ଦେଖନ୍ତୁ ଲୋମଟାଙ୍କୁରା ଲାଇଭ ଭିଡିଓ – କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଗୁଳିକରି ହତ୍ୟା ତାପରେ କଣ ହେଲା ନିଜେ ନ ଦେଖିଲେ ବିଶ୍ବାସ କରିବେନି

0

ଆଜି କାଲି ଦୁନିଆରେ ଅନ୍ୟାୟ, ଅତ୍ୟାଚାର, ଦୁଷ୍କର୍ମ ଆଦି ବହୁ ମାତ୍ରାରେ ବଢି ଗଲାଣି। ଆମ ଦେଶ ରେ ଆଉ ଝିଅ, ବୋହୂ ମାନେ ଜମାମି ସୁରକ୍ଷିତ ନୁହଁନ୍ତି। ପାଦେ ପାଦେ ତାଙ୍କର ବିପଦ ମାଡି ରହିଛି। ପୁଅ ମାନେ ତ ମଣିଷ ରୁ ରାକ୍ଷସ ପାଲଟି ଗଲେଣି। ସମାଜ ରେ ପୁଅ ମାନେ ଏତେ ତଳକୁ ଖସି ଗଲେଣି ଯେ ଝିଅ ମାନଙ୍କ ସହ ଜୋର୍ ଜବରଦସ୍ତି କରୁଛନ୍ତି ଝିଅ ମାନେ ସେଥିରେ ରାଜି ନ ହେଲେ ସେମାନଙ୍କ ର ଦୁଷ୍କର୍ମ କରି ଜୀବନ ମଧ୍ୟ ନେଇ ଯାଉଛନ୍ତି। ଏହିପରି ଘଟଣା ଆମେ ଦେଶରେ ଏବେ ବହୁତ ଦେଖିବାକୁ ମିଳୁଛି। ନିଜ ଦେହ ର ଭୋକ ମେଣ୍ଟାଇବା ପାଇଁ ପୁରୁଷ ମାନେ ଝିଅ ମାନଙ୍କ ର ଇଜ୍ଜତ୍ ସହ ଖେଳ ଖେଳୁଛନ୍ତି।

ଆଉ ଏପରି ପ୍ରକାର ର ବି ପୁଅ ଅଛନ୍ତି, ଯେଉଁମାନେ କି ଏକ ଝିଅ କୁ ଦେଖି ପସନ୍ଦ କରୁଛନ୍ତି। କିଛି ଦିନ ଗଲା ପରେ ସେହି ଝିଅ ଟି କୁ ନିଜର ମନ କଥା ମଧ୍ୟ କହୁଛନ୍ତି। ଯଦି ସେହି ଝିଅ ଟି ତାଙ୍କ ପ୍ରସ୍ତାବ ରେ ରାଜି ହୋଇଯାଉଛି ତ ଭଲ କଥା, ଆଉ ଯଦି ନ ହେଉଛି ତାକୁ ପାଇବା ପାଇଁ ସେମାନେ ସବୁ ପ୍ରକାର ର ଚେଷ୍ଟା କରୁଛନ୍ତି, ଯେକୌଣସି ବି ସ୍ତର କୁ ମଧ୍ୟ ସେମାନେ ଖସି ଯାଉଛନ୍ତି। ଶେଷରେ ଯେତେବେଳେ ସେମାନେ ନ ପାରୁଛନ୍ତି ଏସିଡ୍ ଫୋପାଡି ଝିଅ ର ମୁହଁ କୁ ଖରାପ କରୁଛନ୍ତି ଏବଂ ସେମାନଙ୍କ ର ଜୀବନ ମଧ୍ୟ ନେଇଯାଉଛନ୍ତି। ଲୋକ ମାନଙ୍କ ର ଇଏ କେଉଁ ପ୍ରକାର ର ପ୍ରେମ କେଜାଣି,ଯାହାକୁ ଭଲ ପାଉଛନ୍ତି ତାହାର ଶେଷରେ ଜୀବନ ମଧ୍ୟ ନେଇ ଯାଉଛନ୍ତି। ଆମେ ମାନେ ମଧ୍ୟ ଆଜି ସେହିପରି ଏକ ଘଟଣା ସମ୍ପର୍କରେ କହିବୁ।

