ବର୍ଷା – ଅନୁଭବ ଙ୍କ ପରେ ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଏଲିନା, ଡ଼ାଇରେକ୍ଟର ଙ୍କ ସହ ମିଶି କଲେ ” ପାପ ” । ଦେଖିଲା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

0

ଆମ ଓଲିଉଡ୍ ର ସୁପରଷ୍ଟାର ମାନଙ୍କୁ ଦେଖି ଅନେକ ପିଲା ମନେ ମନେ ଇଚ୍ଛା କରିଥାନ୍ତି ହିରୋ କି ହିରୋଇନ୍ ଟିଏ ହେବା ପାଇଁ। ତେବେ ଅନେକ ପିଲା ଏପରି ଅଛନ୍ତି ଯେଉଁମାନଙ୍କ ପାଖରେ ହିରୋ କି ହିରୋଇନ୍ ହେବା ପାଇଁ ଟ୍ୟାଲେଣ୍ଟ ଥିଲେ ମଧ୍ୟ ସେମାନେ ନିଜର ଟ୍ୟାଲେଣ୍ଟ ଜାଣିପାରନ୍ତିନି ଏବଂ ଏପରି ବି ପିଲା ଅଛନ୍ତି ଯେଉଁମାନେ ନିଜର ଟ୍ୟାଲେଣ୍ଟ ଦେଖାଇବା ପାଇଁ ସ୍କୋପ୍ ପାଆନ୍ତିନି। ଯାହା ଦ୍ୱାରା କି ସେମାନେ ନିଜର ହିରୋ କି ହିରୋଇନ୍ ହେବାର ସ୍ୱପ୍ନ କୁ ନିଜ ମନ ଭିତରେ ହିଁ ମାରିଦେଇଥାନ୍ତି। ଅନେକ ପିଲା ଅଛନ୍ତି ଯେଉଁମାନେ କି ନିଜର କ୍ୟାରିୟର ମଧ୍ୟ ଏହି ଅଭିନୟ ଦୁନିଆରେ ଗଢିବା ପାଇଁ ଚାହିଁଥାନ୍ତି।

ତେବେ ସେହି ପରି ପିଲା ମାନଙ୍କ ପାଇଁ ତରଙ୍ଗ ଏକ ସ୍କୋପ୍ ବା ଏକ ପ୍ଲାର୍ଟଫର୍ମ ନେଇ ଆସିଥିଲା ଯାହାର ନାମ ଥିଲା ‘କିଏ ହେବ ମୋ ହିରୋଇନ୍ ’, ଏହି ସୋ ରେ ସୁପରଷ୍ଟାର ଅରିନ୍ଦମ ଙ୍କ ପାଇଁ ହିରୋଇନ୍ ଖୋଜା ଯାଉଥିଲେ। ଏଠାରେ ଯେଉଁ ଝିଅ ମାନେ ଇଚ୍ଛା କରୁଥିଲେ ସେମାନେ ଆସି ଅଡିସନ୍ ଦେଉଥିଲେ ଏବଂ ସେହି ମାନଙ୍କ ମଧ୍ୟରୁ ଯାହାର ଅଭିନୟ, ଡ୍ୟାନ୍ସ, ଲୁକ୍ସ ଆଦି ଜଜେସ୍ ମାନଙ୍କୁ ଭଲ ଲାଗୁଥିଲା ସେମାନେ ସେମାନଙ୍କୁ ମନୋନୀତ କରୁଥିଲେ ନେଷ୍ଟ ରାଉଣ୍ଡ ପାଇଁ। ଏହି ପରି ଗୋଟିଏ ପରେ ଗୋଟିଏ ରାଉଣ୍ଡ ପାରି କରି ଅନେକ ଝିଅ ଫାଇନାଲ୍ ରାଉଣ୍ଡ ରେ ପହଁଞ୍ଚିଥିଲେ ଏବଂ ଏହି ସୋ ର ବିଜେତା ହୋଇଥିଲେ ଏଲିନା ସାମନ୍ତରାୟ।

