ଏବେ ଏବେ ସେୟାର ହେବାରେ ଲାଗିଛି ଏହି ଫୋଟୋ ଦେଖନ୍ତୁ କିଭଳି ଗୋଟିଏ ଘରେ ଦୀପାବଳୀ ପାଳନ କଲେ ଅନୁଭବ ଓ ବର୍ଷା,

0

ସାଧାରଣ ଭାବରେ ବଲିଓଡ଼ , ହୋଲିଉଡ଼ , ତୋଲିଉଡ଼ ତଥା ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜ ନିଜର ପ୍ରେମ , ବିବାହ , ପୋଷାକ ପତ୍ର ତଥା ନିଜର ସାମଜ ପ୍ରତି ଥିବା ଭଲପାଇବାକୁ ଦେଖାଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ଆପଣ ମାନେ ଜଣିଛନ୍ତି ଯେ ବର୍ତ୍ତମାନ ବଲିଉଡର ଅଭିନେତା ସୋନୁ ସୁଦ ଲୋକଡାଉନ ସମୟରେ ଲୋକମାନଙ୍କୁ ବିଭିନ୍ନ ପ୍ରକରର ସହାୟତା ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି । ସେହିପରି ଆମ ଓଡିଶାର ଜଣେ ଅଭିନେତ୍ରୀ ସବୁବେଳେ ନିଜର ଗୁଣଗାରିମା ମାଧ୍ୟମରେ ଲୋକମାନଙ୍କୁ କିଛି ନା କିଛି ଭିଡ଼ିଓ ନେଇଆସନ୍ତି ତାଙ୍କର ୟୁ ଟ୍ୟବ ଚେନାଲ ମାଧ୍ୟମରେ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଜଣେ ଓଲିଉଡ କଳାକାର ଙ୍କର ଅନ୍ୟ ଏକ ମହାନତା ବିଷୟରେ ଜାଣେଇବୁ ।


ଉଲେକ୍ଷ୍ୟଯୋଗ୍ୟ ଯେ , ଓଲିଉଡ ସିନେମା ଜଗତରେ ଅଭିନେତ୍ରୀ ବର୍ଷା ପ୍ରିୟାଦର୍ଶନୀ ଙ୍କୁ ଓଲିଉଡ ର କୁଇନ ବୋଲି ସମ୍ବଧନ କରାଯାଇଥାଏ । କାରଣ ବର୍ଷା ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ମଧୁର ଏବଂ ମୋନମୋହିତ ।ତେବେ ଲୋକମାନଙ୍କୁ ଓଲିଉଡ ଫିଲ୍ମ ମଧ୍ୟରେ କହିବା ମାତ୍ରକେ ଲୋକମାନେ ପ୍ରଥମେ ବର୍ଷା ପ୍ରିୟାଦର୍ଶନୀ ଙ୍କ ନାମ ନେଇଥାନ୍ତି। ତେବେ ନିଜର କଳାକାର ଦୁନିଆଁ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବର୍ଷା ନିଜର ନମ୍ରତା ଏବଂ ସମାଜ ସେବା ପାଇଁ ମଧ୍ୟ ଓଡ଼ିଶା ରେ ଖୁବ ପ୍ରସିଦ୍ଧ । ତେବେ ଖାଲି ଏତିକି ନୁହେଁ ବରଂ ଗୋଟିଏ ଓଡ଼ିଆ ଘର ର ବହୁ ଭାବରେ ମଧ୍ୟ ସେ ଅତି ପ୍ରସିଦ୍ଧ ଯାହାକି ତାଙ୍କର ବେଶ ପୋଷାକ ଏବଂ ବ୍ୟବହାର ରୁ ଜଣାଯାଇଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ , ଚଳିତ ବର୍ଷ ଦୀପାବଳି ରେ ଆମ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର କୁଇନ ବର୍ଷା ପ୍ରିୟାଦର୍ଶନୀ କିପରି ଭାବରେ ନିଜ ଘରେ ନିଜର ସ୍ୱାମୀ ଅନୁଭବ ମହାନ୍ତି ଙ୍କ ସହ ଦୀପାବଳି ପାଳନ କରିଛନ୍ତି । ତେବେ ବର୍ଷା ପ୍ରାୟ ସବୁବେଳେ ଆମ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା କୁ ମଣିଆସିଥିବାର ଜଣାଯାଇଥାନ୍ତି । ଏଥର ଦୀପାବଳି ରେ ମଧ୍ୟ ସେ ଓଡ଼ିଶାର ସଂସ୍କୃତି କୁ ନଜର ରେ ରଖି ନିଜ ଘରେ ଦୀପାବଳି ପାଳନ କରିଥିଲେ ।


ସେ ଏକ ଓଡ଼ିଆ ଘରର ବହୁ ଭାବରେ ଦୀପାବଳି ରେ ଘରେ ମୁରୁଜ ବା ଭିନ୍ନ ଭିନ୍ନ ରଙ୍ଗ ବେରଙ୍ଗ ର ରଙ୍ଗଲି ପିକେଇଥିଲେ ଏବଂ ସେହି ରଙ୍ଗଲି ରେ ଦୀପ ସଜେଇଥିଲେ ।ସେ ଏହି ଦୀପାବଳି ରେ ସରକାର ଙ୍କର ନିର୍ଦ୍ଦେଶ ଅନୁସାରେ ଗୋଟିଏ ବି ବାଣ ଫୁଟେଇ ନାହାନ୍ତି ଏବଂ ନିଜର ଘର ର ଚାରି ଆଡ଼େ ଦୀପ ଓ ସଳିତା ଲଗେଇ ନିଜର ଘରକୁ ଅତି ସୁନ୍ଦର ଭାବରେ ସଜେଇଥିଲେ। ଏବଂ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ଭିଡ଼ିଓ ରେ ଦେଖାଯାଇଛି ଯେ ଉଭୟ ବର୍ଷା ଓ ଅନୁଭବ ଦୁଇ ଜଣ ଘରର ଛାତ ଉପରେ ଏକା ସାଙ୍ଗରେ ଦୀପ ଲଗେଇଥିଲେ। ତେବେ ଏହି ପରି ଭାବରେ ନିଜ ଘରେ ଦୀପାବଳି ପାଳନ କରିଛନ୍ତି ବର୍ଷା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।