ଭିଡିଓ ଜାରି କରି ଏମିତି କହିଲେ ଅଭିନେତ୍ରୀ ରାନୀ ପଣ୍ଡା ଓ ସାଥି କଳାକାରଙ୍କ ସଂପର୍କରେ ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ….

0

ଆପଣ ମାନେ ସମସ୍ତେ ଜାଣିଥିବେ କି ସାରା ଦେଶ ଏବଂ ବିଶ୍ଵରେ ଏବେ ମଧ୍ୟ କରୋନା ନିଜର କାୟା ମେଲେଇବା ରେ ଲାଗିଛି। ବହୁତ ଲୋକ ଏହି ମହାମାରୀ ଦ୍ୱାରା ମୃତ୍ୟୁ ବରଣ କରୁଥିବା ବେଳେ ଆଉ ଅନେକ ହସ୍ପିଟାଲ ରେ ଏହା ସହ ଲଢେଇ କରୁଛନ୍ତି, ଅନେକ ନୀରିହ ଲୋକ ଏହା ଦ୍ୱାରା ମୃତ୍ୟୁ ବରଣ କରୁଛନ୍ତି, ଅନେକ ଫ୍ୟାମେଲି ନିଜର ରୋଜଗାରିଆ ସଦସ୍ୟ ମାନଙ୍କୁ ହରାଇ ପୁରା ଭାଙ୍ଗି ପଡିଛନ୍ତି। କରୋନା କୁ ଆଜି କୁ ୭ ରୁ ୮ ମାସ ହୋଇ ଗଲାଣି ତଥାପି ଆମ ଦେଶରେ ଏବେ ପ୍ରତି ଘଣ୍ଟା ରେ ୪ ଟି ଜୀବନ ଯାଉଛି।


ପ୍ରଥମେ କରୋନା ମହାମାରୀ ରୁ ବଞ୍ଚିବା ପାଇଁ ଆମ ସରକାର ସାରା ଦେଶରେ ଲକ୍ଡାଉନ୍ କରିଦେଇଥିଲେ, ଲଗାତାର ୪,୫ ମାସ ଧରି ଏହି ଲକ୍ଡାଉନ୍ ଆମ ଦେଶରେ ବଳବତ୍ତର ରହିଲା। ଏହି ସମୟ ରେ ସରକାର କଡା ନିୟମ କରିଥିଲେ କି କେହି ବି ଲୋକ ଜରୁରୀ କାଳୀନ ପରିସ୍ଥିତି ଛଡା ଆଉ କୌଣସି କାରଣ ରେ ବି ଘରୁ ବାହାରିବେ ନାହିଁ। ଯାତ୍ରା କଳାକାର ଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଦୁନିଆ ପର୍ଯ୍ୟନ୍ତ ସମସ୍ତେ ଘରେ ବସିଥିଲେ, ଏବେ କିନ୍ତୁ ସରକାର ସିରିଏଲ୍ ଏବଂ ଫିଲ୍ମ କରିବା ପାଇଁ ଅନୁମତି ଦେଇଥିବା ବେଳେ, ଯାତ୍ରା କରିବା ପାଇଁ ଅନୁମତି ଦେଇନାହାନ୍ତି।

ଏହା କିଛି ଦିନ ତଳେ ଅଭିନେତ୍ରୀ ରାନୀ ପଣ୍ଡା କେତେକ କଳାକାର ମାନଙ୍କ ସହ ରାଜଧାନୀ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେ କହିଥିଲେ ସରକାର ସବୁ ଦୃଷ୍ଟିରୁ ଯାତ୍ରା କଳାକାର ମାନଙ୍କ ଦୁଃଖ ଦେଖି, ସେମାନଙ୍କ ଦୁଃଖ କୁ ବୁଝି ଟିକେ ଯାତ୍ରା କରିବା ପାଇଁ ଅନୁମତି ଦିଅନ୍ତୁ। ଅନେକ ପ୍ରକାର ର ଦାବି ମଧ୍ୟ ସେ ସରକାର ଙ୍କ ପାଖରେ ରଖିଥିଲେ। ସରକାରଙ୍କ ଆଗରେ ରାନୀ ନିଜର କ୍ଷୋଭ ମଧ୍ୟ ପ୍ରକାଶ କରିଥିଲେ।

