ମାତ୍ର ୫ଟଙ୍କାରେ ମହିଳାମାନେ ନିଜ ବାଳ ଝଡ଼ିବା ବନ୍ଦ କରି ପାରିବେ। ଏହି ଉପାୟକୁ ନିଜ ଘରେ ଅତି ସହଜ ରେ ପ୍ରସ୍ତୁତ କରି ପାରିବେ

0

ମହିଳା ଏବଂ ଝିଅ ମାନଙ୍କର ବାଳ ଝଡ଼ିବା ଏକ ବଡ଼ ସମସ୍ୟା। ଅନେକ ସମୟରେ କେତେକ ମହିଳାଙ୍କ ଏତେ ମାତ୍ରା ରେ ବାଳ ଝଡେ ଯାହା ପାଇଁ ସେମାନେ ଚନ୍ଦା ଦେଖା ଯାଆନ୍ତି। ମହିଳା ମାନଙ୍କ ଏହି ସମସ୍ୟା ପାଇଁ ସେମାନେ ଅନେକ ସମୟରେ ଚିନ୍ତା ରେ ରହିଥାନ୍ତି। ସେଥିପାଇଁ ଯଦି ଠିକ ସମୟରେ କିଛି ଉପାୟ ପ୍ରୟୋଗ ନ କରନ୍ତି ତେବେ ଭବିଷ୍ୟତ ରେ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ। ତେଣୁ ଆଜି ଏମିତି କିଛି ଉପାୟ ଆପଣଙ୍କୁ କହିବୁ ଯାହାକୁ ଆପଣ ନିଜେ ଘରେ ଚାହିଁଲେ ମଧ୍ୟ କରିପାରିବେ। ତାହା ସହିତ ଏହି ଉପାୟ କରିବା ପାଇଁ ମାତ୍ର ୫ ଟଙ୍କା କିମ୍ବା କମ ଖର୍ଚ୍ଚ ଆସିବ। ତେଣୁ ଆସନ୍ତୁ ଜାଣିନେବା ଏହି ଘରୋଇ ଉପାୟ।

ଏହି ଉପାୟ ଦ୍ୱାରା ମହିଳା ମାନଙ୍କର ବାଳ ଲମ୍ବା ହେବା ସହିତ ବାଳ ଝଡ଼ିବା ମଧ୍ୟ ବନ୍ଦ ହୋଇଯିବ। ତେଣୁ ଏହି ଉପାୟ କୌଣସି ଡାକ୍ତର ଦ୍ଵାରା ବର୍ଣ୍ଣିତ ନୁହେଁ। ଏହା ହେଉଛି ଘରୋଇ ଉପଚାର ଏବଂ ନିଜସ୍ୱ ପରୀକ୍ଷା ରୁ ପ୍ରମାଣିତ। ଥରେ ମାତ୍ର ଏହି ଘରୋଇ ଉପାୟ କୁ ଆପଣ ମାନେ ନିଜେ ପ୍ରୟୋଗ କଲେ ଆପଣ ନିଜେ ଏହାର ପ୍ରଭାବ ଜାଣି ପାରିବେ। ଏମିତି ଅନେକ ଥର ମୁଣ୍ଡ ରେ ହାତ ମାରିଦେଲେ ବାଳ ଅନେକାଂଶ ରେ ହାତ ରେ ଲାଗିଯାଏ। ତେଣୁ ଏହି ଉପାୟ କେବଳ ଅଳ୍ପ ଘଣ୍ଟା ମଧ୍ୟରେ କାମ କରିବା ଆରମ୍ଭ ହୋଇଯିବ।


ଏହି ଉପାୟ ପାଇଁ ଆବଶ୍ୟକ ଉପାଦାନ ଗୁଡିକ ହେଲା;-
ପ୍ରଥମେ କିଛି ଭୁସଙ୍ଗ ପତ୍ର ଆଣନ୍ତୁ। ଯଦି ଆପଣଙ୍କ ବାଡ଼ିରେ ଅଛି ଏହି ପତ୍ର ତାହାଲେ ଆପଣଙ୍କ ଖର୍ଚ୍ଚ କିଛି ପଡିବ ନାହିଁ। ତେଣୁ ଏହି ପତ୍ର ଯଦି ଆପଣଙ୍କ ନିଜ ବାଡ଼ିରେ ଅଛି ତେବେ କୌଣସି ଗୋଟିଏ ଟଙ୍କା ବି ପଡିବ ନାହିଁ। ତାହା ସହିତ ଆପଣଙ୍କୁ ଦେଢ଼ ଗ୍ଲାସ ପାଣି ଆବଶ୍ୟକ ପଡିବ। ଏହି ଭୁସଙ୍ଗ ପତ୍ର ସହିତ ଏହି ପାଣି କୁ ମିଶ୍ରଣ କରି ଗ୍ୟାସ ରେ କିଛି ସମୟ ଫୁଟାଇ ଦେବାକୁ ହେବ। ଆଉ କିଛି ସମୟ ପରେ ଏହି ମିଶ୍ରଣ ଭଲ ଭାବରେ ମିକ୍ସ ହୋଇଗଲେ ଏହାକୁ କିଛି ସମୟ ଥଣ୍ଡା କରି ଏକ ବୋତଲ ଭିତରେ ରଖି ଦିନନ୍ତୁ। ଆଉ ଏହାକୁ ଆପଣ ବାହାରକୁ ଯିବା ସମୟରେ ନିଜ ମୁଣ୍ଡରେ ରେ ସ୍ପ୍ରେ କରି ଗଲେ ବାଳ ଉପରେ କିଛି ପ୍ରଭାବ ପକାଇବ ନାହିଁ।

ଏହାକୁ ଚାହିଁଲେ ଆପଣ କିଛି ଦିନ ପାଇଁ ରଖି ପାରିବେ। କିନ୍ତୁ ବେଶି ଦିନ ରଖିବା ଦରକାର ନୁହେଁ। କାରଣ ଏହା ଏକ ରୋଷେଇ ମିଶ୍ରଣ ଏହାକୁ କିଛି ଦିନ ରଖିଲେ ଖରାପ ହେବାର ସମ୍ଭାବନା ରହିଥାଏ। ତେଣୁ ଏହାକୁ ଅଳ୍ପ ଦିନ ବ୍ୟବହାର କରିବା ପରେ ଆଉ ଥରେ ଏପରି ନିଜେ ବନାଇ ଦିଅନ୍ତୁ। ତେଣୁ ଏହା ୧୦୦ ପ୍ରତିଶତ କାମ କରିବ। ଏହାକୁ ଥରେ ମାତ୍ର ବ୍ୟବହାର କରି ଦେଖନ୍ତୁ ତାପରେ ଆପଣଙ୍କ ମତାମତ ଦେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।