ଘଟଣା ଟି ଘଟିଛି ହରିୟାଣା ର ଫରିଦାବାଦ ଜିଲ୍ଲା ବଲ୍ଲଭଗଡ ନିକଟରେ। ଏଠାରେ ଜଣେ ୨୧ ବର୍ଷୀୟ କଲେଜ୍ ଛାତ୍ରୀ ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି କାଣ୍ଡ ଟି ପୁଣି ସେହି ଝିଅ ଜଣକ ଙ୍କ ର କଲେଜ୍ ସାମ୍ନା ରେ ଘଟିଛି,ଏହି ଘଟଣା ଟି ସେହି ସ୍ଥାନ ରେ ଥିବା ଏକ ସିସିଟିଭି ରେ ରେକର୍ଡ ହୋଇଛି। ପ୍ରଥମେ ଜଣେ ଯୁବକ ଛାତ୍ରୀ ଜଣଙ୍କୁ ଜୋର୍ ଜବରଦସ୍ତ କାର୍ ଭିତରେ ବସିବା ପାଇଁ ତାଙ୍କ ହାତ ଧରି ଟାଣୁଛନ୍ତି, କିନ୍ତୁ ଯୁବତୀ ଜଣକ ସେଥିରେ ରାଜି ନହେବାରୁ ଯୁବକ ଜଣକ ତାଙ୍କୁ ଗୁଳି ମାରି ସେଠାରୁ ଫେରାର୍ ହୋଇ ଯାଉଛନ୍ତି। ଏହି ଘଟଣା ଟି ପ୍ରାୟ ଅପରାହ୍ନ ୪.୩୦ ରେ ଘଟିଛି। ମୃତ ଛାତ୍ରୀ ଜଣକ ଙ୍କ ନାମ ହେଉଛି ନିକିତା ତୋମାଲ୍ ,

ସେ ସୋମବାର ଦିନ ପରୀକ୍ଷା ଦେବା ପାଇଁ କଲେଜ୍ ଯାଇଥିଲେ। ପରୀକ୍ଷା ଦେଇସାରି କଲେଜ୍ ରୁ ବାହାରି ଆସି କାର୍ ନିକଟରେ ନିଜ ସାଙ୍ଗ ସହ ଠିଆ ହୋଇ ଥିଲେ। ଯୁବକ ଜଣକ ସେହି କାର୍ ରୁ ବାହାରି ତୋମାଲ୍ ଙ୍କୁ ଟଣା ହୋଟରା କରିଥିଲେ, ସେ ନ ଯିବାରୁ ତାଙ୍କୁ ଗୁଳି କରି ସେଠାରୁ ଫେରାର୍ ହୋଇ ଯାଇଥିଲେ । ସେହି ଠାରେ ଦୁଇ ଜଣ ଯୁବକ ଥିଲେ ସେମାନଙ୍କ ନାମ ହେଉଛି ତୋଶିଫ୍ ଓ ରେହାନ୍। ତେବେ ପୂର୍ବରୁ ନିକିତା ଏବଂ ତୋଶିଫ୍ ପରସ୍ପର ଙ୍କୁ ଭଲ ଭାବରେ ଜାଣିଥିଲେ।

2018 ରେ ତୋଶିଫ୍ ଥରେ ନିକିତା ଙ୍କୁ ଅପହରଣ କରିଥିଲା, ଏହା ପରେ ସେମାନଙ୍କ ଘର ମଧ୍ୟରେ ଆପସ ବୁଝାମଣା ମଧ୍ୟ ହୋଇଥିଲା। ଘଟଣା ର 20 ଘଣ୍ଟା ପରେ ତୋଶିଫ୍ କୁ ପୋଲିସ୍ ଆରେଷ୍ଟ କରିଥିଲା, କିନ୍ତୁ ରେହାନ୍ ଏବେବି ଫେରାର୍ ଅଛି। ଘଟଣା ପରେ ପରେ ନିକିତା ଙ୍କୁ ତାଙ୍କ ସାଙ୍ଘ ଙ୍କ ସହାୟତା ରେ ହସ୍ପିଟାଲ ନିଆ ଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।