ଆଜିର କେତୋଟି ବଡ ଖବର ସେଥିମଧ୍ୟରୁ ରହିଛି ପୁଣି ଫେରିଲା ରାଜ୍ୟରେ ଲକ ଡାଉନ , ଜାଣନ୍ତୁ ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଗୁଡିକ କଣ କଣ ରହିଛି।

0

ଆଜିର ମୁଖ୍ୟ ଖବର ମଧ୍ୟରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟ ସହିତ ଦେଶ ବିଦେଶ ର ସବୁ ଖବର ଯାହା ଆପଣ ମାନଙ୍କ ପାଇଁ ଆବଶ୍ୟକ ତାହା ଆସନ୍ତୁ ଜାଣିବା।

୧. ସ୍କୁଲ ଖୋଲିବା ନେଇ ସରକାର ନେଲେ ବଡ଼ ନିଷ୍ପତି;-

ଉତ୍ତର ପ୍ରଦେଶ ର ରାଜ୍ୟ ସରକାର ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ଏହା ସହିତ ଅନେକ ପ୍ରକାର ଗାଇଡ଼ ଲାଇନ ମଧ୍ୟ ଜାରି କରିଛନ୍ତି।

୨.ନୂଆ ଭୋଟର ପାଇଁ ହେବାକୁ ଯାଉଛି ଆବେଦନ ପ୍ରକ୍ରିୟା;-

ଜାନୁଆରୀ ୨୦୨୧ ମସିହାରୁ ହେବାକୁ ଯାଉଛି ନୂଆ ଭୋଟର ଲିଷ୍ଟ ପାଇଁ ଆବେଦନ। ଯେଉଁମାନଙ୍କ ବୟସ ୧୮ ବର୍ଷ ରୁ ଉର୍ଦ୍ଧ୍ବ ହୋଇଥିବ ଏହି ଲିଷ୍ଟ ସେ ସେମାନେ ଆବେଦନ କରି ପାରିବେ। ତାହା ସହିତ ଡିସେମ୍ବର ମାସରେ ମଧ୍ୟ ଭୋଟର ସଂଶୋଧନ କରିବା ପାଇଁ ଆବେଦନ କରିବାର ଗାଇଡ଼ ଲାଇନ ଜାରି ହୋଇଛି ନିର୍ବାଚନ ଆୟୋଗ ଦ୍ୱାରା।

୩. ପୁଣି ଫେରିବ ଲକ ଡାଉନ;-

ଦିଲ୍ଲୀ ରେ କରୋନା ସ୍ଥିତି ଏବେ ଆହୁରି ସାଙ୍ଘାତିକ ହେବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ଅର୍ଥାତ ମୁଖ୍ୟମନ୍ତ୍ରୀ ନିଯେ ଏହିପରି ପରିସ୍ଥିତି କୁ କଣ୍ଟ୍ରୋଲ କରିବା ପାଇଁ ପୁଣି।ଥରେ ଲକ ଡାଉନ କରିବାକୁ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି। ସାଧାରଣ ଲୋକ ମାନଙ୍କ ର ଖିଆଲି ମନଭାଵ ଦେଖି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ନେଇଛନ୍ତି।

୪. ଓଡିଶା ହାଇକୋର୍ଟ ଜାରି କଲେ କାରଣ ଦର୍ଶାଅ ନୋଟିସ;-

ହାଇକୋର୍ଟ ଏବେ ରାଜ୍ୟ ସରକାରଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ଙ୍କ କହିବା କଥା ଏବେ କୌଣସି ରାଜ୍ୟ ବାହାରୁ ପ୍ରବାସୀ ମାନେ ଓଡିଶା କୁ ଆସୁ ନାହାନ୍ତି। ମାତ୍ର କଣ ପାଇଁ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲାପାଳ ଅଧିକାର ଜାରି ରଖିଛନ୍ତି। ତେବେ ଓଡିଶା ସରକାର ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସଜବାଜ
ହେଉଛନ୍ତି।

୫. ନର୍ସ କଲେ ଆତ୍ମହତ୍ୟା;-

ନର୍ସ ଜଣକ କିଛି ଦିନ ହେବ ବିବାହ କରିଥିଲେ। ମାତ୍ର ଆଜି ତାଙ୍କୁ ଏକ ହସ୍ପିଟାଲର ଛାତରୁ ଡେଇଁ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି। ତାଙ୍କର ଶବ କୁ ଏବେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ପୋଲିସ ଏହି ମୃତ୍ୟୁ ମାମଲା ରୁଜୁ କରି ଏହାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

୬. ବ୍ୟାଙ୍କ ଜାରି କଲେ ଦିନିକିଆ ଉଠାଣ ର ସୀମା ମୂଲ୍ୟ;-

ଏଣିକି ବ୍ୟାଙ୍କ ଗ୍ରାହକ ମାନେ ଦିନକୁ ୨୫୦୦୦ ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ। ଏହିପରି ସୀମା ଧାର୍ଯ୍ୟ କରିଛି ଲଷ୍ମୀ ବ୍ୟାଙ୍କ। ତେଣୁ ଦିନକର ଟଙ୍କା ଉଠାଇବା ସୀମା ଏଣିକି ୨୫ ହଜାର ରହିବ।

୭. କରୋନା ଟୀକା ବାହାରିବା ନେଇ ଆସିବାରେ ଖୁସି ଖବର;-

ଭାରତ ସରକାର ଏବେ କରୋନା ପାଇଁ ଟୀକା କେଉଁ ମାନଙ୍କୁ ପ୍ରଥମେ ଦିଆ ଯିବ ତାର ତାଲିକା ପ୍ରସ୍ତୁତ କରି ସାରିଲେଣି। ତେଣୁ ଯେଉଁ ସମୟରେ କରୋନା ଟୀକା ବାହାରିବ ପ୍ରଥମେ ଏହି କର୍ମଚାରୀ ମାନଙ୍କୁ ପ୍ରଦାନ କରିଯିବାର ପ୍ରବଧାନ କରାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।