ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି ଦୁହିଁଙ୍କ ର ହ୍ୱାଡସପ୍ ଚାର୍ଟ ଓ ତା’ପରେ ଯାହା ହେଲା ..

0

ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି,ସେମାନଙ୍କ ମଧ୍ୟରୁ ଯଦି ସୁପରହିଟ୍ ଅଭିନେତା ଏବଂ ଅଭିନେତ୍ରୀ ଙ୍କ କଥା ଆସେ ତେବେ ଲୋକ ମାନଙ୍କ ମୁହଁ ରେ ଆଗ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ନା ଆସେ। ଏହି ଦୁଇ ଜଣ ଓଲିଉଡ୍ କେବଳ ସୁପରହିଟ୍ ଅଭିନେତା ଏବଂ ଅଭିନେତ୍ରୀ ନୁହଁନ୍ତି ଦୁହେଁ ଓଲିଉଡ୍ ର ସୁପରହିଟ୍ ଯୋଡି ମଧ୍ୟ। ଏହି ଦୁଇ ଜଣଙ୍କୁ ଓଡିଶା ର ସବୁ ଲୋକ ଅନେକ ଭଲପାଇବା ଦେଇଛନ୍ତି ଏବଂ ଅନେକ ସପୋର୍ଟ ମଧ୍ୟ କରିଛନ୍ତି। ଅନୁଭବ ତାଙ୍କ ର ଆକ୍ଟିଙ୍ଗ୍, ଷ୍ଟାଇଲ୍, ଫିଲ୍ମ ରେ ଜବରଦସ୍ତ ଫାଇଟିଙ୍ଗ୍ ସିନ୍ ପାଇଁ ଖୁବ୍ ପରିଚିତ,ଆଉ ବର୍ଷା ତ ଓଲିଉଡ୍ ର ବିୟୁଟି କୁଇନ୍, ସେ ତାଙ୍କ ର ଆକ୍ଟିଙ୍ଗ୍ ପାଇଁ ଯେତିକି ପରିଚିତ ନୁହେଁ ନିଜର ବିୟୁଟି ପାଇଁ ସେତିକି ଫେମସ୍।

ଏହି ଦୁଇ ଜଣ ଅନେକ ଫିଲ୍ମ ରେ ଏକାସହ କାମ କରୁଛନ୍ତି, ପରସ୍ପର କୁ ଭଲ ଭାବରେ ଜାଣିଛନ୍ତି। ଏହି କିଛି ବର୍ଷ ତଳେ ଦୁହେଁ ପରସ୍ପରକୁ ଭଲ ପାଇ ବାହା ହୋଇଥିଲେ। ବାହାଘର ପରେ ଦୁହେଁ ପରସ୍ପର ସହ ଖୁସି ରେ ମଧ୍ୟ ଥିଲେ,ଏବେ କିନ୍ତୁ ବାହାଘର ର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଫାଟ ଦେଖିବାକୁ ମିଳିଛି। ଆପଣ ମାନେ ତ ସମସ୍ତେ ବର୍ଷା ଏବଂ ଅନୁଭବ ଙ୍କ ର ପରିବାର ବିବାଦ ସମ୍ପର୍କରେ ନିଶ୍ଚିତ ଜାଣିଥିବେ। ବର୍ଷା ପ୍ରଥମେ ଅନୁଭବ ଙ୍କ ନାମରେ ଅନେକ ବିବାଦ ଆଣି କୋର୍ଟ ରେ ତାଙ୍କ ନାମରେ କେସ୍ ଫାଇଲ୍ କରିଥିଲେ। ଏହାପରେ ଅନୁଭବ ମଧ୍ୟ ବର୍ଷା ଙ୍କ ନାମରେ ଅନେକ ଯୁକ୍ତି ବାଢି ତାଙ୍କୁ ଡିଭର୍ସ ଦେବା ପାଇଁ କୋର୍ଟ ରେ ଆବେଦନ କରିଥିଲେ।

ତେବେ ଦୁହେଁ ଦୁହିଁଙ୍କ ନାମରେ ଅନେକ ଗୁଡିଏ କଥା କହିଥିଲେ। ଏହି ସମୟ ରେ ଦୁହେଁ ସୋସିଆଲ୍ ମିଡିଆରେ ମଧ୍ୟ ଅନେକ ଫେମସ୍ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଅନୁଭବ ବର୍ଷା ଙ୍କ ନାମ ରେ କାଛି ପୋଷ୍ଟ କରୁଥିଲେ ବର୍ଷା ତାର ଉତ୍ତର ସ୍ୱରୂପ ଅନୁଭବ ଙ୍କ ନାମରେ ମଧ୍ୟ ଅନେକ କଥା ପୋଷ୍ଟ କରୁଥିଲେ। ଏହି ସମୟ ରେ ସେମାନଙ୍କ ଫ୍ୟାନ୍ ମାନେ କିନ୍ତୁ ସେମାନଙ୍କୁ କମେଣ୍ଟ ମାଧ୍ୟମରେ ଅନେକ କଥା କହୁଥିଲେ, ପୁଣି ଥରେ ଏକାଠି ହୋଇଯିବାକୁ, ପୁଣି ମିଳିମିଶି ରହିବାକୁ କହୁଥିଲେ। ଏବେ ସୋସିଆଲ୍ ମିଡିଆ ରେ ବର୍ଷା ଏବଂ ଅନୁଭବ ଙ୍କ ର ହ୍ୱାଟସପ୍ ଚାଟ୍ ସବୁ ଦେଖିବାକୁ ମିଳୁଛି। ଲୋକ ମାନେ ଏହାକୁ ବହୁ ମାତ୍ରାରେ ଦେଖିବା ସହ ସେୟାର୍ ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସେମାନେ ସେହି ଚାର୍ଟ ରେ କଣ ସବୁ କଥା ହେଉଥିଲେ।

ଏହି ଚାର୍ଟ ରେ ସେମାନେ ପରସ୍ପର ସହ ଅନେକ କଥା ହେଉଛନ୍ତି। ସେମାନେ ଏକା ସହ ଉଠାଇଥିବା ଫଟୋ କୁ ଅନୁଭବ ବର୍ଷା ଙ୍କୁ ଦେଇ କହୁଛନ୍ତି, ସବୁବେଳେ ଏପରି ଏକା ସହ ରହିବା,ବର୍ଷା ମଧ୍ୟ ତାଙ୍କ ଏହି ସବୁ କଥା ର ପଜିଟିଭ୍ ରିପ୍ଲାଏ ମଧ୍ୟ ଦେଉଥିଲେ। ଦୁହିଁଙ୍କ ମଧ୍ୟରେ ସେପରି କିଛି ଝଗଡା ମଧ୍ୟ ଦେଖିବାକୁ ମିଳିନଥିଲା ସେହି ଚାର୍ଟ ରେ। ଅନୁଭବ ବର୍ଷା ଙ୍କୁ ଜଣେ ଦେବୀ ମାଆ ଙ୍କ ର ଫଟୋ ପଠାଇ ସେଥିରେ ଲେଖିଥିଲେ, ମାଆ ସବୁବେଳେ ଆମକୁ ଏକାଠି ରଖିଥାଆନ୍ତୁ, ଆମ ଯୋଡି କୁ ସବୁବେଳେ ସଲାମତ୍ ରଖିଥାଆନ୍ତୁ। ଆମେ ସବୁବେଳେ ଦୁହେଁ ଏପରି ଏକାଠି ରହୁଥାଉ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।