ଆଉ ଏହା ନେଇ ଯାତ୍ରା ଦୁନିଆ ର ଆଉ ଜଣେ କରାକାର ବାପି ପଣ୍ଡା ରାନୀ ଙ୍କୁ ବିରୋଧ କରିଥିଲେ। ସେ କହିଛନ୍ତି, ରାନୀ ଙ୍କ ର ଏପରି କ୍ଷୋଭ ପାଇଁ ସରକାର ଯାତ୍ରା କଳାକାର ମାନଙ୍କ ସହ କଥା ହେବା ପାଇଁ ପ୍ରତିଶ୍ରୁତି ଦେଇ ମଧ୍ୟ ଓହରି ଯାଇଛନ୍ତି। ବାପି ପଣ୍ଡା ଯେତେବେଳେ ରାନୀ ଙ୍କୁ ଆକ୍ଷେପ କରି କହିବାକୁ ଆରମ୍ଭ କରିଲେ, ସେତେବେଳେ ରାନୀ ମଧ୍ୟ ବାପି ଙ୍କୁ ଅନେକ କଥା କହିବାକୁ ଆରମ୍ଭ କରିଥିଲେ। ଦୁହେଁ ଦୁହିଁଙ୍କ ମଧ୍ୟ ରେ ଅନେକ ଖରାପ ଭାଷା ରେ ଗାଳି ଗୁଲଜ କରିବା ମଧ୍ୟ ଆରମ୍ଭ କରିଥିଲେ। ଦୁଇ ଜଣ ଗଣମାଧ୍ୟମ ମାନଙ୍କ ଆଗରେ ମଧ୍ୟ ଝଗଡା କରିବାକୁ ଆରମ୍ଭ କରି ଦେଇଥିଲେ। ଦୁହିଁଙ୍କ ମଧ୍ୟ ରେ ଧୀରେ ଧୀରେ ଝଗଡା ବଢିବାକୁ ଆରମ୍ଭ ହୋଇଥିଲା।

ଏବେ ମଧ୍ୟ ଦୁହିଁଙ୍କ ମଧ୍ୟରେ କଥା କଟା କଟି ଚାଲିଛି। ଏବେ ରାନୀ ପଣ୍ଡା ଏକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ରେ ସେ ଜଣେ କଳାକାର ଙ୍କ ପରି ସଜେଇ ହୋଇଥିଲେ। ଏଥିରେ ସେ ଯେଉଁ ପ୍ରକାର ର କଥା ଏବଂ ମନ୍ତବ୍ୟ ସବୁ ଦେଉଥିଲେ, ସେଥିରୁ ସମ୍ପୂର୍ଣ୍ଣ ଭାବେ ଜଣା ପଡୁଥିଲା ସେ ସେହି ସବୁ କଥା କାହାକୁ କହୁଛନ୍ତି ବୋଲି। ରାନୀ ଙ୍କ ର କହିବା କଥା ହେଉଛି ସେ ମୋତେ କହିବା ପାଇଁ କିଏ? ଏହି ଭିଡିଓ ରେ ସେ କହିଛନ୍ତି, ମୁଁ ମୋର ସମସ୍ତ ଯାତ୍ରା କଳାକାର ମାନଙ୍କ ପାଇଁ ଲଢିବି ଏବଂ ଏକା ଲଢିବି ମୋତେ କାହାର ବି ଆବଶ୍ୟକତା ନାହିଁ। ସେ କହିଛନ୍ତି ସରକାର ହେଉଛନ୍ତି ସମସ୍ତ ଙ୍କ ର, ସମସ୍ତେ ସରକାର ଙ୍କୁ ନିଜର ଦାବି ଜଣାଇ ପାରିବେ। ମୁଁ କେଉଁ ଅସଭ୍ୟ କଳାକାର ମାନଙ୍କୁ ଜାଣିନାହିଁ, ଯେଉଁମାନେ କି ମୋ ସମ୍ପର୍କରେ ଏପରି ମନ୍ତବ୍ୟ ଦେଉଛନ୍ତି କି ମୁଁ କୁଆଡେ କଳାକାର, ଅଭିନେତ୍ରୀ ନୁହେଁ, ଆଉ ସେମାନେ ହେଉଛନ୍ତି ବଡ କଳାକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।