ଜାଣନ୍ତୁ ତରଙ୍ଗ ଟିଭି ସିରିଏଲ ର ରାଧିକା ଙ୍କ ବିଷୟରେ କିଛି ରହସ୍ୟମୟ ତଥ୍ୟ ଓ ଜୀବନୀ ବିଷୟରେ…….

0

ଆମେ ପ୍ରାୟ ସବୁବେଳେ ଫିଲ୍ମ ଈଣ୍ଡଷ୍ଟ୍ରି ର ଅଭିନେତା , ଅଭିନେତ୍ରୀ, ପ୍ରଡ୍ୟୁସର , ଗାୟକ ଓ ଗାୟିକା ଙ୍କ ଜୀବନ ଶୋଇଲି ଓ ତାଙ୍କର ପିଲା ଦିନର କାହାଣୀ ବିଷୟରେ ଜାଣିବାକୁ ବହୁତ ପସନ୍ଦ କରିଥାଉ । କାରଣ ବେଳେ ବେଳେ ସଫଳତା ର ଶୀର୍ଷ ରେ ଛିଡା ହୋଇଥିବା ଲୋକମାନଙ୍କର ଜୀବନ କାହାଣୀ ଆମକୁ ପ୍ରେରଣା ଦେଇଥାଏ ଓ କେବେକେବେ ଏହା ଆମର ନିଜର ଲକ୍ଷ କୁ ସାଧନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଓଡ଼ିଆ ଟିଭି ସିରିଏଲ ର ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ବିଷୟରେ ଆପଣଙ୍କୁ ଜଣେଇବାକୁ ଯାଉଛୁ ।


ତେବେ ବର୍ତ୍ତମାନ ଆମେ ତରଙ୍ଗ ଟିଭି ଚେନାଲ ର ରାଧିକା ଙ୍କ ବିଷୟରେ ଆପଣଙ୍କୁ କିଛି ରହସ୍ୟମୟ ତଥ୍ୟ ବିଷୟରେ ଜଣେଇବାକୁ ଯାଉଛୁ। ଖାଲି ଏତିକି ନୁହେଁ ବରଂ ବର୍ତ୍ତମାନ ସେ କଣ କରୁଛନ୍ତି ଏବଂ ତାଙ୍କ ପରିବାର ବିଷୟରେ ମଧ୍ୟ ଆମେ ଆପଣ ଙ୍କୁ ଜଣେଇବୁ । ସୂଚନା ଅନୁସାରେ , ଆମ ତରଙ୍ଗ ଟିଭି ଚେନାଲ ର ରାଧିକା ବା “ନୂଆବୋହୂ” ଓଡ଼ିଆ ଧାରାବାହିକ ର ମୁଖ୍ୟ ଅଭିନେତ୍ରୀ ଙ୍କର ପ୍ରକୃତ ନାମ ହେଉଛି ମିତାଲି ସରଘରିଆ ।ସେ ୧୯୯୨ ମସିହାରେ ମାର୍ଚ୍ଚ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ

ତାଙ୍କର ଜନ୍ମ ସ୍ଥାନ ହେଉଛି ମୟୁରଭଞ୍ଜ ଜିଲ୍ଲାର ବାରିପଦା ଠାରେ । ସେ ତାଙ୍କର ପାଠ ପଢା ଜୀବନ ଆରମ୍ଭ କରିଥିଲେ ତାଙ୍କର ଜନ୍ମ ସ୍ଥାନ ବାରିପଦା ରେ ତାଙ୍କର ସମ୍ପୂର୍ଣ୍ଣ ବିଦ୍ୟାଳୟ ଜୀବନ ଥିଲା ବାରିପଦା ର ସରକାରୀ ବିଦ୍ୟାଳୟ ରେ ।ଯେତେ ବେଳେ ସେ ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିଲେ ତାଙ୍କୁ ବାହାରେ ପାଠ ପଢିବାକୁ ପସନ୍ଦ ଥିବାରୁ ନିଜର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ସେ ଭୁବନେଶ୍ୱର ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ସମ୍ପୂର୍ଣ୍ଣ କରିଥିଲେ ।


ତାଙ୍କ ପରିବାର ରେ ତାଙ୍କର ବାପା , ମା ଏବଂ ଭାଇ ଅଛନ୍ତି । ତାଙ୍କର ଭାଇ ଙ୍କ ନାମ ହେଉଛି ତାପସ ସରଘରିଆ ଯିଏକି ଓଡ଼ିଆ ଫିଲ୍ମ ଈଣ୍ଡଷ୍ଟ୍ରି ର ଜଣେ ସୁନାମଧନ୍ୟ ନିର୍ଦେଶକ ଅଟନ୍ତି । ଅଭିନୟ ପ୍ରତି ତାଙ୍କର ପିଲା ଦିନରୁ ରୁଚି ରହିଥିଲା । ସେ ତାଙ୍କର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଜୀଵନ ରେ ଅନେକ ଅଭିନୟ କରିବା ସହ ନାଚ ଓ ଗୀତ ରେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ଏବଂ ନିଜର ଅଭିନୟ ପାରଦର୍ଶିତା ଦ୍ବାରା ଲୋକ ମାନ ଙ୍କୁ ଆକୃଷ୍ଟ ମଧ୍ୟ କରିପାରିଥିଲେ ।

ତେବେ ସେ ତାଙ୍କର ପ୍ରଥମ ପ୍ରେଫେସନାଲ ଆକ୍ଟର ଭାବରେ ଅଭିନୟ ଆରମ୍ଭ କରିଥିଲେ ତରଙ୍ଗ ଟିଭି ଚେନାଲ ର ନୂଆବୋହୂ ସିରିଏଲ ର ରାଧିକା ଭାବରେ । ତା ପୂର୍ବରୁ ସେ ଅନେକ ଥର ଭିନ୍ନ ଭିନ୍ନ ରିଆଲିଟି ସୋ ରେ ମଧ୍ୟ ଅଡିସନ ଦେବାକୁ ଆସିଥିବା ର ନଜର ରେ ଆସିଥିଲେ । ତେବେ ମିତାଲି ଙ୍କୁ ଆମ ଦର୍ଶକ ମାନେ ରାଧିକା ଭାବରେ ବେଶ ପରିଚିତ । ଏହା ଥିଲା ରାଧିକା ବା ମିତାଲି ଙ୍କ ପରିବାର ଓ ତାଙ୍କର ଜୀବନର କିଛି ରହସ୍ୟ ଯାହାକି ଆପଣ ମାନେ ଆଗରୁ ଜାଣିନଥିବେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।