ଜଣେ ଦିବ୍ୟାଙ୍ଗ ଝିଅ ସହ ଗୋଟେ ମିସକଲରେ ଆରମ୍ଭ ହେଲା ଲଭପାଇବା ଜାଣନ୍ତୁ ତାପରେ କଣ ହେଲା …

0

ସମାଜରେ ଏମିତି କିଛି ଲୋକମାନେ ରହିଥାନ୍ତି ଯେଉମାନେ ନିଜର ଜୀବନ ସାଥୀକୁ ନଦେଖି ମଧ୍ୟ ବିବାହ କରିଥାନ୍ତି ଏବଂ ନିଜର ଦାମ୍ପତ୍ୟ ଜୀବନ ସୁଖରେ କଟାଇଥାନ୍ତି । ଏମିତି ଏକ ଭଲ ପାଇବା ବିଷୟରେ କୁହାଯାଇଛି ଯିଏକି ଜଣେ ଭିନ୍ନକ୍ଷମ ଜାଣି ମଧ୍ୟ ସେ ନିଜର ଜୀବନ ସାଥୀ ରୂପେ ଗ୍ରହଣ କରିଛନ୍ତି । ଏମିତି ଏକ ନିଆରା ପ୍ରେମ କାହାଣୀର ନାୟକ ରାୟଗଡା ଯିତେନ୍ଦ୍ର ମହାରଣା ଓ ନାୟିକା ଅର୍ଚ୍ଚନା ମାହାନ୍ତି । 12 ବର୍ଷ ତଳେ ଯିତେନ୍ଦ୍ର ଓ ଅର୍ଚ୍ଚନାଙ୍କ ମଧ୍ୟରେ ମିସକଲରୁ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ବଡିବିଲଡିଙ୍ଗ ଓ ପାୱାର ଲିପଟିଙ୍ଗରେ ଅନେକ ପଦକ ହାତେଇ ଥିବା ଯିତେନ୍ଦ୍ର ଅର୍ଚ୍ଚନାଙ୍କୁ ନଦେଖିବି ଭଲ ପାଇ ବସନ୍ତି ଓ ପରେ ବିବାହ ପ୍ରସ୍ତାବ ଦିଅନ୍ତି ।

ଦିବ୍ୟାଙ୍ଗ ଅର୍ଚ୍ଚନା ଏହାକୁ ପ୍ରତ୍ୟାଖ୍ୟାନ କରନ୍ତି ଏବଂ ସେ ଜଣେ ଦିବ୍ୟାଙ୍ଗ କହି ଯିତେନ୍ଦ୍ରକୁ ବିବାହ କରିବାକୁ ମନା କରନ୍ତି । ସବୁ ପରେ ମଧ୍ୟ ଯିତେନ୍ଦ୍ର ବିବାହ କରିବାକୁ ଜିଦ୍ ଧରନ୍ତି । ପ୍ରେମ ଆଗରେ ରୂପ ବର୍ଣ୍ଣ ଓ ସୌନ୍ଦର୍ଯ୍ୟର କିଛି ମାନେ ନଥାଏ ପ୍ରେମତ ସାଶ୍ୱତ ଚିରନ୍ତନ ଏହାକୁ ବୁଝିଛନ୍ତି ଯିତେନ୍ଦ୍ର ଓ ତାଙ୍କ ପରିବାର ଲୋକେ । ଉଭୟ ପରିବାରଙ୍କର ସମ୍ମତିରେ ଯିତେନ୍ଦ୍ର ଓ ଅର୍ଚ୍ଚନାଙ୍କର ବିବାହ ହୋଇଥିଲା ଏବଂ ବେଦୀ ହୋମ ନିଆଁକୁ ସାକ୍ଷୀ ରଖି ଦୁଇଟି ହୃଦୟର ମିଳନ ହୋଇଥିଲା ।


ଯିତେନ୍ଦ୍ରଙ୍କ ପରିବାର ଲୋକମାନେ ଏହି ବିବାହକୁ ସୁ ହୃଦୟରେ ଗ୍ରହଣ କରିଥିଲେ ଓ ତାଙ୍କ ପୁଅକୁ ମଧ୍ୟ ଏସବୁରେ ସାହାର୍ଯ୍ୟ ମଧ୍ୟ କରିଥିଲେ । ଯିତେନ୍ଦ୍ର ଅର୍ଚ୍ଚନାଙ୍କୁ ପ୍ରଥମ ଥର ମନ୍ଦିରରେ ଦେଖିଥିଲେ ଏବଂ ସେ ଜଣେ ଦିବ୍ୟାଙ୍ଗ ଜାଣି ମଧ୍ୟ ତାଙ୍କୁ ବିବାହ କରିବା ପାଇ ଜିଦ କରିଥିଲେ ।ଯିତେନ୍ଦ୍ର ଓ ଅର୍ଚ୍ଚନାଙ୍କ ପ୍ରେମ କାହାଣୀକୁ 12 ବର୍ଷ ବିତିଗଲାଣି ଏବଂ ଯିତେନ୍ଦ୍ର ଏବେ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପତ୍ନୀ ଅର୍ଚ୍ଚନା ସମାଜସେବୀ ଭାବେ କାମ କରୁଛନ୍ତି । ପ୍ରେମର ପ୍ରକୃତ ଅର୍ଥ ବୁଝାଇଛନ୍ତି ରାୟଗଡାର ଏହି ଦମ୍ପତୀ ।


ସେଥିପାଇ କୁହାଯାଇଛି ପ୍ରକୃତ ଭଲ ପାଇବାରେ ଧନୀ ଗରିବ , ବର୍ଣ୍ଣ ସୌନ୍ଦର୍ଯ୍ୟ ଏସବୁ ନଥାଏ ଏବଂ ଏ ସମସ୍ତ ଜିନିଷକୁ ଲକ୍ଷ୍ୟ ନକରି ସେମାନେ ନିଜର ମନର ମଣିଷକୁ ଭଲ ପାଇ ବସନ୍ତି । ଏହି ମାନଙ୍କୁ ହିଁ ପ୍ରକୃତ ଭଲ ପାଇବା କୁହାଯାଏ ଏବଂ ସେମାନଙ୍କର ଦାମ୍ପତ୍ୟ ଜୀବନ ମଧ୍ୟ ସୁଖରେ କଟାଇଥାନ୍ତି । ଏପରି ଦାମ୍ପତ୍ୟ ଜୀବନକୁ ବହୁତ ଲୋକମାନେ ପ୍ରଶଂସା କରିଛନ୍ତି ଓ ସେମାନଙ୍କର ବୈବାହିକ ଜୀବନ ଆନନ୍ଦରେ କଟନ୍ତୁ ବୋଲି ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ।ଏମିତି ପ୍ରକୃତ ଭଲ ପାଇବା ମଣିଷ ଆଧିନିକ ସମାଜରେ ବହୁତ କମ ରହିଥାନ୍ତି ଏବଂ ସେହି ପ୍ରକୃତ ଭଲ ପାଇବା ଯେଉଁ ମାନଙ୍କୁ ମିଳିଥାଏ ସେମାନେ ବହୁତ ଭାଗ୍ୟବାନ ମନେ କରନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।