ମାଣବସା ଗୁରୁବାର ଗର୍ଭବତୀ ମହିଳା କେମିତି କରିବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ନଚେତ ଅସୁବିଧା ରେ ପଡିପାରନ୍ତି……..

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ ।


ତେବେ ଜଣେ ମହିଳା ଯେତେବେଳେ ଗର୍ଭବତୀ ରହିଥାନ୍ତି ତାଙ୍କୁ ବହୁତ ସତର୍କ ରହିବା କୁ ହୋଇଥାଏ ଏବଂ ଡାକ୍ତର ର ଙ୍କର ପରାମର୍ଶ କ୍ରମେ ସମସ୍ତ କାର୍ଯ୍ୟ ମଧ୍ୟ କରିବାକୁ ହୋଇଥାଏ। ଯେପରି କି ଡାକ୍ତର କହିଥାନ୍ତି ଗର୍ଭବତୀ ହୋଇଥିବା ମହିଳା କୌଣସି ପୂଜା ପାଇଁ ବ୍ରତ ରଖିବା ଉଚିତ ନୁହେଁ ଏବଂ ଗୋଟିଏ ଦିନରେ ପ୍ରାୟ ଅଧିକରୁ ଅଧିକ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ ।  କିନ୍ତୁ ଜଣେ ବିବାହିତ ମହିଳାଙ୍କ ପାଇଁ ମାର୍ଗଶିର ମାସ ରେ ମା ଲକ୍ଷ୍ମୀ ଙ୍କର ପୂଜା କରିବାର ମଧ୍ୟ ଆବଶ୍ୟକ ରହିଥାଏ । ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଯଦି ଜଣେ ମହିଳା ଗର୍ଭବତୀ ଅଛନ୍ତି ତେବେ ସେ କିପରି ଭାବରେ ମା ଲକ୍ଷ୍ମୀ ଙ୍କର ବ୍ରତ ରଖିପାରିବେ ।

୧. ଯଦି ଆପଣ ଗର୍ଭବତୀ ଥାଇ ମଧ୍ୟ ମାଣବସା ଗୁରୁବାର ବ୍ରତ ପାଳନ କରିବାକୁ ଚାହାନ୍ତି ତ ଆପଣ ଯେତେବେଳେ ସକାଳେ ଗାଧେଇବା ପାଇଁ ଆସୁଛନ୍ତି ତ ଆପଣ ଗରମ ପାଣି ରେ ଗାଧନ୍ତୁ କେବେହେଲେ ଗାଧେଇବା ପାଇଁ ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ ।କାରଣ ଏପରି କରିବା ଦ୍ବାରା ଆପଣଙ୍କୁ ଶୀଘ୍ର ଥଣ୍ଡା ହୋଇଥାଏ ଏବଂ ଏହା ଉଭୟ ମା ଏବଂ ପିଲା ପାଇଁ ଠିକ ନୁହେଁ ।


୨.ଯେତେବେଳେ ଆପଣ ଚିତା ପକେଇବାକୁ ଯାଉଛନ୍ତି ସେତେବେଳେ ଧ୍ୟାନ ରଖିବେ ଯେପରି ଆପଣଙ୍କ ପେଟ ଉପରେ କୌଣସି ଚାପ ନଆସିବ ଏବଂ ସିଡ଼ି ରେ ଅଧିକ ଯିବା ଆସିବା ମଧ୍ୟ କରନ୍ତୁ ନାହିଁ ।

୩.ଏହି ବ୍ରତ ରଖିଲେ ମଧ୍ୟ ଆପଣ ନିଜର ଖାଦ୍ୟ ରେ କେବେହେଲେ କମ କରନ୍ତୁ ନାହିଁ ।ସେହି ସମୟରେ ଅଧିକରୁ ଅଧିକ ପାଣି ପିଅନ୍ତୁ ଏବଂ କିଛି ବି ଖାଦ୍ୟ ଗ୍ରହଣ କରନ୍ତୁ କାରଣ ଅପବାସରେ ରହିବା ଉଭୟଙ୍କ ପାଇଁ ହାନିକାରକ ହୋଇଥାଏ।

୪.ବ୍ରତ ରଖିଥିଲେ ମଧ୍ୟ ସେହି ଦିନ ଆପଣ ନିଜ ଶରୀରକୁ ଆବଶ୍ୟକ ରେଷ୍ଟ ଦେବା ଉଚିତ ଏବଂ ଭୋକ ରେ ବିଲକୁଲ ବି ରହିବେ ନାହିଁ । ଭୋକ ଲାଗିବା ମାତ୍ରେ ହିଁ ଖାଦ୍ୟ ଗ୍ରହଣ କରିବା ଉଚିତ ।


୫.ସବୁଠାରୁ ବଡ଼ କଥା ହେଉଛି କି ଆପଣ ବ୍ରତ କରିଛନ୍ତି ବୋଲି ନିଜର ଯତ୍ନ ନେବାକୁ ଭୁଲିବେ ନାହିଁ ଏବଂ ଯଦି ଆପଣ କିଛି ମେଡ଼ିସିନ ଗ୍ରହଣ କରିଛନ୍ତି ତ ତାହାକୁ ଗ୍ରହଣ କରିବା ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।