ଫେମିଲି କୋର୍ଟ ର ବଡ ଐତିହାସିକ ନିଷ୍ପତ୍ତି । ସ୍ୱାମୀ ଚଳିବା ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ନିଷ୍ପତ୍ତି ବିଷୟରେ…..

0

ଆମେ ମାନେ ସମାଜ ରେ ସବୁବେଳେ ଦେଖି ଆସିଛୁ ଏକ ବୋହୂ କୁ ତା ଶାଶୂ ଘରେ ଯେକୌଣସି କାରଣ ରୁ ତାଙ୍କୁ ଅତ୍ୟାଚାର କରିବାର। ଏବେ ଆଉ ସେହି ସବୁ ଏତେ ବି ପରିମାଣ ରେ ଦେଖିବାକୁ ମିଳୁନି, କିନ୍ତୁ ଦେଖିବିକୁ ମିଳୁଛି। ଆଗ କାଳରେ ଶାଶୂ ଘର ଲୋକ ଏକ ବୋହୂ କୁ ଅନେକ କାରଣ ରୁ ଖୁଣ୍ଟା ଦେଉଥିଲେ। ବାପଘରୁ ଯୌତୁକ ନ ଆଣିଲେ ତାକୁ ବହୁତ କଥା, ଗାଳିଗୁଲଜ ଏପରିକି ମାଡ ମଧ୍ୟ ମାରୁଥିଲେ,ଯଦି ଘର ଲୋକ ଆଶା କରୁଥାନ୍ତି କି ନିଜ ପୁଅ ବୋହୂ ଙ୍କ ଏକ ପୁଅ ଟିଏ ହେବ ବଂଶ ରକ୍ଷା କରିବ, କିନ୍ତୁ ଯଦି ଝିଅ ଟି ଏ ହୁଏ ତେବେ ବି ତାକୁ ଖୁଣ୍ଟା ଦିଅନ୍ତି। ଏହିପରି ଭାବରେ ଅନେକ ପ୍ରକାର ର କାରଣ ରୁ ଏକ ବୋହୂ କୁ ଅତ୍ୟାଚାର କରୁଥିବାର ଦେଖିବାକୁ ମିଳିଛି।


ଆଜି ର ଜମାନା ରେ ଆଉ ବୋହୂ ମାନଙ୍କୁ ଏତେ ଟା ଅତ୍ୟାଚାର କରୁଥିବାର ଦେଖିବାକୁ ମିଳୁନି। କିନ୍ତୁ ଶାଶୂ ଘର ଲୋକ ଯଦି ଏକ ବୋହୂ କୁ କିଛି ବି ପ୍ରକାର ର ଅସୁବିଧା କରୁଛନ୍ତି ତେବେ ସେ ସିଧାସଳଖ ଆଇନ୍ ଙ୍କ ସହାୟତା ନେଉଛି, ନିଜ ର ଶାଶୂ ଘର ନାମରେ କେସ୍ ଦେଉଛି। ଏହା ଦ୍ୱାରା ଶାଶୂ ଘର ଲୋକ ବୋହୂ ଟି ର ଆଉ କିଛି ବି କରି ପାରୁନାହାନ୍ତି ଏବଂ ଆଇନ୍ ଦ୍ୱାରା ଦଣ୍ଡିତ ହେଉଛନ୍ତି, ବୋହୂ ଟି ନିଜର ଯାହା ବି ଦାବି ରଖୁଛି ତାକୁ ଶାଶୂ ଘର ଲୋକ ଙ୍କୁ ପୂରଣ କରିବାକୁ ପଡୁଛି।

ଏହି ପରି ଅନେକ ବୋହୂ ମାନେ ନିଜ ଶାଶୂ ଘର ଦ୍ୱାରା ଅତ୍ୟାଚାରିତ ହୋଇ ଆଇନ୍ ର ସହାୟତା ଲୋଡୁଛନ୍ତି, ଆଇନ୍ ମଧ୍ୟ ସେମାନଙ୍କୁ ସହାୟତା କରୁଛି। ଏହା ପରେ ସେହି ମହିଳା ଜଣକ ନିଜର ଶାଶୂ ଘର ଛାଡି ଆସି ବାହାରେ ରହୁଛନ୍ତି। ତାଙ୍କର ସବୁ ଖର୍ଚ୍ଚ, ମାସକୁ ଯେବେ ବି ଖର୍ଚ୍ଚ ପାଇଁ ସେମାନେ କହୁଛନ୍ତି ଆଇନ୍ ର ନିୟମ ଅନୁଯାୟୀ ସ୍ୱାମୀ ଟି କୁ ମାସ କୁ ମାସ ସେ ସବୁ ଖର୍ଚ୍ଚ ଦବାକୁ ପଡୁଛି।


