ରାଣୀ ପଣ୍ଡା ଙ୍କ କିଛି ଆୟ ଏବଂ ସମ୍ପତି ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ ଜାଣନ୍ତୁ କିପରି ରହିଛି ତାଙ୍କର ଘର ଏବଂ ପରିବାର।

0

ଓଡ଼ିଆ ଜଗତ ଏମିତି କିଛି କଳାକାର ଅଛନ୍ତି ଯେଉଁମାନଙ୍କୁ ଅନେକ ସମୟରେ ଟିଭି ରେ ଆପଣ ବିବାଦ ଘେରରେ ଦେଖିବାକୁ ପାଇବେ। ସେହି ମାନଙ୍କ ମଧ୍ୟରେ ରାଣୀ ପଣ୍ଡା ହେଲେ ଅନ୍ୟତମ। ତାଙ୍କର ଏମିତି କିଛି ମନ୍ତବ୍ୟ ଆସେ ଯାହା ପାଇଁ ସେ ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ବିବାଦ ଘେରରେ ଆସନ୍ତି। ଖାଲି ସେତିକି ନୁହେଁ ତାଙ୍କର ଅନେକ ଅଶ୍ଲୀଳ ନାଚ ପାଇଁ ମଧ୍ୟ ସେ ବିବାଦ ଘେରରେ ପୂର୍ବରୁ ଆସିଥିଲେ। ତେବେ ଏହା ତାଙ୍କର କଳା ପରିଚୟ ର ଚିତ୍ର। କିନ୍ତୁ ତାଙ୍କର ଅନେକ ଭଲ ଗୁଣ ମଧ୍ୟ ଅଛି ଯାହା କେହି ଜାଣି ନଥିବେ ମଧ୍ୟ।


ତାଙ୍କର କେତେ ପାରିଶ୍ରମିକ ଏବଂ କେତେ ତାଙ୍କର ସଂପତ୍ତି ମଧ୍ୟ ଅଛି ତାହା ଅନେକ ଜାଣିବାକୁ ଇଚ୍ଛୁକ ଥିବେ। ତେବେ ଏହା ବିଷୟରେ ଆମେ ଆପଣଙ୍କୁ ନିହାତି ଜଣାଇ ଦେବୁ। କିନ୍ତୁ ତା ପୂର୍ବରୁ ଆପଣ ଜାଣି ରଖିବା ଉଚିତ କି ରାଣୀ ପଣ୍ଡା ଯେତିକି ଆୟ କରନ୍ତି ତାହାର ଅନେକ ଅଂଶ ସମାଜ ର ଗରିବ ମାନଙ୍କର ସାହାଯ୍ୟ ପାଇଁ ନିୟୋଜିତ କରିଥାନ୍ତି। ଯଦିଓ ତାଙ୍କୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ କାରଣ ସେ ଯାତ୍ରା ରେ ଅଶ୍ଲୀଳ ନୃତ୍ୟ ମାଧ୍ୟମରେ ଏକ ଖରାପ ସଂସ୍କୃତି ପ୍ରସାର କରୁଥିବାର ଅଭିଯୋଗ ମଧ୍ୟ ଆସେ। କିନ୍ତୁ ତାଙ୍କର ଏପରି କିଛି ଚରିତ୍ର ରହିଛି ଯାହାକୁ ଆପଣ ଜାଣିଲେ ତାଙ୍କୁ ନିହାତି ଭାବରେ ପ୍ରଶଂସା କରିବେ।


ରାଣୀ ପଣ୍ଡା କରୋନା ସମୟରେ ଚାଲିଥିବା ଲକ ଡାଉନ ସମୟରେ ଅନେକ ଗରିବ ମାନଙ୍କର ସାହାଯ୍ୟ କରିଛନ୍ତି। ତାଙ୍କର ସାମର୍ଥ୍ୟ ଅନୁସାରେ ଗରିବ ମାନଙ୍କୁ ଖାଇବା ଯୋଗାଇବା ସହ ରହିବାର ମଧ୍ୟ ବ୍ୟବସ୍ଥା କରିଥିଲେ। ସେ ସାଧାରଣତଃ ଭୁବନେଶ୍ୱର ରେ ରୁହନ୍ତି। ତାଙ୍କର ପ୍ରାୟ ଏବେ ୩୦ ଲକ୍ଷ ର ସମ୍ପତ୍ତି ରହିଛି। ଏହା ସହିତ ସେ ନିଜ ଫ୍ଲାଟରେ ରୁହନ୍ତି।  ଏବେ ଯାଇଥିବା ବାତ୍ୟା ରେ ମଧ୍ୟ ସେ ଲୋକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସେମାନଙ୍କ ସମସ୍ୟା କୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ତାଙ୍କର ଏହି ପରି ଅନେକ ଜନ ମଙ୍ଗଳ କାର୍ଯ୍ୟ ବିଷୟରେ ପ୍ରାୟ ଅଳ୍ପ ଲୋକ ଜାଣିଥିବେ। କାରଣ ଏହା ଖୁବ କମ ଶୁଣିବାକୁ ମିଳିଥାଏ।


ଆପଣ ଜାଣିଥିବେ ରାଣୀ ପଣ୍ଡା ଙ୍କ ଏବେ ଆଲବମ ପ୍ରବଳ ମାତ୍ରାରେ ଲୋକ ପ୍ରିୟ ହେବାରେ ଲାଗିଛି। ତାଙ୍କର ଏକ ନୂଆ ଅନ୍ଦାଜ ରେ ଗୀତ ଗାଇବା ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସୁଛି। ତାହା ସହିତ ସେ ମଞ୍ଜୁରୀ ଟିଭି ରେ ପ୍ରସାରିତ ହେଉଥିବା ପପୁ ପମ ପମ ଙ୍କ ସହିତ ମଧ୍ୟ ଅଭିନୟ କରିବାର ଦେଖିବାକୁ ମିଳୁଛନ୍ତି। ତେଣୁ ତାଙ୍କର ଏପରି ମଧ୍ୟ କିଛି ଓଡ଼ିଆ ସିନେମା ରହିଛି ଯେଉଁଥିରେ ସେ ଆଇଟମ ଗାର୍ଲ ହିସାବରେ ମଧ୍ୟ କାମ କରି ସାରିଛନ୍ତି। ତେବେ ରାଣୀ ପଣ୍ଡା ଏବେ ନିର୍ବାଚନ ପ୍ରଚାର ରେ ମଧ୍ୟ ଜଣେ ବୟସ୍କ ଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।