ପ୍ରଧାନମନ୍ତ୍ରୀ ମୋଦି ଙ୍କ ବଡ ଘୋଷଣା ! ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କା, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଆଜିର ଏହି କର୍ମ ତତ୍ପର ତଥା ସୁବିଧାବାଦୀ ମନୁଷ୍ୟ ମାନଙ୍କ ପାଖରେ ଯାନବାହନ ର ଅଭାବ ନାହିଁ।।ପ୍ରତିଦିନ ସାମାନ୍ୟ ଅସାବଧାନତା କାରଣରୁ ଏହି ଯାନବାହନ ଦ୍ୱାରା ଦୁର୍ଘଟଣା ଘଟିବା ଏକ ସାଧାରଣ କଥା ହୋଇଗଲାଣି।ଆଉ ଅନେକ ସମୟରେ ଏହି ଦୁର୍ଘଟଣା ଲୋକର ଜୀବନ ଦୀପକୁ ମଧ୍ୟ ଲିଭାଇଦେଉଛି।

ଆଜିର ସମାଜ ଏକ ସ୍ୱାର୍ଥବାଦୀ ସମାଜ।ଆଜି ର ସମୟରେ କେହି କାହାକୁ ସାହାଯ୍ୟ କରିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି।।ସମସ୍ତେ ନିଜ ନିଜ କାର୍ଯ୍ୟ ରେ ବ୍ୟସ୍ତ।।ଆଜିର ମଣିଷ ପାଖରେ ନିଜ ଛଡା ଆଉ କାହା ପାଇଁ ସମୟ ନାହିଁ।ତେଣୁ ସଡ଼କ ଦୁର୍ଘଟଣା ର ଶିକାର ହୋଇଥିବା ବକ୍ତି ବିଶେଷ ଙ୍କୁ ଲୋକ ସାହାଯ୍ୟ କରିବା ବଦଳରେ ନିଜ କାର୍ଯ୍ୟ ରେ ଆଗେଇଯାନ୍ତି।କେହି କେହି ଆମ୍ବୁଲାନ୍ସ କୁ କଲ କରିଥାନ୍ତି।ପରେ ଆମ୍ବୁଲାନ୍ସ ସେହି ଦୁର୍ଘଟଣା ସ୍ଥାନରେ ପହଞ୍ଚିବାକୁ ଟିକିଏ ସମୟ ନେଇଥାଏ।ଫଳରେ ଲୋକଟି ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ପାରିନଥାଏ ଓ ଲୋକଟିର ମୃତ୍ୟୁ ଘଟିଥାଏ।
ସୂଚନାଯୋଗ୍ୟ କି ପ୍ରତିବର୍ଷ ପ୍ରାୟ ୫ଲକ୍ଷ ରୁ ଅଧିକ ଲୋକ ସଡ଼କ ଦୁର୍ଘଟଣା ଘଟୁଛି।ଏଥି ମଧ୍ୟରୁ ପ୍ରାୟ ଦେଢ ଲକ୍ଷ ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି।ଏତଦ୍ବ୍ୟତୀତ ଚାରି ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣା ରେ ଆହତ ହେଉଛନ୍ତି।ତେବେ ଏପରି ଘଟଣା କୁ ଆଖି ସାମ୍ନାରେ ରଖି ଆମ ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ କମାଇବା ପାଇଁ ଗତ ସୋମବାର ଦିନ କେନ୍ଦ୍ର ସରକାର ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ଏହି ଯୋଜନା ଅନୁଯାୟୀ ଦୀର୍ଘଟଣା ର ଶିକାର ହୋଇଥିବା ବ୍ୟକ୍ତି ଙ୍କୁ ଯଦି ଆପଣ ୧ ଘଣ୍ଟା ମଧ୍ୟରେ ହସ୍ପିଟାଲ ରେ ପହଞ୍ଚାଇଦେବେ ତେବେ ଆପଣଙ୍କୁ ୫୦୦୦ ଟଙ୍କା ଦିଆଯିବ।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହାକୁ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କୁ ଚିଠି ଲେଖି ସୂଚନା ପ୍ରଦାନ କରାଯାଇଛି।ଏହି ଯୋଜନା ୨୦୨୧ ଅକ୍ଟୋବର ୧୫ ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ଯାଏ ଲାଗୁ କରାଯିବ ବୋଲି ଏହି ଚିଠି ରେ ଉଲ୍ଲେଖ କରାଯାଇଛି।।
ଗତ ସୋମବାର ଦିନ ମନ୍ତ୍ରଣାଳୟ ପକ୍ଷରୁ ସଡ଼କ ଦୁର୍ଘଟଣା ର ଶିକାର ହୋଇଥିବା ଲୋକକୁ ସାହାଯ୍ୟ କରୁଥିବା ଲୋକଙ୍କୁ ଏହି ରାଶି ଦିଆଯିବା ନେଇ ସ୍ପଷ୍ଟ କରାଯାଇଛି।ତେବେ ଏହି ଯୋଜନା ଆପାତତଃ ଜରୁରୀକାଳୀନ ସ୍ଥିତିରେ ଦୁର୍ଘଟଣା ପୀଡିତ ଙ୍କୁ ସାହାଯ୍ୟ କରି ତାଙ୍କ ଜୀବନ ବଞ୍ଚାଇବା ପାଇଁ ଲୋକମାନଙ୍କୁ ପ୍ରେରିତ କରିବ।

ଏହି ଯୋଜନା ଅନୁଯାୟୀ ସାହାଯ୍ୟକାରୀ ଙ୍କୁ ଟଙ୍କା ମିଳିବା ସହିତ ଏକ ପ୍ରମାଣ ପତ୍ର ଦିଆଯିବା ର ବ୍ୟବସ୍ଥା ରହିଛି।ଏତଦ ଵ୍ୟତୀତ ସବୁଠାରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ଙ୍କୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରି ୧ଲକ୍ଷ ଟଙ୍କା ର ରାଶି ପ୍ରଦାନ କରାଯିବ ର ବ୍ୟବସ୍ଥା ମଧ୍ୟ ରହିଛି।

ତେବେ ଦେଶର ଏହି ଦୁର୍ଘଟଣା ଜନିତ ମୃତ୍ୟୁ ହାର କୁ କମାଇବା ପାଇଁ କେନ୍ଦ୍ର ସରକାର ଏପରି ଏକ ପ୍ରଚେଷ୍ଟା କରିଛନ୍ତି।ଏପରି ଏକ ପ୍ରଚେଷ୍ଟା ଦ୍ୱାରା ୨୦୨୫ ମସିହା ବେଳକୁ ପ୍ରାୟତଃ ୫୦% ମୃତ୍ୟୁ ହାର କମିଯାଇଥିବା ନେଇ କେନ୍ଦ୍ର ସଡ଼କ ମନ୍ତ୍ରାଳୟ ଆଶା ପୋଷଣ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।