ଭାଇରାଲ ହେଉଛି ଏହି ଭିଡିଓ – ଗିରଫ ହେଲେ ବାପା, ଛୋଟ ଝିଅଟି ପୋଲିସ ଗାଡିରେ ପିଟିଲା ମୁଣ୍ଡ ତାପରେ ଯାହା ହେଲା ହେ ଭଗବାନ

0

କରୋନା ମହାମାରୀ ଏବେ ବି ସାରା ରାଜ୍ୟ, ସାରା ଦେଶ ଏବଂ ସାରା ବିଶ୍ଵରେ ହଲ୍ ଚଲ୍ ମଚେଇ କି ରଖିଛି। କରୋନା ମହାମାରୀ ଯୋଗୁଁ ଏହି ବର୍ଷ ସବୁ କିଛି ଜିନିଷ ରେ ବାଧା ପ୍ରାପ୍ତ ହୋଇଛି। କରୋନା ମହାମାରୀ ଯୋଗୁଁ ଲୋକ ମାନେ ନିଜ ନିଜର ଅନେକ ବହୁ ମୂଲ୍ୟ ସମ୍ପତ୍ତି କୁ ହରାଉଛନ୍ତି, ନିଜର ପରିବାରଜନ ମାନଙ୍କୁ ହରାଉଛନ୍ତି। କରୋନା ଏହି ବର୍ଷ ସବୁ ଲୋକ ମାନଙ୍କ ର ହସ ଖୁସି କୁ ଛଡେଇ ନେଇ ଯାଉଛି। କରୋନା ମହାମାରୀ ଯୋଗୁଁ ପ୍ରଥମେ ଆମ ଦେଶରେ ବହୁ ଦିନ ଧରି ଲକ୍ଡାଉନ୍ ହେଲା,ଏହା ଦ୍ୱାରା ଆମ ଦେଶରେ ଵହୁତ ଅର୍ଥନୈତିକ କ୍ଷତି ମଧ୍ୟ ଦେଖିବାକୁ ମିଳିଲା।

ଆମ ଦେଶ ତ ପୂଜା ପାର୍ବଣ ର ଦେଶ। ବର୍ଷକ ବାର ମାସ ଯାକ ଆମ ଦେଶରେ ସବୁ ଆଡେ ପୂଜା ଚାଲିଥାଏ। ଏହି ବର୍ଷ କରୋନା ମହାମାରୀ ପାଇଁ କୈଣସି ବି ପୂଜା ପାର୍ବଣ ଏକାଠି ପାଳନ କରିବା ପାଇଁ ସରକାର ମନା କରିଥିଲେ ଏବଂ ଅନେକ କଡା ନିୟମ ମଧ୍ୟ ଲଗେଇଥିଲେ। ଏହି ବର୍ଷ ନା ମୁମ୍ବାଇ ରେ ଗଣେଷ ପୂଜା ଭଲ ରେ ପାଳନ କରାଗଲା, ନା କଲିକତା ରେ ଦୂର୍ଗା ପୂଜା ନା ଆମ ରାଜ୍ୟ ଓଡିଶାରେ ରଥଯାତ୍ରା। ସବୁ ପୂଜା ପାର୍ବଣ ରେ ଏକାଠି ହୋଇ ପୂଜା ପାଳନ କରିବା ପାଇଁ ମନା କରାଯାଇଥିଲେ।


ଆପଣ ମାନେ ତ ସମସ୍ତେ ଜିଣିଛନ୍ତି, ଏହି କିଛି ଦିନ ତଳେ ଦୀପାବଳୀ ଗଲା। ଏହି ଦୀପାବଳୀ ରେ ସାରା ଦେଶରେ ଲୋକ ମାନେ ବାଣ ଫୁଟାନ୍ତି, ଏକାଠି ହୋଇ ଭଲ ଖାଇବା ଖାଆନ୍ତି ଅନେକ ମଜା ମସ୍ତି ବହୁତ କିଛି କରନ୍ତି କିନ୍ତୁ ଏହି ବର୍ଷ ବାଣ ଫୁଟାଇବା ପାଇଁ, ଏକାଠି ହୋଇ କିଛି କାମ କରିବି ପାଇଁ ସରକାର ମନା କରିଥିଲେ,କେହି ବି ଲୋକ ବାଣ ବିକି ପାରିବେ ନାହିଁ ବୋଲି ଏବଂ ଯଦି ସରକାର ଙ୍କ ର ମନା କରିବା ସତ୍ତ୍ବେ କେହି ବାଣ ବିକ୍ରି କରନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଥିଲେ। ତେବେ ସେହି କାର୍ଯ୍ୟ କରିବାକୁ ଯାଇ ପୋଲିସ୍ ର ନିର୍ଦ୍ଦୟ ପଣିଆ କୁ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାକୁ ଲାଗିଛି।

ପୋଲିସ ର ନିର୍ଦ୍ଦୟ ପଣିଆ ସାମ୍ନା କୁ ଆସିଛି। ଉତ୍ତରପ୍ରଦେଶ ରେ ଯେଉଁ ବ୍ୟକ୍ତି ମାନେ ବାଣ ବିକ୍ରି କରୁଥିଲେ ସେମାନଙ୍କୁ ଧରି ଦଣ୍ଡ ଦେଉଥିଲା। ବୁଲନ୍ଦସହର ର ପୋଲିସ୍ ନା କେବଳ ଜଣେ ବାଣ ବିକ୍ରି କରୁଥିବା ଲୋକ ଙ୍କୁ ନିର୍ଦ୍ଦୟ ଭାବରେ ପିଟିଥିଲା ବରଂ ଯୁବକ ଙ୍କୁ ଘୋଷାଡି ଘୋଷାଡି ଥାନା କୁ ନେଇ ଯାଇଥିଲା। ଏହି ସମୟ ରେ ନିଜ ବାପା ଙ୍କୁ ବଞ୍ଚେଇବାକୁ ଯାଇ ଜଣେ ଛୋଟ ଝିଅ ଟି ପୋଲିସ୍ ମାନଙ୍କ ଆଗରେ ଅନେକ କାକୁତି ବିନତି ହୋଇଥିଲା କିନ୍ତୁ ପୋଲିସ୍ କୁ ସେହି ଛୋଟ ଝିଅ ଟି ର କାକୁତି ବିନତି କୁ ଦେଖି ତାର ମନ ତରଳି ନଥିଲା। ନିଜ ବାପା ଙ୍କୁ ବଞ୍ଚାଇବା ପାଇଁ ଝିଅ ଟି ବହୁତ ଥର ନିଜ ର ମୁଣ୍ଡ କୁ ମଧ୍ୟ ପିଟିଥିଲା କିନ୍ତୁ ପୋଲିସ୍ ବାଲା ମାନଙ୍କ ର ସେ ସବୁ ରେ କିଛି ବି ଫରକ୍ ପଡି ନଥିଲା।  ଏହି ଘଟଣା ର ଭିଡିଓ ଭାଇରାଲ୍ ହେବା ପରେ ପ୍ରଶାସନ ନିଜର ତତ୍ପରତା ଦେଖାଇଥିଲା। ବାଣ ବିକ୍ରି କରୁଥିବା ଲୋକ ମାନଙ୍କୁ ତୁରନ୍ତ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।