ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି ଏହି ଭିଡିଓ – ସୋସିଆଲ୍ ମିଡିଆ ରେ ଲାଇଭ୍ ଆସି ପରସ୍ପରକୁ ହେଲେ ବାହା ତା’ପରେ ଯାହା ହେଲା

0

ଆଜି କାଲି ଦୁନିଆରେ ସବୁ ପିଲା ପ୍ରେମ କରୁଛନ୍ତି,ଯେଉଁ ବୟସ ରେ ପିଲା ମାନେ ପ୍ରେମ ର ମାନେ କଣ ବୁଝି ନାହାଁନ୍ତି, ସେହି ବୟସ ରେ ଯଦି କାହା ପ୍ରତି ଏଟ୍ରାକ୍ସନ୍ ଆସି ଯାଉଛି ତେବେ ତାକୁ ପ୍ରେମ ର ନାମ ର ଦେଇ ଦଉଛନ୍ତି। ଆଜି କାଲି ତ ତୃତୀୟ ଚତୁର୍ଥ ଶ୍ରେଣୀ ରେ ପାଠ ପଢୁଥିବା ପିଲା ମାନେ ପ୍ରେମ କରିଲେଣି। ତୃତୀୟ, ଚତୁର୍ଥ ରେ ପାଠ ପଢୁଥିବା ପିଲା ମାନଙ୍କୁ ର ବୟସ ବା କେତେ ତଥାପି ସେମାନେ ପ୍ରେମ ର ନାମ ଶୁଣି ତାର ଅର୍ଥ ନ ବୁଝି ପ୍ରେମ କରୁଛନ୍ତି। ଏଥିପାଇଁ ଆମେ ପିଲା ମାନଙ୍କୁ ଦୋଷ ଦେଲେ କିଛି ଲାଭ ନାହିଁ। ସେମାନେ ଟିଭି ରୁ ଯାହା ନ୍ୟୁଜ୍ ଦେଖୁଛନ୍ତି ଏବଂ ତାଙ୍କ ଆଖ ପାଖ ପରିବେଶ ରେ ଯାହା ଘଟଣା ଘଟୁଛି ସେ ସବୁକୁ ଦେଖି ସେମାନେ ଶିଖୁଛନ୍ତି। ସେମାନଙ୍କ ମଧ୍ୟରେ ସେହି ସବୁ ଫୁଲ ଦିଆ ନିଆ, ଚିଠି ଦିଆ ନିଆ, ଆଖି ମରା ମରି, ଠରା ଠରି, ଲୁଚି ଲୁଚି କଥା ବାର୍ତ୍ତା ସବୁ କିଛି ଆରମ୍ଭ ହୋଇଯାଉଛି।


ଆଗ କାଳରେ ପ୍ରେମ କୁ ଘର ଲୋକ ମାନେ ଜମାବି ସ୍ୱୀକାର କରୁନଥିଲେ। ଯଦି କେହି ପୁଅ ଝିଅ ପରସ୍ପରକୁ ଭଲପାଉ ଥିଲେ ଏବଂ ଘରେ ବାହାଘର ପାଇଁ କହୁଥିଲେ ତେବେ ଘର ଲୋକ ଯେକୌଣସି କାରଣ ରୁ ହିଁ ମନା କରିଦେଉଥିଲେ ବାହାଘର ପାଇଁ। ସେମାନଙ୍କ ର କଥା ବାର୍ତ୍ତା, ଦେଖାଚାହାଁ ସବୁକିଛି ବନ୍ଦ କରିଦେଉଥିଲେ। ପୁଅ ଝିଅ ପରସ୍ପରକୁ ଭଲ ପାଉଛନ୍ତି ପରସ୍ପରକୁ ବାହା ହେବା ପାଇଁ ସ୍ଥିର କରୁଛନ୍ତି, ଯଦି ଘର ଲୋକ ସେଥିରେ ରାଜି ହେଉନାହାଁନ୍ତି ତେବେ ସେମାନେ ଘରୁ ଲୁଚି ପଳାଇ ବାହାରେ ବାହା ହେଉଛନ୍ତି। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ସେହି ରିଲେଟେଡ୍ ଏକ ଖବର ସମ୍ପର୍କରେ କହିବୁ କିନ୍ତୁ ସେହି ଖବର ରେ ବି ଆଉ ଏକ ଘଟଣା ଅଛି ଯାହା ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ଟି କଣ।

ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ୍ ହୋଇଛି ଯେଉଁ ଦୁଇ ଜଣ ପୁଅ ଝିଅ ବାହା ହୋଇଛନ୍ତି ସିଏ ବି ପୁଣି ସୋସିଆଲ ମିଡ଼ିଆ ରେ ଲାଇଭ୍ ଆସି। ତେବେ ସେହି ଭିଡିଓ ରୁ ଯାହା ଜଣା ପଡୁଛି ପୁଅ ଝିଅ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଛନ୍ତି ଏବଂ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ,କିନ୍ତୁ ଯେତେବେଳ ସେମାନେ ଏହି କଥା ନିଜ ଘରେ କହିଛନ୍ତି ଘର ଲୋକ କୌଣସି ଏକ କାରଣ ରୁ ସେମାନଙ୍କୁ ମନା କରି ଦେଇଛନ୍ତି। ତେବେ ସେମାନେ ପରସ୍ପରକୁ ଏତେ ମାତ୍ରାରେ ଭଲ ପାଉଛନ୍ତି ଯେ ସେମାନେ ହୁଏତ ପରସ୍ପରକୁ ଛାଡି ରହିପାରିନଥାନ୍ତେ,ସେଥିପାଇଁ ସେମାନେ ଘର ଛାଡି ପଳାଇ ଆସିଛନ୍ତି।


ଘର ଛାଡି ପଳାଇ ଆସିବା ପରେ ସେମାନ ପରସ୍ପରକୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ସେମାନେ ସୋସିଆଲ୍ ମିଡିଆ ରେ ଲାଇଭ୍ ଆସି ପରସ୍ପରକୁ ବାହା ହୋଇଛନ୍ତି। ଭିଡିଓ ରେ ପୁଅ ଜଣକ ଏକ ସିନ୍ଦୂର ଜରି କୁ ଛିଣ୍ଡାଇ ସେଥିରୁ ସିନ୍ଦୂର ବାହାର କରୁଛନ୍ତି, ଏବଂ ସେହି ଝିଅ ଜଣକ ଙ୍କ ମୁଣ୍ଡ ରେ ଲଗାଇ ଦେଉଛନ୍ତି। ଏହାପରେ ଝିଅ ଜଣକ ମଧ୍ୟ ପୁଅ ଟି ର ପାଦ ଛୁଇଁ ଜୁହାର କରୁଛନ୍ତି। ସେମାନଙ୍କୁ ଦେଖି ଯାହା ଲାଗୁଛି ସେମାନେ ବହୁତ ଅଳ୍ପ ବୟସ ର ପିଲା ମାନେ। ସେମାନେ ପରସ୍ପରକୁ ଭଲ ପାଇଛନ୍ତି ଘର ଲୋକ ମନା କରି ଦେବାରୁ ଏହିପରି ନିଷ୍ପତ୍ତି ସେମାନେ ନେଇଛନ୍ତି। ଏବେ ସେହି ଭିଡିଓ ଟି ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।