ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ମାଳିକାରେ ମିଳିଲା ପ୍ରମାଣ। ତାଙ୍କ ନାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

0

ଆଜି ଆପଣ ମାନଙ୍କ ପାଖରେ ଗୋଟିଏ କଥା ଉପସ୍ଥାପିତ କରିବୁ ଓଡ଼ିଶାର ମହାପୁରୁଷ ପଞ୍ଚସଖା ମଉଡ଼ ମଣୀ ଏବଂ ଭବିଷ୍ୟତର ଜ୍ଞାନ ଦାତା ଅଚ୍ୟୁତାନନ୍ଦ ଯିଏକି ଏକ ଲକ୍ଷ ଗ୍ରନ୍ଥ ଓ ୧୦୦ ଖଣ୍ଡ ଭବିଷ୍ୟତ ଗ୍ରନ୍ଥ ରଚନା କରିଛନ୍ତି।ଜଗନ୍ନାଥ ଙ୍କ ଅତି ପ୍ରିୟ ଭକ୍ତ ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ।ତାଙ୍କୁ ଜଗନ୍ନାଥଙ୍କ ଅଂଶୀଦାର ବୋଲି ମଧ୍ୟ କୁହାଯାଏ।

ତାଙ୍କର ଦିବ୍ୟ ଦୃଷ୍ଟି ରେ ଭବିଷ୍ୟତ କୁ ଦେଖିଥିଲେ ଏବଂ ସେତେବେଳେ ଭବିଷ୍ୟତ ମାଳିକା ଲେଖି ଥିଲେ। ସେ ପୃଥୀବିରେ ଭବିଷ୍ୟତ ରେ କେବେ ବନ୍ୟା, ବାତ୍ୟା, ମରୁଡ଼ି, ମହାମାରୀ ଆସିବ ତାହା ଲେଖି ଥିଲେ ତା ସହ ଆଜିର ସମାଜର ରୀତିନୀତି, ଚାଲି ଚଳନ, ପୋଲିସ, ସରକାର,ପ୍ରଶାସନ, ରାଜନୀତି ବିଷୟ ରେ ଏବଂ ସାମ୍ବାଦିକ, ପଞ୍ଚଭୂତ, ସାଧୁ ସନ୍ଥ, ସନ୍ନ୍ୟାସୀ, ବାବାଜୀ ମାନଙ୍କ ବିଷୟରେ ଶହ ଶହ ବର୍ଷ ତଳେ ଭବିଷ୍ୟ ବାଣୀ କରି ଥିଲେ।

ମହାପୁରୁଷ ଅଚ୍ୟୁତାନନ୍ଦ ଓଡ଼ିଶା ର ଶାସନ ଓ ଶାସନ କର୍ତ୍ତା ମାନଙ୍କ ବିଷୟରେ ମଧ୍ୟ ଅନେକ କଥା ଲେଖିଛନ୍ତି।ତେବେ ଆଜି ଆମେ ସେହି କିଛି ପଦ ବିଷୟ ରେ ଜାଣିବା ଯାହାକୁ ମହାପୁରୁଷ ଓଡ଼ିଶାର ଶାସକଙ୍କ ବିଷୟରେ ୬୦୦ ବର୍ଷ ପୂର୍ବେ ମାଳିକା ଭାବେ ଲେଖି ଦେଇ ଯାଇଥିଲେ। ଅଚ୍ୟୁତାନନ୍ଦ ଲେଖିଲେ;

“ନୃପତି ହୋଇଣ ଜଣେ ନଥିବେ ଟି କେହି
ନୟନେ ଦେଖିବୁ ଦିନ ଅଚ୍ୟୁତ କହଇ।”
ପୁନଶ୍ଚ ସେ ଆଉ ଗୋଟିଏ ଶାସ୍ତ୍ର ରେ ଲେଖିଲେ;
” ଅଠର ଗଡ଼ ଯେ ଛତିଶ ରାଜା
ରାଜୁତି ନଥାଇ ସଭିଏଁ ପ୍ରଜା। ”

