ସିରିଏଲ କୁଆଁରୀ ବୋହୂ ର ଚୁଲ୍ ବୁଲି ହିରୋଇନ୍ ଶ୍ରଦ୍ଧା ଓରଫ୍ ପ୍ରିୟଙ୍କା ଙ୍କ ସମ୍ପର୍କରେ କିଛି ଅଜଣା କଥା

0

ଓଡିଆ ସିନେ ଜଗତରେ ହେଉ କିମ୍ବା ସିରିଏଲ ଜଗତରେ ଅନେକ କଳାକାର ମାନେ କାମ କରୁଛନ୍ତି। ଲୋକ ମାନେ ଅନେକ କଳାକାର ମାନଙ୍କୁ ନିଜ ମନରେ ବସାଇ ଦେଉଛନ୍ତି ଆଉ ଅନେକ ଙ୍କୁ ଏତେ ଟା ଭଲ ପାଇବା ଦେଇ ପାରୁନାହାନ୍ତି। ଲୋକ ମାନେ ଯେଉଁ ମାନଙ୍କୁ ଅନେକ ଭଲ ପାଇବା ଦେଇଛନ୍ତି, ଲୋକ ମାନଙ୍କୁ ସେହି ମାନଙ୍କ ଆକ୍ଟିଙ୍ଗ୍, ଷ୍ଟାଇଲ୍, କଥା ବାର୍ତ୍ତା ଆଦି ଭଲ ବହୁତ୍ ଭଲ ଲାଗୁଥିବ ସେଥି ପାଇଁ ସେମାନଙ୍କୁ ଏତେ ଲୋକପ୍ରିୟତା ସାଉଁଟି ଦେଉଛନ୍ତି ସେମାନେ।


ଅନେକ ଲୋକ ଅନେକ ଇଚ୍ଛା ଏବଂ ଲକ୍ଷ୍ୟ ରଖି ନିଜ ଜୀବନରେ ଆଗକୁ ବଢିଥାଆନ୍ତି। ସେହି ଆଶା ଏବଂ ଲକ୍ଷ୍ୟ କୁ ପୂରଣ କରିବା ପାଇଁ ସେମାନେ ଅନେକ କାର୍ଯ୍ୟ ମଧ୍ୟ କରିଥାଆନ୍ତି। ଅନେକ ପିଲା ଅଛନ୍ତି ଯେଉଁମାନେ କି ପିଲା ଟି ଦିନରୁ ତାଙ୍କ ର ଅଭିନୟ ପ୍ରତି ଆଗ୍ରହ ଥାଏ ଏବଂ ସେମାନେ ଏକ କଳାକାର ହେବା ପାଇଁ ଆଶା ରଖିଥାନ୍ତି। ସେଥିପାଇଁ ସେମାନେ ଏକ ଯେକୌଣସି କଳାକାର କୁ ଦେଖି ତାଙ୍କୁ ନିଜର ଇନ୍ସ୍ପିରେସନ୍ ବୋଲି ଭାବି ଥାଆନ୍ତି। ତାଙ୍କ ର ଆକ୍ଟିଙ୍ଗ୍, ଷ୍ଟାଇଲ, ୱେ ଅଫ୍ ଟକିଙ୍ଗ୍ ସବୁ କୁ କପି କରିଥାଆନ୍ତି। ତେବେ ସେହି ପରି ଜଣେ ଅଭିନେତ୍ରୀ ହେଉଛନ୍ତି ତରଙ୍ଗ ର ଲୋକପ୍ରିୟ ସିରିଏଲ୍ କୁଆଁରୀ ବୋହୂ ସିରିଏଲ୍ ର ହିରୋଇନ୍ ଶ୍ରଦ୍ଧା ଓରଫ୍ ପ୍ରିରଙ୍କା ରଥ। ତେବେ ଆମେ ମାନେ ତାଙ୍କ ର ଫ୍ୟାମେଲି ଏବଂ ତାଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ କହିବୁ।


