ଏହି କାରଣ ରୁ କାକଟପୁର ରେ ରହୁଛି ମା ମଙ୍ଗଳା ଙ୍କ ର ମନ୍ଦିର ଜାଣନ୍ତୁ ମା ମଙ୍ଗଳା ଙ୍କ ର ମହିମା ବିଷୟରେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

0

କଳିଯୁଗରେ ଅନେକ ପ୍ରକାର ର ଦେବୀ ଦେବତା ଅଛନ୍ତି ଯେଉଁ ମାନଙ୍କୁ ମଣିଷ ମାନେ ଭକ୍ତିର ସହିତ ପୂଜା କରିଥାନ୍ତି। ଏହି ଭକ୍ତିର ଫଳ ଅନେକ ସମୟରେ ତାଙ୍କୁ ମିଳିଥାଏ ତା କେବେ ଯେବେ ଇଲି ନଥାଏ। ବର୍ତାମାନ ସମୟରେ ଧୀରେ ଧୀରେ ଦେବୀ ଦେବତାଙ୍କ ଉପରୁ ବିଶ୍ୱାସ ଉଠିବାର ଲାଗିଲାଣି। ଏହାର କାରଣ ହେଉଛି ଏବେ ଆଧୁନିକ ଯୁଗର ମଣିଷ ଆଧୁନିକତା ର ଶିକାର ହୋଇ ଆଧ୍ୟାତ୍ମିକ ତା କୁ ସମ୍ପୂର୍ଣ ଭାବରେ ଭୁଲିବାକୁ ବସିଲାଣି। ଯାହା ଫଳରେ ଧୀରେ ଧୀରେ ଦେବୀ ଦେବତାଙ୍କ ଉପରୁ ଲୋକ ମାନଙ୍କ ର ବିଶ୍ୱାସ ଉଥିବାକୁ ଲାଗିଲାଣି।


କିନ୍ତୁ ଆଜି ବି ଏପରି ଦେବା ଦେବୀ ଅଛନ୍ତି ଯାହାଙ୍କୁ ଦର୍ଶନ କରିବା ମାତ୍ରେ ତାଙ୍କର ଉପସ୍ଥିତି ସ୍ପଷ୍ଟ ଭାବରେ ଅନୁଭବ କରି ହୁଏ। ସେହି ପରି ଜଣେ ଦେବୀ ହେଉଛନ୍ତି ମା ମଙ୍ଗଳା। ମା ମଙ୍ଗଳା ଙ୍କ ର ପିଠା ପ୍ରୟତ ସାରା ଓଡ଼ିଶାରେ ରହିଛି। ଭକ୍ତ ମାନେ ତାଙ୍କୁ ଅନେକ ଆସ୍ଥାର ସହିତ ପିଯା କରିଥାନ୍ତି। କିନ୍ତୁ ମା ମଙ୍ଗଳା ଙ୍କ ର ପ୍ରକୃତ ପୀଠ ହେଉଛି କାକଟପୁର। କାକଟପୁର ଜଗତସିଂହପୁର ଜିଲ୍ଲା ରେ ଅବସ୍ଥିତ। ଏଠାରେ ମା ମଙ୍ଗଳା ଙ୍କ ର ଭବ୍ୟ ମନ୍ଦିର ରହିଛି ।

ପ୍ରତି ବର୍ଷ ଏଠାକୁ ଅନେକ ଭକ୍ତ ମା ମଙ୍ଗଳାଙ୍କ ର ଦର୍ଶନ ପାଇଁ ଆସିଥାନ୍ତି। ମା ଙ୍କ ର ମହିମା ଅପାର ବୋଲି ପୁରାଣ ରେ ବର୍ଣନା ରହିଛି ଏହା ସହ ଲୋକ ମାନଙ୍କ ର ମାଙ୍କ ଉପରେ ଅନେକ ଆସ୍ଥା ରହିଛି। ମା ମଙ୍ଗଳା ସବୁ ଦେବୀ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବୋଲି ବିବେଚିତ କରା ଯାଇଛି। ଲୋକ ମାନଙ୍କ ର ବିଶାସ ରହିଛି କି ମା ମଙ୍ଗଳା ବିଭିନ୍ନ ସ୍ଥାନରେ ବିଭିନ ରୂପରେ ପୂଜା ପାଉଛନ୍ତି। ଯେପରି କି ଯାଜପୁର ରେ ପ୍ରଖ୍ୟାତ ଦେବୀ ମା ବିରଜା ମଧ୍ୟ ମା ମଙ୍ଗଳା ଙ୍କ ର ସ୍ୱରୂପ ବୋଲି ବିଶ୍ୱାସ କରା ଯାଏ।


ଏହା ସହ ଝଂଙ୍କଡ଼ ର ପ୍ରସିଦ୍ଧ ଦେବୀ ମା ଶାରଳା ଙ୍କ ର ମହିମା ବିଷୟରେ ପ୍ରାୟ ସମସ୍ତେ ଜାଣିଛନ୍ତି।। ସେ ମଧ୍ୟ ସ୍ୱୟଂ ମା ମଙ୍ଗଳା ଙ୍କର ସ୍ୱରୂପ ବୋଲି ବିଶ୍ୱାସ ରହିଛି। ଏହା ସହ ସମ୍ବଲପୁର ରେ ମା ସମଲେଇ ମଧ୍ୟ ମା ମଙ୍ଗଳା ଙ୍କର ସ୍ୱରୂପ ଅଟନ୍ତି। ଯିଏ କି ସାରା ସମ୍ବଲପୁର କୁ ବିପଦ ରୁ ରକ୍ଷା କରୁଆସୁଛନ୍ତି।

ତା ସହିତ ତାଳ ଚେର ରେ ଥିବା ମା ହିଙ୍ଗୁଳାଙ୍କ ର ଶକ୍ତି ପୀଠ ମଧ୍ୟ ଅନେକ ଐତିହ ବହନ କରୁଛି। ଏଠାରେ ବିଜେ ଥିବା ମା ହିଙ୍ଗୁଳା ଙ୍କ ର ଦୈବୀ ଶକ୍ତି ବିଷୟରେ ସମସ୍ତେ ଜାଣିଛନ୍ତି। ବାରିପଦା ରେ ମା ଅମ୍ବିକା ରୂପରେ ନିନେ ମା ମଙ୍ଗଳା ପୂଜା ପାଉଛନ୍ତି ଏହା ସହ ଘଟଗାଁ ରେ ମା ତାରିଣୀ ହେଇ ଭକ୍ତଙ୍କ ର ଦୁଃଖ ହରଣ କରୁଛନ୍ତି। ପ୍ରକୃତ ରେ ମା ମଙ୍ଗଳା ଙ୍କ ର ଲୀଳା ଅପାର ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । କାକଟପୁର ରେ ମା ମଙ୍ଗଳା ଙ୍କ ମନ୍ଦିର ରହସ୍ୟ