ୟତ ବିଷୟରେ ଜାଣି ପାରିବେ।

ପ୍ରଥମ ପ୍ରକାର ନାଭି ହେଲା ବିରୋଧ ନାଭି ;-
ଏହି ନାଭି ର ଅବସ୍ଥିତି ହେଲା ଦୁଇ ପଟରୁ ଲାଗି ଯାଇଥାଏ। ଏହି ପରି ନାଭି ଥିବା ଲୋକ ମାନେ ବହୁତ ସୁନ୍ଦର ହୋଇଥାନ୍ତି। ସେମାନେ ସମ୍ପର୍କ କୁ ଭଲ ଭାବରେ ଲିଭାଇ ଥାନ୍ତି। ଏମାନେ ଅନ୍ୟ ମାନଙ୍କୁ ଅତି ସହଜରେ ନିଜର କରି ନେଇ ପାରନ୍ତି।

ଦ୍ୱିତୀୟ ପ୍ରକାର ନାଭି ହେଲା ଗଭୀର ନାଭି;-
ଏହି ନାଭି ଦେଖିବାକୁ ଅତ୍ୟନ୍ତ ଗଭୀର ହୋଇଥାଏ। ଏହି ନାଭି ଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଶାନ୍ତ ସ୍ଵଭାବ ର ହୋଇଥାନ୍ତି। ସେମାନେ ନିଜ ର ଗୋପନୀୟତା କୁ ନିଜ ଭିତରେ ରଖିଥାନ୍ତି। ଏମାନେ ଅତ୍ୟନ୍ତ ସହାନୁଭୂତିପୂର୍ଣ୍ଣ ବ୍ୟକ୍ତି ବିଶେଷ ହୋଇଥାନ୍ତି।

ତୃତୀୟ ପ୍ରକାର ନାଭି ହେଲା ଛୋଟ ନାଭି;-
ଏହି ପରି ନାଭି ଥିବା ବ୍ୟକ୍ତି ମାନେ ଶାନ୍ତ ସ୍ଵଭାବ ର ହୋଇଥାନ୍ତି। ଏମାନେ କାହାରି ଗୋପନ କଥା ଅନ୍ୟକୁ ପ୍ରକାଶ କରନ୍ତି ନାହିଁ। ଏହି ବ୍ୟକ୍ତି ମାନେ ଅନ୍ୟର କେବେ ଖରାପ ଚିନ୍ତା କରି ପାରନ୍ତି ନାହିଁ। ଏମାନଙ୍କ ପାଇଁ ନିଜ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଚତୁର୍ଥ ପ୍ରକାର ନାଭି ହେଲା ତଳ ପଟକୁ ଢଳି ରହୁଥିବା ନାଭି:-
ଏହି ପ୍ରକାର ନାଭି ଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଅଳସୁଆ ହୋଇଥାନ୍ତି। ଏମାନେ କୌଣସି କାମ କୁ ଶିଘ୍ର ସାରିବାର ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଏହି ବ୍ୟକ୍ତି ବିଶେଷ ମାନେ ସର୍ବଦା ଅନ୍ୟକୁ ଭରସା କରି ଚାଲନ୍ତି।

ପଞ୍ଚମ ପ୍ରକାର ନାଭି ହେଲା ଚାରି ଆଡକୁ କେନ୍ଦ୍ରିତ ହେଉଥିବା ନାଭି;-
ଏହି ପ୍ରକାର ନାଭି ଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଦୁର୍ବଳ ପ୍ରକୃତି ର ହୋଇଥାନ୍ତି। ଏମାନେ ସାମାନ୍ୟ ସମସ୍ୟା ରେ ଅଧିର ହୋଇପଡନ୍ତି। ଅନ୍ୟର ଦୁଃଖ କଷ୍ଟ ମଧ୍ୟ ସହ୍ୟ କରି ପାରନ୍ତି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।