ଜାଣନ୍ତୁ ଗୋରଖନାଥ ମହାଦେବ ଙ୍କ ଅଲୌକିକ ମହିମା। ଏପରି ମହିମା ଶୁଣିଲେ ଆପଣଙ୍କ ହୃଦୟ ଭକ୍ତି ରେ ଭରି ଉଠିବ।

0

ମହାଦେବ ଙ୍କ ଅନେକ କୃପା ଏବଂ ମହିମା ରହିଛି । ତାଙ୍କ ଉପରେ ଯେଉଁମାନେ ଭରଷା ଏବଂ ଭକ୍ତି କରନ୍ତି ସେମାନଙ୍କ ର କୌଣସି ବିପଦ କିମ୍ବା ଆପଦ ଆସେ ନାହିଁ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏପରି ଏକ ସ୍ଥାନର ନାମ ଯେଉଁଠି ପ୍ରଭୁ ମହାଦେବ ଙ୍କ ଅଲୌକିକ କାର୍ଯ୍ୟ ଆବାହନ କାଳରୁ ଘଟି ଆସୁଛି। ଏହି ସ୍ଥାନ ର ନାମ ହେଉଛି ଗୋରଖନାଥ ମନ୍ଦିର। ଏହି ମନ୍ଦିର ଓଡ଼ିଶାର ଅନ୍ୟତମ ଅଲୌକିକ ମନ୍ଦିର। ତେବେ ଏହି ମନ୍ଦିର ମହିମା ଯେତେ କହିଲେ ବି କମ ହୋଇଯିବ।


ଏହି ଗୋରଖନାଥ ମନ୍ଦିର ରେ ମହାଦେବ ଙ୍କ ମହିମା ପ୍ରତିଦିନ ଅଗଣିତ ଭକ୍ତଙ୍କ ସହିତ ସମାପନ ହେଉଛି। ଏହି ମନ୍ଦିର ର ପୂଜକଙ୍କ କହିବା କଥା ଏହି ଗୋରୋନାଥ ମହାଦେବ ଙ୍କ ମହିମା ତ୍ରେତୟା ଯୁଗରେ ଦେଖିବାକୁ ମିଳିଥିଲା। ଯେତେବେଳେ ଶ୍ରୀରାମଚନ୍ଦ୍ର ନିଜେ ସୀତାଙ୍କ ର ଅନ୍ୱେଷଣ ରେ ବାହାରିଥିଲେ। ଅନେକ ସମୟ ଧରି ଜଙ୍ଗଲ ମଧ୍ୟରେ ଭ୍ରମଣ କରିବାକୁ ପଡିଥିଲା। ଏହି ସମୟରେ ସୀତାଙ୍କୁ ପାଇବା ପାଇଁ ଶ୍ରୀରାମଚନ୍ଦ୍ର ନିଜେ ଗୋରଖନାଥ ମହାଦେବ ଙ୍କ ସ୍ମରଣ କରି ପୂଜା କରିଥିଲେ। ଆଉ ଗୋରଖନାଥ ନିଜେ ଆବିର୍ଭାବ ହୋଇ ଏହି ପୂଜା ରେ ମହାଦେବ ଶ୍ରୀରାମଚନ୍ଦ୍ର ଙ୍କୁ ଆଶୀର୍ବାଦ ଦେଇଥିଲେ। ଆଉ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ପ୍ରାପ୍ତ କରିବା ପାଇଁ ରାବଣ ସହିତ ଯୁଦ୍ଧ ରେ ବିଜୟ ଲାଭ କରି ତାଙ୍କୁ ପ୍ରାପ୍ତି କରିଥିଲେ।

ସେହିପରି ଏହି ଗୋରଖନାଥ ମହାଦେବ ଙ୍କ ମନ୍ଦିର ରେ ଅନେକ ଅଲୌକିକ ଘଟଣା ଦେଖିବାକୁ ମିଳେ। ଏହି ମନ୍ଦିର ସୀମାରେ ଲାଗି ରହିଛି ଏକ ବଟ ବୃକ୍ଷ। ଏହି ବୃକ୍ଷ ରେ ଅନେକ ଲୋକ ଆସି ନିଜର ମାନସିକ ରଖନ୍ତି। ଆଉ ସବୁ ମାନସିକ ମଧ୍ୟ ସଫଳ ହେଉଥିବାର ଅନେକ ଭକ୍ତ ମଧ୍ୟ ନିଜର ଭକ୍ତି ପ୍ରକାଶ କରନ୍ତି। ସେହିପରି ଗୋରଖନାଥ ମନ୍ଦିର ରେ ଅନେକ ସର୍ପ ଦଂଶନ ହୋଇଥିବା ବ୍ୟକ୍ତି ମାନେ ଆସି ନିଜର ଜୀବନ ଫେରି ପାଇଛନ୍ତି।


ଗୋରଖନାଥ ମହାଦେବ ଙ୍କ କୃପାରୁ ଅନେକ ବିଷଧର ସର୍ପ ଯେପରି ନାଗ ଏବଂ ଗୋରଖ ସର୍ପ ର ଦଂଶନ ହେଲେ ମଧ୍ୟ ଏଠାରେ ଏହି ଲୋକ ମାନେ ଆସି ବିଭୁତି ଏବଂ ବେଲ ପତ୍ର ଜଳ ପାନ କରି ଭଲ ହେଉଥିବାର ନିଜେ ପ୍ରତ୍ୟକ୍ଷ ଦ୍ରଷ୍ଟା କୁହନ୍ତି। ଏଠାରେ ଅନେକ ମାରାତ୍ମକ ଲୋକ ଯେପରି କ୍ୟାନ୍ସର ରୋଗୀ ମଧ୍ୟ ସୁସ୍ଥ ହୋଇ ଫେରୁଥିବାର ଏହି ମନ୍ଦିର କତ୍ତୃପକ୍ଷ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି। ଏହିପରି ଅନେକ ଅସାଧାରଣ ଘଟଣା ଏହି ମନ୍ଦିର ରେ ମହାଦେବ ଙ୍କ କୃପାରୁ ଦେଖିବାକୁ ମିଳେ।

ସେହିପରି ଅନେକ ବନ୍ଧ୍ୟାକରଣ ହୋଇଥିବା ମହିଳାମାନେ ଆସି ଏଠାରେ ସନ୍ତାନ ପ୍ରାପ୍ତି କରିବାର ମଧ୍ୟ ସୌଭାଗ୍ୟ ଅର୍ଜନ କରିଛନ୍ତି। ମହାଦେବ ଙ୍କ ବିଭୁତି ଅନେକ ରୋଗ ଏବଂ ବଂଶଗତ ରୋଗରୁ ଉଦ୍ଧାର କରୁଥିବାର ଅନେକ ଭକ୍ତ ନିଜର ସମବେଦନା ଜଣାନ୍ତି। ତେଣୁ ଆପଣ ସମୟ ପାଇଲେ ଏହି ମନ୍ଦିରକୁ ଯାଇ ପ୍ରଭୁ ଗୋରଖନାଥ ଙ୍କ କୃପା ଏବଂ ଆଶୀର୍ବାଦ ଲାଭ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।