ତରଙ୍ଗ ର ଲୋକପ୍ରିୟ ସିରିଏଲ୍ କୁଆଁରୀ ବୋହୂ ସିରିଏଲ ର ହିରୋଇନ୍ ହେଉଛନ୍ତି ଶ୍ରଦ୍ଧା ଯାହାଙ୍କ ର ପ୍ରକୃତ ନାମ ହେଉଛି ପ୍ରିୟଙ୍କା ରଥ। ସେ ଜଣେ ଏପରି ଅଭିନେତ୍ରୀ ଯିଏ କି ଓଡିଆ ସିରିଏଲ୍ ଇଣ୍ଡଷ୍ଟ୍ରି ରେ ନିଜର ଫାଷ୍ଟ ଡେଭ୍ୟୁ ସିରିଏଲ୍ ରେ ହିଁ ବହୁତ ସଫଳତା ଏବଂ ଲୋକ ପ୍ରିୟତା ହାସଲ କରିସାରିଲେଣି। ପ୍ରିୟଙ୍କା ର ଜନ୍ମଦିନ ହେଉଛି ୧୭ ଏପ୍ରିଲ୍। ସେ ଓଡିଶା ର ବ୍ରହ୍ମପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ପିଲା ଦିନରୁ ହିଁ ହାଇଦ୍ରାବାଦ ରେ ରହୁଥିଲେ। ତାଙ୍କ ର ପିଲା ଦିନ ର ଶିକ୍ଷା ମଧ୍ୟ ହାଇଦ୍ରାବାଦ ରେ ହିଁ ହୋଇଛି।


ତାଙ୍କ ପରିବାର ରେ ସିଏ ତାଙ୍କ, ବାପା, ମାଆ, ଦୁଇ ସାନ ଭାଇ ଏବଂ ଜଣେ ସାନ ଭଉଣୀ ଅଛନ୍ତି। ସେ ହାଇଦ୍ରାବାଦ ରେ ଶ୍ରୀ ଚୈତନ୍ୟ ସ୍କଲ୍ ରେ ନିଜର ସ୍କୁଲ୍ ଶିକ୍ଷା ସମାପ୍ତ କରିଛନ୍ତି। ସେ ନିଜର ଗ୍ରାଜୁଏସନ୍ ଭୁବନେଶ୍ବର ର ବିଜେପି କଲେଜରେ କରିଛନ୍ତି। ପିଲାଟି ଦିନ ରୁ ହିଁ ତାଙ୍କର ଅଭିନୟ ପାଇଁ ଅନେକ ଆଗ୍ରହ ଥିଲା। ପରିବାର ଲୋକ ମାନଙ୍କ ର ମଧ୍ୟ ବହୁତ ଇଚ୍ଛା ଥିଲା ପ୍ରିୟଙ୍କା ଜଣେ ଅଭିନେତ୍ରୀ ହୁଅନ୍ତୁ ବୋଲି। ପ୍ରିୟଙ୍କା ଭୁବନେଶ୍ବର ଆସିଥିଲେ ଜଣେ ଅଭିନେତ୍ରୀ ହେବା ପାଇଁ। ଏହା ପରେ ଓଡିଆ ଧାରାବାହିକ ରେ ଅଭିନୟ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ଏହା ପରେ ସେ କୁଆଁରୀ ବୋହୂ ସିରିଏଲ୍ ରେ ହିରୋଇନ୍ ଭାବେ କାମ କରିଥିଲେ।

ପ୍ରିୟଙ୍କା ତରଙ୍ଗ ପରିବାର ଆୱାଡ୍ ର 2019 ର ବିଜେତା ହୋଇଥିଲେ, ବେଷ୍ଟ ଟିଭି ସିରିଏଲ୍ ଆକ୍ଟ୍ରେସ୍ ଭାବରେ। ସେ ଦେଖିବାକୁ ମଧ୍ୟ ବହୁତ୍ ସୁନ୍ଦର ଅଟନ୍ତି। ସେ ଅନେକ ଟିକ୍ ଟକ୍ ଭିଡିଓ ମଧ୍ୟ କରିଛନ୍ତି। ଟିକ୍ ରେ ମଧ୍ୟ ସେ ଅନେକ ଫେମସ୍ ହୋଇ ଯାଇଥିଲେ। ଲୋକ ମାନେ ତାଙ୍କ ସିରିଏଲ୍ ସାଇ ଏବଂ ଶ୍ରଦ୍ଧା ଙ୍କ ର ଅଭିନୟ କୁ ଲୋକ ମାନେ ଖୁବ୍ ଭଲ ପାଇବା ମଧ୍ୟ ଦେଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।