ଅର୍ଥାତ, ରାଜା ବୋଲି କେହି ରହିବେ ନାହିଁ।ରାଜତନ୍ତ୍ର ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇ ଯିବ।ଲୋକମାନେ ହିଁ ନିଜେ ତାଙ୍କର ଶାସନ କର୍ତ୍ତା କୁ ଚୟନ କରିବେ।ଦେଖନ୍ତୁ,ଏବେ ରାଜତନ୍ତ୍ର ଶାସନ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଛି।ରାଜ ବଂଶୀୟ ମାନେ ଏବେ ନାମକୁ ମାତ୍ର ରାଜା,କିନ୍ତୁ ତାଙ୍କ ହାତରେ ଆଉ ଶାସନ ଭାର ନାହିଁ।ଦେଖନ୍ତୁ କି ଆଶ୍ଚର୍ଯ୍ୟ ର କଥା ମହାପୁରୁଷ ଅଚ୍ୟୁତାନନ୍ଦ ଦୀର୍ଘ ୬୦୦ ବର୍ଷ ପୂର୍ବେ ଏହି କଥା ସବୁ ତାଙ୍କ ଦିବ୍ୟ ଚକ୍ଷୁ ରେ ଦେଖି ପାରି ଥିଲେ ଓ ମାଳିକାରେ ଲେଖିଥିଲେ।


ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁ ଥିବ,ମହାପୁରୁଷ କଣ କେବଳ ରାଜା ମାନଙ୍କ କଥା ମାଳିକାରେ ଲେଖିଲେ,ମନ୍ତ୍ରୀ ମାନଙ୍କ ଶାସନ ବିଷୟରେ ଲେଖି ନାହାନ୍ତି।କିନ୍ତୁ ମହାପୁରୁଷ ଏହା ମଧ୍ୟ ଲେଖିଛନ୍ତି।ସେ ତାଙ୍କ ‘ଆଗତ ଭବିଷ୍ୟତ ମାଳିକା’ ରେ ଲେଖିଲେ;

” ନୀଳାଚଳ ଧାମ ଛାଡ଼ି ଆମ୍ଭେ ଯିବୁ ଯେତେବେଳେ
ଜଗତ ସେବେଳେ ଦିଶିବ ହେ ଅସ୍ଵଭନ”
ଚିତ୍ରୁତୋଳା ନଦୀ ତୋଟେ  ଆମ୍ଭେ ହେବୁ ଜାତ
ଆମ୍ଭ ମାୟା କଟକରେ କରିବୁ ଯେ କ୍ଷେତ ।”

“କୋଟି କୋଟି ନରନାରୀ  ସେବିବେ ଚରଣ
ଆମ୍ଭର ଏ ଶ୍ରୀମୁଖ ବାକ୍ୟ ନହୋଇବେ ଯେ ଆନ
ଅଲୌକିକା ଲୀଳା ମାନସେ ବେଳେ ହୋଇବ
ସେତେବେଳେ ନାରୀ ରାଜା ଖଣ୍ଟ ପ୍ରଜା ସକଳେ ଜାଣିବ।”

ଅର୍ଥାତ ତାଙ୍କର ଶ୍ରୀମୁଖ ବାକ୍ୟ ମିଥ୍ୟା ହେବ ନାହିଁ।ତେଣୁ ମହାପୁରୁଷ କହିଛନ୍ତି ଏହାପରେ ଓଡ଼ିଶାରେ ଜଣେ ନାରୀ ଶାସକ ଆବିର୍ଭାବ ହେବେ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ନାରୀ ହିଁ ହେବେ।ଏହା ମହାପୁରୁଷ ତାଙ୍କ ‘ଆଗତ ଭବିଷ୍ୟତ ମାଳିକା’ରେ ଲେଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।