ହେ ପ୍ରଭୁ ! ୯ବର୍ଷ ହେବ ଏହି ମନ୍ଦିରରେ ବିନା ତେଲ ରେ ଜଳୁଛି ଦୀପ, ମନ୍ଦିରର ଆବିର୍ଭାବ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…….

0

ଆମ ସମାଜ ରେ ଅନେକ ଗୁଡିଏ ଏପରି ଘଟଣା ଘଟିଥାଏ, ଯାହାକୁ ଦେଖିଲେ ଆମେ ମାନେ ଆର୍ଶ୍ଚଯ୍ୟ ହୋଇଯାଉ ଏବଂ ମନେ ମନେ ଭାବିଥାଉ କି, ଏପରି ବି କଣ ହୋଇପାରେ। ଆଜି ର ଏହି ଦୁନିଆରେ କିଛି ନା କିଛି ଅଜବ ଘଟଣା ଘଟିଥାଏ ଯାହାକୁ ପରବର୍ତ୍ତୀ ସମୟ ରେ ଆମ ସାମ୍ନା କୁ ଆସିଥାଏ ଓ ଆମେ ମାନେ ସେହି ସମ୍ପର୍କରେ ଜାଣିଥାଉ। ଅନେକ ଆର୍ଶ୍ଚଯ୍ୟ ଜନକ ଘଟଣା ଅଛି ଯାହାକୁ ଆମେ ମାନେ ଦେଖିଥାଏ, ଆମ ମାନଙ୍କୁ ଆର୍ଶ୍ଚଯ୍ୟ ମଧ୍ୟ ଲାଗିଥାଏ କିନ୍ତୁ ଆମେ ମାନେ ସେହି ପଛର ରହସ୍ୟ ନ ଜାଣି ଏବଂ ଜାଣିବାକୁ ଚେଷ୍ଟା ନ କରି ତାକୁ ହେୟ ଜ୍ଞାନ କରି ଦେଇଥାଉ। ସେହି କଥା ର ପଛରେ କିନ୍ତୁ ଏପରି ଆର୍ଶ୍ଚଯ୍ୟ ଜନକ ରହସ୍ୟ ରହିଥାଏ କି ଆମେ ସେ ସମ୍ପର୍କରେ ଜାଣିଲେ ଆମ ମାନଙ୍କୁ ତାହା ବହୁ ମାତ୍ରାରେ ଆର୍ଶ୍ଚଯ୍ୟ ଲାଗିଥାଏ।


ଆପଣ ମାନେ ତ ଜାଣିଛନ୍ତି ଆମ ଦେଶରେ ବହୁତ ମନ୍ଦିର ସବୁ ରହିଛି, ଆମ ଦେଶକୁ ମନ୍ଦିର ମାଳିନୀ ଦେଶ କହିଲେ ମଧ୍ୟ ଭୁଲ୍ ହେବ ନାହିଁ। ସେହି ସବୁ ମନ୍ଦିର ମାନଙ୍କର ନିଜସ୍ୱ କିଛି ବିଶେଷତ୍ୱ ମଧ୍ୟ ରହିଛି, ସେହି ସବୁ ମନ୍ଦିର ର ଚମତ୍କାରିତା ଆମ ମାନଙ୍କୁ ଆର୍ଶ୍ଚଯ୍ୟ କରିଦେଇଥାଏ। ଭାରତର ସେହିପରି ଏକ ମନ୍ଦିର ରହିଛି, ମଧ୍ୟପ୍ରଦେଶ ର ଶାହାଜାହାନ୍ ପୁର ଜିଲ୍ଲା ରେ। ଯେଉଁ ଠାରେ ଥିବା ଏକ ଦ୍ୱୀପ ତେଲ ରେ ନୁହେଁ ବରଂ ପାଣି ରେ ଜଳିଥାଏ, ଏହା ହେଉଛି ଏହି ମନ୍ଦିର ର ଏକ ବଡ ବିଶେଷତ୍ୱ। ଏହି ମନ୍ଦିର ଟି ଏକ ଦେବୀ ମାଆ ଙ୍କ ର ମନ୍ଦିର ଅଟେ, ଯାହା କାଲିସିଦ୍ଧ ନଦୀ କୂଳରେ ଅବସ୍ଥିତ। ଏଠାରେ ବହୁତ ଦିନ ହେବ ପ୍ରାୟତଃ ୯ ବର୍ଷ ହେବ ଏହି ମନ୍ଦିର ରେ ପାଣିରେ ଦ୍ୱୀପ ଜଳୁଛି।


