ବ୍ରଣ ଏବଂ କଳା ଦାଗ ଦୂର କରିବା ପାଇଁ ସହଜ ଫେସ୍‌ ପ୍ଯାକ୍‌ ମାତ୍ର ଗୋଟିଏ ସପ୍ତାହରେ ଦାଗ ମୁକ୍ତ ହୋଇଯିବ – Pimples & Blackspot

0

ବର୍ତ୍ତମାନ କିଏ ବା ନଚାହେଁ ସୁନ୍ଦର ଦେଖାଯିବା କୁ , ଖାସ କରି ମହିଳା ମାନେ ସବୁବେଳେ ନିଜର ରୂପ , ଓ ସୁନ୍ଦରତା କୁ ନେଇ ଚିନ୍ତାରେ ରହିଥାନ୍ତି। ଯଦିଓ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଛନ୍ତି କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମ୍ଭର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ। ଯେପରି କି ମୁହଁ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳା ଦାଗ ଆସିବା, ମୁହଁରେ ଦାଗ ହେବା ,ଅଳ୍ପ ବୟସରେ ତ୍ୱଚା କିଞ୍ଚିତ ହେବା ଇତ୍ୟାଦି।

ତେବେ ଏହି ସବୁ କାରଣରୁ ଆମର ସୁନ୍ଦରତା ଉପରେ ବାଧାପ୍ରାପ୍ତ ହୋଇଥାଏ। ତେବେ ଏହିସବୁ ମଧ୍ୟରୁ ମୁହଁରେ ଭିନ୍ନ ଭିନ୍ନ ଦାଗ ରହିବା ଏବଂ ପିମ୍ପୁଲସ ଆସିବା ଆମର ସୁନ୍ଦରତା କୁ ବହୁତ ବାଧାପ୍ରାପ୍ତ କରିଥାଏ। ଆଉ ଅନେକ ଲୋକ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ମାର୍କେଟ ରେ ମିଳୁଥିବା ବିୟୁଟି ପ୍ରଡକ୍ଟ ତଥା କସମେଟିକ ର ବ୍ୟବହାର କରିଥାନ୍ତି। ଏଥିରେ କେମିକାଲ ମିକ୍ସ ହୋଇଥିବା ରୁ ଏହା ଆମକୁ ସୁନ୍ଦର କରିବା ପରିବର୍ତେ ଆହୁରି ଖରାପ କରିଦେଇ ଥାଏ।
ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ଜଣାଇବୁ ଯାହା କରିବା ଦ୍ୱାରା ଆପଣ ଙ୍କ ମୁହଁରେ ଥିବା ସମସ୍ତ ପୁରୁଣା ଦାଗ, ବ୍ରଣ କିମ୍ବା କ୍ଷତ ସବୁ ଭଲ ହୋଇଯିବ ।ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ।

ଆବଶ୍ୟକ ସାମଗ୍ରୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଂକୁ ମାତ୍ର ତିନି ଟି ସାମଗ୍ରୀ ର ଆବଶ୍ୟକତା ରହିଛି ।ଯଥା :-
୧.କଞ୍ଚା ନିମ୍ବ ପତ୍ର
୨.ହଳଦୀ ଗୁଣ୍ଡ
୩.ଦହି

କିପରି ପ୍ରସ୍ତୁତ କରିବେ :-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ବହୁତ ସହଜ ଅଟେ। ପ୍ରଥମ ନେଇଥିବା ଲିମ୍ବ ପତ୍ର କୁ ଭଲ ଭାବରେ ଧୋଇନିଆନ୍ତୁ ଏବଂ ତାହାକୁ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ ।ଗାଇଣ୍ଡିଙ୍ଗ ହେବା ପରେ ଏହାକୁ ଗୋଟିଏ ପାତ୍ର କୁ ବାହାର କରି ନିଅନ୍ତୁ। ବର୍ତ୍ତମାନ ଏହି ନିମ୍ବ ପତ୍ର ପେଷ୍ଟ ରେ ଏକ ଚାମଚ ହଳଦୀ ଗୁଣ୍ଡ ଏବଂ ଏକ ଚାମଚ ଦହି ମିଶାନ୍ତୁ।

ତେବେ ହଳଦୀ ରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଆପଣ ର ମୃତ ଚର୍ମ କୁ ବାହାର କରିଥାଏ ଏବଂ ଦହି ମୁହଁରେ ଡ୍ରାଇନେସ କୁ ଠିକ କରି ଚମକ ଆଣିଥାଏ। ତେବେ ବର୍ତ୍ତମାନ ଏହି ସବୁ କୁ ଭାବିଭାବରେ ମିକ୍ସ କରି ୩-୪ ମିନିଟ ଛାଡି ଦିଅନ୍ତୁ। ଆମର ରିମେଡି ରେଡି ହୋଇଗଲା।

ବ୍ୟବହାର କିପରି କରିବେ:-

ଏହି ରିମେଡି ଟିକୁ ଆପଣ ଏକ ବ୍ରଷ ବା ହାତରେ ନେଇ ମୁହଁରେ ଲଗାଇ ୧୧-୧୫ ମିନିଟ ଛାଡିଦିଅନ୍ତୁ। ଦେଖିବେ ଏହା ସୁଖୀ ଯିବ ତା ପରେ ଆସି ଥଣ୍ଡା ପାଣି ରେ ଧୋଇନିଅନ୍ତୁ। ଏହା ପରେ ଆପଣ ନିଶ୍ଚିତ ଭାବରେ ଜାଣିପାରିବେ ଏହାର କଣ ଲାଭ ରହିଛି ବୋଲି। ତେବେ ଏହି ରିମେଡି ଟିକୁ ଆପଣ ଷ୍ଟ୍ରର କରି ମଧ୍ୟ ରଖିପାରିବେ। ତେବେ ସପ୍ତାହ ରେ ତିନି ଥର ବ୍ୟବହାର କରନ୍ତୁ ଆପଣଙ୍କ ମୁହଁରେ ଥିବା ସବୁ କଳାଦାଗ , ବ୍ରଣ , ପୁରୁଣା ଚିନ୍ହ ଭଲ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।