ଲାଗୁ ହେଲା ନୂଆ ନିୟମ, କାମ କରୁନଥିବା ସରପଞ୍ଚଙ୍କୁ ଯେକୌଣସି ମୁହୂର୍ତ ରେ ଗାଦିରୁ ବିଦା କରି ପାରିବେ ଭୋଟର ଦେଖନ୍ତୁ

0

ଆମ ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଏହି ଗଣତନ୍ତ୍ର ରାଷ୍ଟ୍ର ର ମୂଳ ଉଦେଶ୍ୟ ହେଉଛି ଲୋକମାନ ଙ୍କୁ ସୁବିଧା ସୁଯୋଗ ଯୋଗେଇ ଦେବା ଏବଂ ଆବଶ୍ୟକ ସମୟରେ ସେମାନଙ୍କ ର ସମସ୍ୟା କୁ ଶୁଣି ତାହାର ସମାଧାନ କରିବା । ତେବେ ଗଣତନ୍ତ୍ର ର ଉଦେଶ୍ୟ କୁ ପୂରଣ କରିବା ପାଇଁ ତଥା ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସରକାର ଙ୍କର ଯୋଜନା କୁ ପହଞ୍ଚେଇବା ପାଇଁ ଆମ ଦେଶରେ ପଞ୍ଚାୟତ ରାଜ ବ୍ୟବସ୍ଥା ରହିଛି ଯାହାର ମୁଖ୍ୟ ହେଉଛନ୍ତି ସରପଞ୍ଚ ।


ଆମର ଶାସନ ବ୍ୟବସ୍ଥା ଅନୁସାରେ ,ଗୋଟିଏ ଗ୍ରାମପାୟତ ର ମୁଖ୍ୟ ହେଉଛନ୍ତି ସରପଞ୍ଚ ଯିଏକି ଲୋକମାନ ଙ୍କ ଦ୍ବାରା ପ୍ରତକ୍ଷ ଭାବରେ ନିର୍ବାଚନ ହୋଇଥାନ୍ତି ଏବଂ ଲୋକମାନ ଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା ବଧ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ର ସରପଞ୍ଚ ମାନେ ଲୋକମାନ ଙ୍କ ପାଇଁ କାର୍ଯ୍ୟ ନକରି ନିଜର ସ୍ୱାର୍ଥ ପଛରେ ଗୋଡେଇ ଲୋକମାନ ଙ୍କୁ ଟିକିଏ ହେଲେ କେୟାର କରୁନାହାନ୍ତି ।ସେମାନେ କେବଲ ନିର୍ବାଚନ ସମୟରେ ଲୋକମାନ ଙ୍କ ଠାରୁ ଭୋଟ ନେଇ ଜିତିବା ପାଇଁ ବହୁତ ଲୋକ ଦେଖାଣିଆ କାମ କରନ୍ତି ଏବଂ ଥରେ ନିର୍ବାଚନ ଜିତିଯିବା ପରେ ସେମାନେ ଲୋକମାନ ଙ୍କୁ ଭୁଲିଯାଇଥାନ୍ତି ।

ଏବଂ ଏହା ଆମ ସମାଜରେ ଧୀରେ ଧୀରେ ବଢ଼ିବାରେ ଲାଗିବାରୁ ହରିୟାଣା ର ସରକାର ଏହାର କଡା ଜବାବ ଦେବା ପାଇଁ ଏକ ନୂଆ ଆଇନ ବାହାର କରିଛନ୍ତି ଯାହାକି କିଛି ଦିନ ତଳେ ହରିୟାଣା ର ବିଧାନସଭା ରେ ବିଲ ଟି ପାସ ହୋଇଥିଲା ଏବଂ ଏହା ଏବେ ସେଠାରେ ଥିବା ସମସ୍ତ ପଞ୍ଚାୟତ ରେ ଲାଗୁ କରାଯାଇଛି । ଉଲେଖଯୋଗ୍ୟ ଯେ, ହରିୟାଣା ର କେତେକ ଗ୍ରାମପଞ୍ଚାୟତ ରେ ଲୋକମାନେ ଅଭିଯୋଗ ଆଣିଥିଲେ କି ତାଙ୍କର ସରପଞ୍ଚ କେବେ ହେଲେ ସେମାନ ଙ୍କର ସମସ୍ୟା କୁ ଶୁଣୁ ନାହାନ୍ତି ଏବଂ ଲୋକମାନ ଙ୍କର ପାଇଁ ଆସୁଥିବା ସମସ୍ତ ମଙ୍ଗଳକାର୍ଯ୍ୟ କୁ ଉପରେ ମଧ୍ୟ ଧ୍ୟାନ ଦେଉନାହାନ୍ତି ।

ସେମାନ ଙ୍କର ଅଭିଯୋଗ ଅନୁସାରେ ତାଙ୍କର ସରପଞ୍ଚ କେବଳ ନିର୍ବାଚନ ସମୟରେ ତାଙ୍କ ପାଖକୁ ଭୋଟ ମାଗିବା ପାଇଁ ଆସନ୍ତି ଏବଂ ସେମାନଙ୍କୁ ପାଇଁ ଅନେକ କାର୍ଯ୍ୟ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥାନ୍ତି ।କିନ୍ତୁ ଥରେ ନିର୍ବାଚନ ଜିତିବା ପରେ ସେମାନେ ଲୋକମାନ ଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଇଥାନ୍ତି ।ତେଣୁ ସେମାନ ଙ୍କୁ ବାଧ୍ୟ ହୋଇ ପୁଣି ଏକ ନିର୍ବାଚନ ପାଇଁ ଅପେକ୍ଷା କରିବାକୁ ହୋଇଥାଏ ତାଙ୍କୁ ଉଚିତ ଶିକ୍ଷା ଦେବାକୁ ।


ତେଣୁ ହରିୟାଣା ର ସରକାର ଏକ ବିଲ ପାସ କରିଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ , ଯଦି କୌଣସି ସରପଞ୍ଚ ଲୋକମାନ ଙ୍କର ସମସ୍ୟା କୁ ସମାଧାନ ନକରନ୍ତି ତେବେ ଲୋକମାନେ ଚାହିଁଲେ ଏକ ସିକ୍ରେଟ ଭୋଟ ଦେଇ ସରପଞ୍ଚ ଙ୍କୁ ଗାଦି ରୁ ହଟେଇ ପାରିବେ ।ଏଥିରେ ସେହି ଗ୍ରାମପାୟତରେ ସମସ୍ତ ଲୋକମାନ ଙ୍କର ୩୩ ପ୍ରତିଶତ ଭୋଟ ସରପଞ୍ଚ ଙ୍କ ବିରୋଧରେ ଆସିଥାଏ ତ ସରପଞ୍ଚ ତାଙ୍କ ଗାଦି ରୁ ବାହାର କରିବେ ।ପରେ ଗ୍ରାମରେ ଏକ ବିଚାର ବସି ସେଥିରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୬୭% ଭୋଟ ସରପଞ୍ଚ ଙ୍କ ବିପକ୍ଷରେ ଆସିଲେ ସରପଞ୍ଚ ନିଜ ପଦବୀ ରୁ ଇସ୍ତଫା ଦେବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।