ତେବେ ଏବେ କିନ୍ତୁ ଆଉ ଏକ ନିୟମ ଦେଖିବାକୁ ମିଳିଛି। ଯେ ସ୍ତ୍ରୀ ମାନଙ୍କ ପରି ସ୍ୱାମୀ ମାନଙ୍କୁ ସ୍ତ୍ରୀ ମାନେ ମଧ୍ୟ ମାସିକ ଖର୍ଚ୍ଚ ଦେବେ ଚଳିବା ପାଇଁ। ଏବେ ସ୍ତ୍ରୀ ମାନଙ୍କ ପରି ସ୍ୱାମୀ ମାନେ ମଧ୍ୟ ପାଇବେ ମାସିକ ଭତ୍ତା, ସ୍ୱାମୀ ମାନଙ୍କ ର ଭରଣ ପୋଷଣ ପାଇଁ ସ୍ତ୍ରୀ ମାନେ ଦେବେ ମାସିକ ଟଙ୍କା, ଆବେଦନକାରୀ ମାନଙ୍କ ସ୍ତ୍ରୀ ମାନେ ଦେବେ ଏହି ଟଙ୍କା ତେବେ ଏହି କଥା ଉତ୍ତର ପ୍ରଦେଶର ମୁଜାଫୁର୍ ନଗରରେ ଥିବା ଫ୍ୟାମେଲି କୋର୍ଟ କହିଛନ୍ତି। ଏକ ମାମଲା ର ଶୁଣାଣି କରିବାକୁ ଯାଇ କୋର୍ଟ ଏହି ପରି ନିଷ୍ପତ୍ତି ନେଇଛନ୍ତି। ଏହା ଏବେ ସମସ୍ତ ଙ୍କ ମୁହଁ ରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି।

ତେବେ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିବା ଖବର ଅନୁଯାୟୀ, ଉତ୍ତର ପ୍ରଦେଶର କିଶୋରଲାଲ୍ ନାମକ ଜଣେ ବ୍ୟକ୍ତି ବିହାର ର ମୁନୀ ଦେବୀ ନାମକ ଜଣକ ଜଣେ ମହିଳା ଙ୍କୁ 30 ବର୍ଷେ ତଳେ ବାହା ହୋଇଥିଲେ। ବିବାହର କିଛି ବର୍ଷ ତଳେ କୌଣସି କାରଣରୁ ସେମାନଙ୍କ ର ବିବାହ ରେ ବିଚ୍ଛେଦ ହୋଇଥିଲା,ସେହି ସମୟ ରେ ମୁନୀ ଦେବୀ ଇଣ୍ଡିଆନ୍ ଆର୍ମି ରେ କାମ କରୁଥିଲେ। ଏବେ ସେ ପେନ୍ସନ୍ ବାବଦ କୁ 12 ହଜାର ଟଙ୍କା ପାଉଛନ୍ତି। ସେପଟେ ସ୍ୱାମୀ କିଶୋର୍ଲାଲ୍ ଏକ ଛୋଟ ଦୋକାନ ଟିଏ କରି ବହୁ ଅସୁବିଧା ରେ ଦିନ କାଟୁଛନ୍ତି।


ସେମାନଙ୍କ ର ବିବାଦ ବିଚ୍ଛେଦ ହେବା ପରେ କିଶୋରଲାଲ୍ ଫ୍ୟାମେଲି କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ ଏବଂ ନିଜର ଅଭାବ ଅନାଟନ ସମ୍ପର୍କରେ କୋର୍ଟ କୁ କହିଥିଲେ। ଏହାପରେ ଏବେ କୋର୍ଟ ଏହି କିଛି ଦିନ ତଳେ କିଶୋରଲାଲ୍ ଙ୍କ ର ମାସିକ ଚଳିବା ପାଇଁ 2 ହଜାର ଟଙ୍କା ଦେବା ପାଇଁ ମୁନୀ ଦେବୀ ଙ୍କୁ କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।