ତୁଳସୀ ଗଛରୁ – ଏହି ଦିନ ଛିଡାନ୍ତୁ ନାହିଁ ପତ୍ର , ନହେଲେ ବଡ ବିପଦ ଆସିପାରେ |

0

ଆମ ପରିବେଶ ରହୁଥିବା ସମସ୍ତ ପ୍ରାଣୀ ଏବଂ ଉଦ୍ଭିଦ ମଣିଷ ର ଉପକାର ରେ ଲାଗିଥାଏ। ଏବଂ ସମସ୍ତ ଉଦ୍ଭିଦ ମାନ ଙ୍କର ପାଖରେ ମଧ୍ୟ କିଛି ନା କିଛି ଔଷଧୀୟ ଗୁଣ ରହିଥାଏ। ଏବଂ ଏହି ଔଷଧୀୟ ଗଛ ମାନଙ୍କ ମଧ୍ୟରେ ତୁଳସୀ ଗଛ ହେଉଛି ଅନ୍ୟତମ। ତୁଳସୀ ଗଛ ହେଉଛି ଏକ ପବିତ୍ର ଗଛ ଅଟେ ଏହାକୁ ଆମ ହିନ୍ଦୁ ଧର୍ମ ରେ ପୂଜା ମଧ୍ୟ କରାଯାଏ । ଏମିତି ମଧ୍ୟ କୁହାଯାଏ କି ଯେଉଁ ଘରର ଦ୍ବାର ରେ ତୁଳସୀ ଗଛ ରହିଛି ତାହା ସେହି ପରିବାର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।ପ୍ରତିଦିନ ସକାଳେ ତିନଟି ଲେଖାଏଁ ତୁଳସୀ ପତ୍ର ଖାଇବା ଫଳରେ ଆମ ଶରୀରର ବହୁତ ଉପକାର ମଧ୍ୟ ହୋଇଥାଏ ।


କିନ୍ତୁ ଏହି ତୁଳସୀ ପତ୍ର କୁ ତାର ଗଛ ରୁ ତୋଳିବା ର ଏକ ନିର୍ଦ୍ଦିଷ୍ଟ ସମୟ ରହିଥାଏ ।ଯଦି ଆପଣ ତୁଳସୀ ଗଛ ରୁ ପତ୍ର କୁ ଭୁଲ ସମୟରେ ତୋଳିବା ଦ୍ବାରା ଆମର ବହୁତ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ତୁଳସୀ ପତ୍ର କୁ ତୋଳିବା ଉଚିତ ଏବଂ କେଉଁ ସମୟରେ ନୁହେଁ। ଆମର ପୁରାଣ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ଏକ ପବିତ୍ର ଗଛ ଅଟେ ଏବଂ ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ଘରେ ତୁଳସୀ ଗଛ ରହିବା ଅନିର୍ବାର୍ଯ୍ୟ ଅଟେ । କିନ୍ତୁ ଏହି ପବିତ୍ର ଗଛ କୁ ବ୍ୟବହାର କରିବାର ମଧ୍ୟ କେତେକ ନିର୍ଦ୍ଦିଷ୍ଟ ନିୟମ ରହିଛି ।

୧.ତୁଳସୀ ପତ୍ର କୁ କେବେ ହେଲେ ରବିବାର , ଏକାଦଶୀ ଏବଂ କୌଣସି ଦିନ ରାତିରେ ତୋଳିବା ଉଚିତ ନୁହେଁ । ଏହି ସବୁ ବାର ଏବଂ ଏହି ଦିନରେ ତୁଳସୀ ପତ୍ର ତୋଳିବା ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ ।


୨.ତୁଳସୀ ପତ୍ର କୁ ସାଧାରଣ ଭାବରେ ଆମେ ଆମର ସ୍ୱାସ୍ଥ୍ୟ ପାଇଁ ବ୍ୟବହାର କରିଥାଉ । କିନ୍ତୁ ବିନା କୌଣସି କାରଣ ରେ ଏହାକୁ ତୋଳିବା ନିଜ ପାଇଁ ଅଶୁଭ କୁ ନିମତ୍ରଣ କରିବା ସହ ସମାନ ହୋଇଥାଏ । ଏବଂ ଯଦି ଆପଣ ନିଜର ସ୍ୱାସ୍ଥ୍ୟ ପାଇଁ ଏହାକୁ ବ୍ୟବହାର କରୁଛନ୍ତି ତ ଏହାକୁ ନ ଚବେଇ ସିଧା ଗିଳି ଦେବା ଭଲ ।

୩.ଆମର ପୁରାଣ ଅନୁସାରେ ତୁଳସୀ ହେଉଛି ଦାନବ ରାଜା ଜେଳେନ୍ଦ୍ର ର ସ୍ତ୍ରୀ ଥିଲେ । ଏବଂ ଭଗବାନ ଶିବ ତାଙ୍କୁ ଛଳନା କରି ଵଧ କରିଥିଲେ ।ତେଣୁ ତୁଳସୀ ପତ୍ର କେବେବି ପ୍ରଭୁ ଶିବ ଙ୍କର ପୂଜାରେ ବ୍ୟବହାର କରନ୍ତି ନାହିଁ ।


୪.ଆମର ଶାସ୍ତ୍ର ଅନୁସାରେ ଆମେ ତୁଳସୀ ଗଛ କୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା ରେ ପୂଜା କରି ଏହା ମୂଳରେ ଦୀପ ଓ ଧୂପ ଅର୍ପଣ କରିଥାଉ ।ଏପରି କରିବା ଦ୍ଵାରା ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିନଥାଏ ଏବଂ ଘରର ସୁଖସମୃଦ୍ଧି ଭରି ରହିଥାଏ ।

୫.ଆହୁରି ମଧ୍ୟ ବିଶ୍ୱାସ କରାଯାଏ କି ଘରେ ତୁଳସୀ ଗଛ ଥିଲେ ସେହି ଘର ଉପରେ କୌଣସି ନକରାତ୍ମକ ନଜର ଲାଗିନଥାଏ । ଫଳରେ ଘରର ସୁଖ ଶାନ୍ତି ସବୁ ଅକ୍ଷୁର୍ଣ୍ଣ ରହିଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।