ଏଲିନା ଏହାର ବିଜେତା ହେବାପରେ ଅରିନ୍ଦମ ଙ୍କ ତାଙ୍କ ର ଫାଷ୍ଟ ଫିଲ୍ମ କରିଥିଲେ। ସେଠାରେ ତାଙ୍କର ଅଭିନୟ ବହୁତ ଜବରଦସ୍ତ ଥିଲା, ଲୋକ ମାନେ ମଧ୍ୟ ତାଙ୍କୁ ଅନେକ ପସନ୍ଦ କରିବା ସହ ଅନେକ ଭଲ ପାଇବା ମଧ୍ୟ ଦେଇଥିଲେ, କେବଳ ଲୋକ ମାନଙ୍କୁ ତାଙ୍କର ଅଭିନୟ ଭଲ ଲାଗିନଥିଲା ପ୍ରଡ୍ୟୁସର୍ ମାନଙ୍କୁ ମଧ୍ୟ ତାଙ୍କର ଅଭିନୟ ଖୁବ୍ ଭଲ ଲାଗିଥିଲା। ଏହା ପରେ ଏଲିନା ଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ର ଅଫର୍ ଆସିଥିଲା ଏବଂ ସେ ସେଥିରେ ହିରୋଇନ୍ ଭାବେ କାମ କରିଥିଲେ।

ଏବେ ଏଲିନା ଓଲିଉଡ୍ ଫିଲ୍ମ ଜଗତରେ ଏକ ଏପରି ସ୍ଥାନ ରେ ପହଁଞ୍ଚିଯାଇଛନ୍ତି କି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ର ଏକ ନମ୍ବର ହିରୋଇନ୍ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ସେ କେବଳ ଓଡିଆ ନୁହେଁ ବେଙ୍ଗଲି ଫିଲ୍ମ ରେ ମଧ୍ୟ ନିଜର ଜବରଦସ୍ତ ଅଭିନୟ ର ଜଲୱା ଦେଖାଇସାରିଛନ୍ତି। ସେ ୧୯୯୬ ମସିହା ଜୁଲାଇ ମାସ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଏବେ ଦେଖିବାକୁ ଗଲେ ତାଙ୍କ ର ବୟସ ୨୩ ବର୍ଷ। ସେ ରେଭେନ୍ସା ରେ ବିଏସି ଅନର୍ସ ନେଇ ନିଜର ପାଠ ପଢା କମ୍ପ୍ଲିଟ୍ କରିଛନ୍ତି।

ଏଲିନା ଏବେର ଓଲିଉଡ୍ ଜଗତ ରେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ। ତାଙ୍କର ନାଚ, ଗୀତ, ଷ୍ଟାଇଲ୍ ସବୁକିଛି ବହୁତ ସୁନ୍ଦର। ତେବେ ଆପଣ ମାନେ ନିଶ୍ଚିତ ଭାବୁଥିବେ ଆମେ କାହିଁକି ଏଲିନା ସମ୍ପର୍କରେ ଆପଣ ମାନଙ୍କୁ ଏତେ ସବୁ କଥା କହୁଛୁ। ତେବେ ଏଲିନା ଆଗକୁ ଏକ ପାପ କରିବାକୁ ଯାଉଛନ୍ତି। ଯାହା ପାଇଁ ସେ ଏବେ ବହୁତ ଚର୍ଚ୍ଚା ରେ ମଧ୍ୟ ଅଛନ୍ତି। ତେବେ ଏହି ପାପ କଥା ଶୁଣି ଆପଣ ମାନଙ୍କ ମନରେ ପାପ ଭାବନା କଥା ନିଶ୍ଚିତ ଭାବେ ଆସୁଥିବ। ତେବେ ଆପଣ ମାନେ ଯେଉଁ ପାପ କଥା ଭାବୁଛନ୍ତି ଏହା ସେହି ପାପ ନୁହେଁ। ଏଲିନା ପ୍ରଡ୍ୟୁସର୍  ଅଶୋକ ପତିଙ୍କ ସହ ଆଗକୁ ଏକ ଫିଲ୍ମ କରିବାକୁ ଯାଉଛନ୍ତି ଯାହାର ନାମ ପାପ ରହିଛି। ଏହି କଥା ସେ ନିଜର ଇଷ୍ଟାଗ୍ରାମ୍ ଏକାଉଣ୍ଟ ରେ ପୋଷ୍ଟ କରିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ । Inspire Post From –