ପୁଣି ଓଡିଶାକୁ ଲଜ୍ୟା ! ପୁଣି ଥରେ ସେବାଶ୍ରମ ରେ ଆଉ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ହେଲେ ଗର୍ଭବତୀ, ଛିଃ ଛିଃ……

0

ବର୍ତ୍ତମାନର ଏହି 21st ସେଞ୍ଚୁରୁରେ ବିଶ୍ଵ ର ପ୍ରାୟ ସମସ୍ତ ଦେଶ ନିଜକୁ ଏକ ବିକାଶର ପଥରେ ଗତି କରିବାରେ ଲାଗିଛି। କିନ୍ତୁ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ତଥା ଟେକନୋଲୋଜି ର ଦୁନିଆଁ ରେ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶ ରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ସେ ନାରୀ ଜଣଙ୍କ ବିଦ୍ୟାଳୟ , ମହାବିଦ୍ୟାଳୟ ର ଛାତ୍ରୀ ହେଉକି ,ଘରେ ରହୁଥିବା ଏକ ସାଧାରଣ ବର୍ଗର ଝିଅ ହେଉ , ସେ ସରକାରୀ କର୍ମଚାରୀ ହେଉ କି ବେସରକାରୀ କର୍ମଚାରୀ କିମ୍ବା ଦେଶର ମହିଳା ଫୌଜି ହେଉ । କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ଅଟେ ବୋଲି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ମର୍ମାହତ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ ।


ଉଲେଖଯୋଗ୍ୟ ଯେ , ବର୍ତ୍ତମାନ ପ୍ରାୟ ବିଦ୍ୟାଳୟ ର ଛାତ୍ରୀ ମାନେ ଅଧିକ ମାତ୍ରାରେ ଶିକାର ହେଉଛନ୍ତି ଦୁଷ୍କର୍ମ ତଥା ବଳାତ୍କାର ପରି ଘୃଣ୍ୟ କାର୍ଯ୍ୟରେ ।ପୁଣି ଆସିଛି ଓଡ଼ିଶା ବାସୀଙ୍କ ପାଇଁ ଏକ ଅତ୍ୟନ୍ତ ଦୁଃଖଦ ତଥା ଲଜ୍ୟା ଜନକ ଘଟଣା ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବେ। ତେବେ ଘଟଣା ଟି ହେଉଛି ଯେ,ଓଡ଼ିଶାର କନ୍ଧମାଳ ର ଏକ ସେବାଶ୍ରମ ରେ ଜଣେ ନାବାଳିକା ଗର୍ଭବତୀ ହୋଇଛି ।ଏହା ଜାଣିବା ପରେ ସେବାଶ୍ରମ ର ପ୍ରଧାନ ଶିକ୍ଷକ ପୋଲିସ ରେ ଅଭିଯୋଗ କରିବା ପରେ ସମସ୍ତ ଘଟଣା ଆଗକୁ ଆସିଛି ।

ସୂଚନା ଅନୁସାରେ ,କନ୍ଧମାଳ ବେଲଘର ନିକଟସ୍ଥ ରଙ୍ଗାପାରୁ ଏଜୁକେସନ କମ୍ପ୍ଲେକ୍ସ ରେ ଥିବା ସେବାଶ୍ରମ ରେ ଜଣେ ନାବାଳିକା (ଅଷ୍ଟମ ଶ୍ରେଣୀର ଛାତ୍ରୀ) ଗର୍ଭବତୀ ହୋଇଥିବାର ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଥିରେ ଜଣେ ଛାତ୍ର ର ହାତ ଅଛି ବୋଲି ଜଣାପଡିଛି । ଏହି ଘଟଣା ରେ ସମ୍ପୃକ୍ତ ଝିଅ ଟିର ବୟସ ମାତ୍ର ୧୪ବର୍ଷ ଏବଂ ତାର ଗର୍ଭରେ ୪ ମାସ ହେବ ଗର୍ଭବତୀ ଅଛନ୍ତି ବୋଲି ଜଣା ଯାଉଛି। ତେବେ ଏ ନେଇ ସେବାଶ୍ରମ ରେ ଝିଅ ମାନଙ୍କ ର ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ଉଠୁଛି ।


ତେବେ ଉଲେଖ ଥାଉ କି କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାର ଏକ ସେବାଶ୍ରମ ର ଝିଅ ମଧ୍ୟ ଗର୍ଭବତୀ ହେବାର ଘଟଣା ସମସ୍ତ ଙ୍କର ଆଗକୁ ଆସିଥିଲା । ତେବେ ଏନେଇ ଆମ ବିଧାନସଭା ରେ ବିରୋଧୀ ପାର୍ଟି ପ୍ରଶ୍ନ କରିଥିଲେ ଏହାର ପୂର୍ବ ବୈଠକରେ କିନ୍ତୁ ଏହାର କୌଣସି ଶକ୍ତ ଜବାବ ଦେଉପାରିନଥିଲା ପ୍ରଶାସନ ।ଖାଲି ଏତିକି ନୁହେଁ ବରଂ ସୂଚନା ରହିଛି ଯେ , ଝିଅ ଟି ଗର୍ଭବତୀ ଅଛି ବୋଲି ସେବାଶ୍ରମ ଭାବରେ କାମ କରୁଥିବା ବ୍ୟକ୍ତି ଜଣେ ଆଗରୁ ଜାଣିଥିଲେ ମଧ୍ୟ ସେହି ନାବାଳିକା ର କୌଣସି ଚିକିତ୍ସା କରିନଥିଲେ ଫଳରେ ତାଙ୍କର ଦେହ ଦୁଇ ଦିନ ହେବ ଅସୁସ୍ଥ ଥିବା ବେଳେ କାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସମ୍ପୂର୍ଣ୍ଣ ଘଟଣା ଟି ଲୋକମାନଙ୍କ ସାମ୍ନା କୁ ଆସିଅଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।