ଭିଡ଼ିଓ ଭାଇରାଲ – ଛି ଛି କି ଲଜ୍ଜା ! ସ୍କୁଲରେ ପାଠ ପଢ଼େଇବା ସମୟରେ ପାଠ ନପଢ଼େଇ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ କରୁଥିଲେ ଏହିକାମ ।

0

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।

ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ନିଷ୍ଠୁର ଓ କୃର ହୋଇଥାଏ।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ଦେଖିଲେ ସଭ୍ୟ ସମାଜର ମୁଣ୍ଡ ତଳକୁ ହୋଇ ଯିବ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ବାଲେଶ୍ଵର ର ସେବାଶ୍ରମ ରେ ଚାଲିଛି ପ୍ରଧାନ ଶିକ୍ଷକ ଓ ସୁପରିଟେଣ୍ଡେଟ ଙ୍କ ମଧ୍ୟରେ ଅନୈତିକ ସମ୍ପର୍କ।ଏହି ଘଟଣା ଟି ହେଉଛି ବାଲେଶ୍ଵର ର ହସନପୁର ସେବାଶ୍ରମ ରେ।ଏଠାରେ ଛାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରଧାନ ଶିକ୍ଷକ ଓ ସୁପରିଟେଣ୍ଡେଟ ବଦଳିବା ଦାବିରେ ଗେଟ ରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ।

ଉଭୟ ଅନୈତିକ ସମ୍ପର୍କରେ ମାତି, ଛାତ୍ରଛାତ୍ରୀ ଙ୍କୁ ଅବହେଳା କରୁ ଥିବା ଅଭିଯୋଗ ଆଣି ପରୀକ୍ଷା ନଦେଇ ଗେଟରେ ତାଲା ପକାଇ ଧାରଣା ରେ ବସିଛନ୍ତି ଛାତ୍ରଛାତ୍ରୀ।ଅନେକ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବଦଳିବା ଦାବିରେ ପିଲାମାନେ ସ୍କୁଲ ବନ୍ଦ କରିବା ଖବର ଆପଣ ମାନେ ଦେଖି ଥିବେ।ହେଲେ ବାଲେଶ୍ଵର, ସଦର ବ୍ଲକ ସ୍ଥିତ ହସନପୁର ରୁ ଆସିଛି ନିଆରା ଚିତ୍ର।ଏଠାରେ ପିଲାମାନଙ୍କ ପରୀକ୍ଷା ଥିବା ସତ୍ତ୍ୱେ ସେମାନେ ପରୀକ୍ଷା ନଦେଇ ଗେଟରେ ତାଲା ପକାଇ ଧାରଣା ରେ ବସିଛନ୍ତି ।

ପ୍ରଧାନ ଶିକ୍ଷକ ଓ ସୁପରିଟେଣ୍ଡେଟ ଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।ସେବାଶ୍ରମ ର ପ୍ରଧାନ ଶିକ୍ଷକ ଓ ସୁପରିଟେଣ୍ଡେଟ ଙ୍କୁ ନିସ୍ତୁକ ପିଟିଛନ୍ତି ସେବାଶ୍ରମ ର ଛାତ୍ରୀ।ଆଉ ସେମାନଙ୍କ ପଛରେ ଛିଡ଼ା ହୋଇଛନ୍ତି ଅଭିଭାବକ।ଏପରିକି ଅଭିଭାବକ ମାନେ ପ୍ରଧାନ ଶିକ୍ଷକ ଙ୍କୁ ମାଡ଼ ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଇ ଯିବାର ଦୃଶ୍ୟ ମଧ୍ୟ ସାମ୍ନା କୁ ଆସିଛି।ଉତ୍ତେଜନା ନକମିବାରୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ।

ସେ ପ୍ରଧାନ ଶିକ୍ଷକ ଓ ସୁପରିଟେଣ୍ଡେଟ କୁ ବଦଳାଇବାର ପ୍ରତିଶ୍ରୁତି ଦେଲା ପରେ ଶାନ୍ତ ପଡ଼ି ଥିଲେ ଅନ୍ତେବାସୀ।ତେବେ ଛାତ୍ରୀ ମାନେ କହିଛନ୍ତି କି ସେମାନେ ଅନେକ ଥର ସେ ଦୁଇ ଜଣଙ୍କୁ ଏମିତି ଅବସ୍ଥାରେ ଦେଖି ଥିଲେ,କିନ୍ତୁ ଏବେ ପୁଣିଥରେ ସେ ଦୁହିଁଙ୍କୁ ଏକ ବନ୍ଦ କୋଠରୀ ରେ ଦେଖି ସେମାନେ ଉତ୍ତେଜିତ ହୋଇ ଯାଇ ଥିଲେ। ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ସମସ୍ତଙ୍କ ମୁଣ୍ଡ ତଳକୁ ହୋଇ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।