୩ ବର୍ଷ ଧରି ସ୍ତ୍ରୀକୁ ପାଇଖାନାରେ ବନ୍ଦୀ ରଖିଥିଲା ସ୍ବାମୀ, ଉଦ୍ଧାର ହେବାପରେ ଦେହରେ କେବଳ ଦେଖାଯାଉଥିଲା ହାଡ

0

ଆଜିର ସମାଜରେ ଅନେକ ପୁରୁଷ ମାନେ ରହିଛନ୍ତି ଯେଉଁମାନେ ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇ ସାରା ଜୀବନ ତାଙ୍କୁ କଷ୍ଟ ଦେଇଥାନ୍ତି । ଏପରି ସମାଜରେ ନାରୀ ମାନଙ୍କ ପ୍ରତି ଅସଦାଚରଣ କରିବାର ମାତ୍ରା ଅଧିକ ସଂଖ୍ୟାରେ ବଢିଚାଲିଛି । ନାରୀ ମାନେ କୌଣସି ସ୍ଥାନରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି କାରଣ ସେମାନେ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି ସବୁଠାରେ ତାଙ୍କୁ ନିର୍ଯାତନାହର ଶିକାର ହେବାକୁ ପଡୁଛି । ଏହିପରି ଏକ ମହିଳା ଯିଏକି ନିର୍ଯାତନାର ଶିକାର ହେବାର ଘଟଣା ପାନିପତରେ ଦେଖିବାକୁ ମିଳିଛି । ସ୍ତ୍ରୀ ଜଣକ ପାଇ ସ୍ୱାମୀ ସାଜିଲେ ସଇତାନ ଏବଂ ଗତ 3 ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀଙ୍କୁ ଭୋକ ଉପାସରେ ପକାଇ ରଖିଥିଲେ । କେବଳ ସେତିକି ନୁହେଁ ତାଙ୍କ ସହିତ ମଧ୍ୟ କଳିଝଗଡା ମାରପିଟ ମଧ୍ୟ କରିଥିଲେ ତା ସହିତ ତାଙ୍କ ସ୍ତ୍ରୀଙ୍କୁ 3 ବର୍ଷ ପାଇଖାନା ଘରେ ବନ୍ଦୀ କରି ରଖିଥିଲେ ।

ସମ୍ପୂର୍ଣ୍ଣ ଘଟଣାଟି ହେଉଛି 35 ବର୍ଷିୟ ରାମବତୀଙ୍କୁ ତାଙ୍କ ସ୍ୱାମୀ 3 ବର୍ଷ ପର୍ଯ୍ୟନ୍ତ ପାଇଖାନା ଘରେ ବନ୍ଦୀ କରି ରଖିଥିଲେ । ଜିଲ୍ଲା ମହିଳା ସଂରକ୍ଷଣ ଅଧିକାରୀ ରଜନୀ ଗୁପ୍ତା ସଲୋନୀ ଥାନା ପୋଲିସର ସାହାର୍ଯ୍ୟରେ ମହିଳା ଜଣଙ୍କୁ ଉଦ୍ଧାର କରିଛନ୍ତି । ମହିଳା ଜଣକ ବାହାରିବା ପରେ ପ୍ରଥମେ ଖାଇବାକୁ ରୁଟି ମାଗିଥିଲେ ଏପରି ହୃଦୟ ବିଦାରକ ଦୃଶ୍ୟ ପାନିପତରେ ଦେଖିବାକୁ ମିଳିଛି ।  ମହିଳାଙ୍କୁ ଗାଧୋଇ ସଫା କପଡା ପିନ୍ଧା ଯିବା ପରେ ସେ ଚୁଡି ଓ ଲିପଷ୍ଟିକ ମାଗିଥିଲେ ଏବଂ ପାଇଖାନାରେ ବନ୍ଦୀ ଜୀବନ କଟାଉଥିବା ମହିଳା ଜଣକ ଗୋଡ ସିଧା କରି ଚାଲି ପାରୁନଥିଲେ । ଏହି ଘଟଣା ସମ୍ପର୍କରେ ରିଶପୁର ବାସୀ ସୂଚନା ପାଇବା ପରେ ମଙ୍ଗଳ ବାର ଦିନ ନରେଶଙ୍କ ଘରେ ପୋଲିସ ଓ ମହିଳା ସଂରକ୍ଷଣ ଅଧିକାରୀ ପହଞ୍ଚିଥିଲେ ।


ନରେଶ ଘର ବାହାରେ ସାଙ୍ଗ ମାନଙ୍କ ସହିତ ତାସ ଖେଳୁଥିଲେ ଓ ତାଙ୍କ ସ୍ତ୍ରୀଙ୍କ ବିଷୟରେ ପଚାରିବାରୁ ସେ ସେମାନଙ୍କୁ ଚୁପ କରିଥିଲେ । ଏହାପରେ ତାଙ୍କୁ ଧମକାଇ ପଚାରିବା ପରେ ସେ ଘର ଉପର ମହଲାରେ ଥିବା ଏକ ପାଇଖାନା ଘରର କବାଟ ଖୋଲିଥିଲେ । ଯେଉଁଠି ତାଙ୍କ ସ୍ତ୍ରୀ ବନ୍ଦୀ କରି ରଖିଥିଲେ ଏବଂ ଦୀର୍ଘ ଦିନ ଧରି ବନ୍ଦୀ ହେଇଥିବା ମହିଳା ଜଣକ ମଇଳା କପଡା ପିନ୍ଧିଥିବା ବଳେ ଦେହରେ କେବଳ ହାଡ କଙ୍କାଳ ହିଁ ବାକି ରହିଯାଇଛି ।

ବନ୍ଧନ ମୁକ୍ତ ହେବା ପରେ ମହିଳା ଜଣକ ମୁହଁରେ ଖୁସୀ ଫେରି ଆସିଥିଲା ଓ ସେ ଗାଧୋଇ ସାରିବା ପରେ ଖାଇଥିଲେ , ଏହାପରେ ମହିଳା ଜଣକ ଚୁଡି ଓ ଓଠରେ ଲିପଷ୍ଟିକ ଲଗାଇବାକୁ ମାଗିଥିଲେ । ଏହି ପରି ଏକ ଦୁଃଖନୀୟ ଘଟଣା ଯାହା ସମସ୍ତଙ୍କ ପାଇ ହୃଦୟ ବିଦାରକ ଏବଂ ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ସେ ଅତ୍ୟନ୍ତ ଖୁସୀ ହୋଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।