Breking News – ଏବେ ଏବେ କ୍ରିକେଟ ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏତେ କମ ବୟସରେ ଏହି ପ୍ରସିଦ୍ଧ କ୍ରିକେଟର କଲେ ଆତ୍ମହତ୍ୟା, ଚାରିଆଡେ ଖେଳିଗଲା ଶୋକର ଛାୟା….

0

ଏହି ବର୍ଷ 2020 ରେ ଅନେକ ଦୁଃଖଦ ଖବର ସବୁ ଦେଖିବାକୁ ମିଳୁଛି। ପ୍ରଥମେ ତ କରୋନା ପାଇଁ ସାରା ବିଶ୍ୱରେ ଅନେକ କ୍ଷୟ କ୍ଷତି ହୋଇସାରିଲାଣି, ଅନେକ ଦେଶରେ ଅନେକ ଲୋକ ମାନେ କରୋନା ଦ୍ୱାରା ଅକାଳ ରେ ମୃତ୍ୟୁ ବରଣ କରୁଛନ୍ତି। ୭ ରୁ ୮ ମାସ ହୋଇଯିବ ଆମ ଦେଶରେ କରୋନା ସଂକ୍ରମଣ କୁ କିନ୍ତୁ କରୁନାହିଁ ସଂକ୍ରମଣ। ଆମ ଦେଶ ତଥା ସାରା ବିଶ୍ଵ ଏବେ ବି କରୋନା ମହାମାରୀ ସହ ଯୁଦ୍ଧ କରୁଛନ୍ତି। ଯେପର୍ଯ୍ୟନ୍ତ କରୋନା ର ଭ୍ୟାକ୍ସିନ୍ ନ ବାହାରିଛି ଏହି ସଂକ୍ରମଣ କୁ ରୋକା ଯାଇ ପାରିବ ନାହିଁ।


ଏପଟେ କରୋନା ମହାମାରୀ ଆମ ଠାରୁ ଆମ ର ଅନେକ ପ୍ରସିଦ୍ଧ ଲୋକ ମାନଙ୍କୁ ମଧ୍ୟ ଛଡେଇ ନେଉଛି। ଅନେକ ପ୍ରସିଦ୍ଧ ବ୍ୟକ୍ତି ଏହି କରୋନା ଦ୍ୱାରା ମୃତ୍ୟୁ ବରଣ କରୁଛନ୍ତି। ଆମ ଦେଶରେ ତ ଅନେକ କଳାକାର, ଅନେକ ରାଜନୀତିଜ୍ଞ ଏହି କରୋନା ଦ୍ୱାରା ମୃତ୍ୟୁ ବରଣ କରି ସାରିଲେଣି। ଆଉ ଏପଟେ ଅନେକ ଲୋକ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ଏହି କିଛି ଦିନ ତଳେ ସୁଶାନ୍ତ ସିଂହ ରାଜପୁତ ଙ୍କ ର ଆତ୍ମହତ୍ୟା ଖବର ସାରା ବିଶ୍ଵରେ ଏକ ହଇଚଇ ମଚେଇ ଦେଇଥିଲା। ଏବେ ସେହି ପରି ଏକ ଦୁଃଖଦ ଖବର ଆସି ପହଞ୍ଚିଛି ଯାହା ଦ୍ୱାରା କି ଏବେ ଲୋକ ମାନଙ୍କ ମଧ୍ୟ ରେ ଏକ ଶୋକ ର ଛାୟା ଖେଳି ଯାଇଛି।

ବାଂଲାଦେଶ କ୍ରିକେଟ ତରଫ ରୁ ଏକ ବଡ ଦୁଃଖଦ ଖବର ପ୍ରକାଶ କରା ଯାଇଛି। ବାଂଲାଦେଶ କ୍ରିକେଟ ଟିମ୍ ରୁ ଆଉ ଜଣେ କ୍ରିକେଟର୍ ବିଦାୟ ନେଇଛନ୍ତି। ଏହି ଖବର ପ୍ରକାଶିତ ହେବା ପରେ ସାରା କ୍ରିକେଟ ଜଗତରେ ଏକ ଶୋକ ର ଛାୟା ଖେଳି ଯାଇଛି। ତେବେ ବାଂଲାଦେଶ କ୍ରିକେଟ ଟିମ୍ ର ପୂର୍ବତନ ଅଣ୍ଡର 19 କ୍ରିକେଟ ଟିମ୍ ର ଖେଳାଳି ମହମ୍ମଦ ଯୋଷିବ ଆତ୍ମହତ୍ୟା କରିଛନ୍ତି, ସେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି,ମାତ୍ର 21 ବର୍ଷ ବୟସ ରେ ହିଁ ସେ ଏପରିକି କାମ କରିଛନ୍ତି। ଦୁର୍ଗାପୁର ସ୍ଥିତ ନିଜ ବାସଭବନ ରେ ସେ ଶନିବାର ଦିନ ଆତ୍ମହତ୍ୟା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟା ର କାରଣ ସଠିକ୍ ଭାବେ ଜଣା ପଡିନାହିଁ। ଏବେ କମ୍ ବୟସ ରୁ ହିଁ ମହମ୍ମଦ ଙ୍କ ର ଏତେ ବଡ ନିଷ୍ପତ୍ତି କ୍ରିକେଟ ଖେଳାଳି ମାନଙ୍କୁ ଏକ ପ୍ରକାର ର ସ୍ତବ୍ଧ କରି ରଖିଦେଇଛି।


ତାଙ୍କ କ୍ରିକେଟ କ୍ୟାରିୟର୍ ସମ୍ପର୍କରେ ଦେଖିବାକୁ ଗଲେ ସେ 2018 ରେ ହୋଇଥିବା ଆଇସିସି ଅଣ୍ଡର 19 ବିଶ୍ୱକପ୍ ରେ ସଦସ୍ୟ ଥିଲେ। ସେ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ନିଜ ଟିମ୍ ତରଫରୁ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲେ। ଏହିଥିରେ ତାଙ୍କୁ ଖେଳିବା ପାଇଁ ସୁଯୋଗ ମିଳିନଥିଲା ଏଥି ପାଇଁ ସେ ଅନେକ ଦୁଃଖିତ ମଧ୍ୟ ଥିଲେ। ସେ ଯୁବ ଓପନିଂ ବ୍ୟାଟ୍ସ ମେନ୍ ଭାବେ ବାଂଲାଦେଶ ଟିମ୍ ତରଫରୁ ଅଣ୍ଡର 19 ଏସିଆ କପ୍ ପାଇଁ ମଧ୍ୟ ସଦସ୍ୟ ରେ ଥିଲେ।

2018 ରେ ସେ ନିଜର କ୍ରିକେଟ କ୍ୟାରିୟର୍ ଆରମ୍ଭ କରିଥିଲେ। 2018 ରେ ସେ ସିନେପୁକୁର ପକ୍ଷରୁ ଢାକା ପ୍ରିମିୟର୍ ଲିଗ୍ ରେ ସେ ପ୍ରଥମ ଡେବ୍ୟୁ କରିଥିଲେ। ସେ ଏଥିରେ 3ଟି ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ଟୋଟାଲ୍ 9,0 ଓ 1 ରନ୍ କରିଥିଲେ। ସେ ମାର୍ଚ୍ଚ 2018 ପର ଠାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରେ ସେ ନଜର ଆସିନଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।