ପୁଣି ସୋସିଆଲ୍ ମିଡିଆ ରେ ଚର୍ଚ୍ଚା ହେଉଛି ବୁଦ୍ଧାଦିତ୍ୟ ଙ୍କର ଅଶ୍ଳୀଳ କଥା ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ଆମ ଓଲିଉଡ୍ ରେ ତ ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କି ନିଜ ନିଜ ର ଭଲ ଅଭିନୟ, ଷ୍ଟାଇଲ, ଭଲ ବ୍ୟବହାର ଆଦି ଦ୍ୱାରା ନିଜର ଅନେକ ନାମ କରି ସାରଛନ୍ତି। ଲୋକ ମାନେ ସେମାନଙ୍କୁ ସେମାନଙ୍କ ର ସେହି ସବୁ ଭଲ ଗୁଣ ପାଇଁ ଅନେକ ଲୋକପ୍ରିୟତା ମଧ୍ୟ ଦେଇଛନ୍ତି। ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଟିକେ ଭଲ ଅଭିନୟ କରିବା ଫେମସ୍ ହୋଇଯିବା ପରେ ଲୋକମାନଙ୍କୁ ଅନେକ ଭାଉ ଦେଖେଇଥାଆନ୍ତି, ସେମାନଙ୍କ ମଧ୍ୟରେ ଆନେକ ଗର୍ବ ମଧ୍ୟ ଦେଖାଯାଏ।


ଓଲିଉଡ୍ ର ସେହିପରି ଜଣେ କଳାକାର ଏବେ ନିଜର ଖରାପ କାମ ପାଇଁ ଖୁବ୍ ଚର୍ଚ୍ଚା କୁ ଚାଲିଆସିଛନ୍ତି। ସେହି କଥା ଏବେ ସୋସିଆଲ୍ ମିଡିଆରେ ବହୁତ ସରଗରମ୍ ହେବା ରେ ଲାଗିଛି।
ତେବେ ସେହି ଅଭିନେତା ଜଣକ ହେଉଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି। ସୋସିଆଲ୍ ମିଡିଆରେ ନିଜର ଭାଷା ମର୍ଯ୍ୟାଦା କୁ ନେଇ ଅନେକ ହରଡ ଘଟଣା ରେ ପଡିଯାଇଛନ୍ତି ବୁଦ୍ଧାଦିତ୍ୟ। ପୂର୍ବରୁ ମଧ୍ୟ ବୁଦ୍ଧାଦିତ୍ୟ ଏହି ପରି ଏକ କେସ୍ ରେ ଫସିଥିଲେ ଏହା ପରେ ତାଙ୍କ ର ଏକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଯାଇଥିଲା। ଏବେ ପୁଣି ଆଉ ଥରେ ସେହି ପରି ଏକ କାମ କରି ଅସୁବିଧା ରେ ପଡି ଯାଇଛନ୍ତି ବୁଦ୍ଧାଦିତ୍ୟ।


ବୁଦ୍ଧାଦିତ୍ୟ କଟକରେ ଜନ୍ମ ହୋଇଥିଲେ। ସେ କଟକ ର ଷ୍ଟୁଆର୍ଟ ସ୍କୁଲ୍ ଏବଂ ରେଜେନ୍ସା କଲେଜ ରେ ନିଜର ସ୍କୁଲ୍ ଏବଂ କଲେଜ ଶିକ୍ଷା ସାରିଥିଲେ। ଏହା ପରେ ସେ ତାଙ୍କ ର ହାୟାର୍ ଷ୍ଟର୍ଡି ପାଇଁ ଦିଲ୍ଲୀ ଯାଇଥିଲେ, ସେଠାରେ ବିଶ୍ୱବିଦ୍ୟାଳୟ ରେ ସେ ନିଜର ପାଠ ସାରିଥିଲେ। ବୁଦ୍ଧାଦିତ୍ୟ ଙ୍କ ର ଅଭିନୟ ପ୍ରତି ମଧ୍ୟ ଅନେକ ଇନ୍ଟ୍ରେଷ୍ଟ ଥିଲା,ସେଥିପାଇଁ ସେ ଅନେକ ସଫଳ ସିରିଏଲ୍ ସବୁ ମଧ୍ୟ କରିଥିଲେ। ଯେପରି କି ମେହେର୍, ସ୍ତ୍ରୀ ତେରି କାହାନି, କୁମ୍କୁମ୍, ୱାରିସ୍,ପ୍ରତିମା ଏବଂ କିୟା ହୁଆ ତେରା ୱାଦା ଆଦି ଅନେକ ସିରିଏଲ୍ ରେ ସେ କାମ କରିଛନ୍ତି। ସେ ଓଡିଆ ସିରିଏଲ୍ ଏବଂ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି। ଏହି ନିକଟରେ ସେ ବାବୁଶାନ୍ ଙ୍କ ର ଏକ ଫିଲ୍ମ ଶ୍ରୀମାନ୍ ସୁରଦାସ୍ ରେ କାମ କରିଥିଲେ।

ସେ ତରଙ୍ଗ ର ବହୁ ଲୋକପ୍ରିୟ ସୋ ସାଧବ ବୋହୂ ରେ ମଧ୍ୟ ହୋସ୍ଟ କରୁଥିଲେ, ଏବେ କିନ୍ତୁ ସେ ସୋସିଆଲ ମିଡ଼ିଆ ରେ ନିଜର ଅଶ୍ଳୀଳ ଜନକ ମନ୍ତବ୍ୟ କୁ ନେଇ ବହୁ ଅଡୁଆ ରେ ପଡିଯାଇଛନ୍ତି। ତାଙ୍କ ସୋସିଆଲ୍ ମିଡିଆ ରୁ ଏହି ଭଳି ଭାବରେ ଅଶ୍ଳୀଳ କମେଣ୍ଟ ହୋଇଥିବା କଥା ସାମ୍ନା କୁ ଆସିଛି। ଏହି ଏକାଉଣ୍ଟ ଟି ବୁଦ୍ଧାଦିତ୍ୟ ଙ୍କ ର ନିଜର ଏକାଉଣ୍ଟ ବୋଲି ଜଣା ପଡିଛି। ସେହି ଏକାଉଣ୍ଟ ରେ 80 ହଜାର ରୁ ଅଧିକ ଫଲୋର୍ସ ମଧ୍ୟ ଅଛନ୍ତି।


ସେ ସେହି ଏକାଉଣ୍ଟ ରୁ ଲୋକ ମାନଙ୍କୁ ଅନେକ ଅଶ୍ଳୀଳ କମେଣ୍ଟ କରିଛନ୍ତି। କୌଣସି ଏକ ରାଜନୈତିକ ବିବାଦ କୁ ନେଇ ଲୋକ ମାନଙ୍କ ସହ ବୁଦ୍ଧାଦିତ୍ୟ ଙ୍କ ର ଝଗଡା ହୋଇଯାଇଛି। ଲୋକ ଙ୍କ ପ୍ରଶ୍ନ ର ପ୍ରତିଉତ୍ତର ଦେବାକୁ ଯାଇ ବୁଦ୍ଧାଦିତ୍ୟ ଅନେକ ଅଶ୍ଳୀଳ କଥା ସବୁ କହିଛନ୍ତି। ସେ ଲୋକ ମାନଙ୍କୁ ସେମାନଙ୍କ ବାପା ମାଆ ଙ୍କ ନାମ ଉଠାଇ ମଧ୍ୟ ଅନେକ ଗାଳି କରିଛନ୍ତି। ଲୋକ ମାନେ ମଧ୍ୟ ସେମାନଙ୍କୁ ଅନେକ କାଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।