ତେବେ ସେଠାକାର ପୁରହିତ ଯାହା କୁହନ୍ତି ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ମାଆ ଙ୍କ ଆଗରେ ସାଧାରଣ ତେଲ ରେ ଦ୍ୱୀପ ଜଳୁଥିଲା। ୯ ବର୍ଷ ତଳେ ମନ୍ଦିର ର ଦେବୀ ପୁରୋହିତ ଙ୍କ ସ୍ୱପ୍ନ ରେ ଆସି ଦ୍ୱୀପ କୁ ତେଲ ପରିବର୍ତ୍ତେ କାଲିସିଦ୍ଧ ନଦୀର ପାଣି ରେ ଜାଳିବା ପାଇଁ କହିଥିଲେ। ଏହା ପରେ ସେହି ଦିନ ଠାରୁ ଦେଖିବାକୁ ମିଳିଲା ସେଠାରେ ମାଆ ଙ୍କ ଆଗରେ ଦ୍ୱୀପ ଟି ତେଲ ପରିବର୍ତ୍ତେ ପାଣି ରେ ଜଳିଲା। ଦେଖିବାକୁ ମିଳିଲା, ପୁରୋହିତ ଙ୍କୁ ମାଆ ସ୍ୱପ୍ନ ରେ ଆଦେଶ ଦେବା ପରେ, ସେହି ଦ୍ୱୀପ ରେ କାଲିସିଦ୍ଧ ନଦୀର ପାଣି ଦେବାରୁ ଦ୍ୱୀପ ଟି ଖୁବ୍ ଜୋରରେ ଜଳିବାକୁ ଲାଗିଲା। ଏହାର ଆଉ ଏକ ବିଶେଷତ୍ଵ ହେଉଛି, ଏହି ଦ୍ୱୀପ ଟି କେବଳ କାଲିସିଦ୍ଧି ନଦୀର ଜଳ ଦ୍ୱାରା ହିଁ ଜଳିଥାଏ। ଅନ୍ୟ କେଉଁ ଠାରୁ ଜଳ ଆଣି ସେହି ଦ୍ୱୀପ ରେ ଦେଲେ ତାହା ଜଳି ନଥାଏ, ଲିଭି ଯାଇଥାଏ।


ଭାରତରେ ଅନେକ ମନ୍ଦିର ସବୁ ରହିଛି, ଯେଉଁ ମାନଙ୍କ ଅନେକ ପ୍ରକାରର ବିଶେଷତ୍ୱ ମଧ୍ୟ ରହିଛି,କିନ୍ତୁ ଏହି ମନ୍ଦିର ର ବିଶେଷତ୍ୱ ଟି କେ ସବୁଠାରୁ ନିଆରା। ଏହି କାରଣ ରୁ ଏହି ମନ୍ଦିର କୁ କେବଳ ଆମ ଦେଶ ନୁହେଁ ବରଂ ଦେଶ ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ବୁଲିବାକୁ ଏବଂ ମାଆ ଙ୍କୁ ଦର୍ଶନ କରିବାକୁ ଆସିଥାଆନ୍ତି। ଅନେକ ଲୋକ ଏଠାରେ ଥିବା ନବରାତ୍ରୀ ଦେଖିବା ପାଇଁ ମଧ୍ୟ ବହୁ ଦୂରରୁ ଆସିଥାଆନ୍ତି, ଏଠାରେ ବିଶ୍ୱାସ ମଧ୍ୟ ରହିଛି କି ଏଠାରେ ଯାହାବି ମାନସିକ କରିଲେ ତାହା ପୂରଣ ହୋଇଥାଏ। ଏଠାକାର ପୁରୋହିତ ମାନଙ୍କ କହିବା ଅନୁଯାୟୀ, ବର୍ଷା ଦିନ ରେ ଏଠାରେ ଦୀପ ଜଳି ନଥାଏ। ବର୍ଷା ଦିନରେ ନଦୀର ପାଣି ଉଚ୍ଛୁଳି ଉଠିଥାଏ। ଯାହା ଦ୍ୱାରା କି ମନ୍ଦିର ଟି ବୁଡି ଯାଇଥାଏ, ଏଥିପାଇଁ ଦୀପ ଟି ଲିଭି ଯାଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।