ଝିଅ ବାହା କଲେ ମିଳୁଛି ୪୦ ହଜାର ଟଙ୍କା ! କେନ୍ଦ୍ର ସରକାର ଲଞ୍ଚ କଲେ ‘କନ୍ୟା ବିବାହ ଯୋଜନା’। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।ନହେଲେ ପରେ ପସ୍ତେଇବେ।

0

ଝିଅ ବାହାଘର ପାଇଁ ମିଳୁଛି ଟଙ୍କା।ମୋଦି ସରକାର ଦେଉଛନ୍ତି ଏହି ଟଙ୍କା।ହଜାରେ ନୁହେଁ କି ଦୁଇ ହଜାର ନୁହେଁ,ମିଳିବ ୪୦ ହଜାର ଟଙ୍କା।ଯାହାର ନାମ ହେଉଛି “ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା”।ସୋସିଆଲ ମିଡ଼ିଆ ଖୋଲିବା ମାତ୍ରେ ଏବେ ଏମିତି ଏକ ଖବର ଆସୁଛି।ଏମିତିକି ଏବେ ସୋସିଆଲ ମିଡ଼ିଆ ର ବିଭିନ୍ନ ଗ୍ରୁପ ରେ ଏହା ବେସ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଅଡ଼ୁଆ ରେ ପଡ଼ିଛନ୍ତି କେନ୍ଦ୍ର ସରକାର।

ଭାଇରାଲ ଖବର ର ସତ୍ୟତା ଯାଞ୍ଚ କରା ଯିବା ସହ ଏହା ଉପରେ ଚାଲିଛି ଖୋଳତାଡ଼।ଏମିତି ନ୍ୟୁଜ କେଉଁଠୁ ଆସିଛି?କିଏ ଏହି ଖବର ଟିକୁ ଭାଇରାଲ କରୁଛି?ଏବେ ଏହା ଉପରେ ତଦନ୍ତ ଚାଲି ଥିବା ବେଳେ,ଖବର ଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ଦେଇଛି ପିଆଇବି ଫ୍ୟାକ୍ଟ ଚେକ (PIB Fact check)।ଏକ ଟ୍ୱିଟ ଜାରି କରି ପିଆଇବି ଫ୍ୟାକ୍ଟ ଚେକ ସୂଚନା ଦେଇଛି କି କେନ୍ଦ୍ର ସରକାର ଏମିତି କିଛି ଯୋଜନା କରି ନାହାଁନ୍ତି,କି କାହା ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର କରା ଯାଉ ନାହିଁ ।

 

ଏହା ସହିତ ସେ ଆହୁରି କହିଛନ୍ତି କି ‘ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଟି ଏକ କପଳକଳ୍ପିତ ଯୋଜନା।ଏହା ସହ ସରକାର ଙ୍କ କୌଣସି ସମ୍ବନ୍ଧ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି,କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା’ ନାଁ ରେ ଏକ ଜନହିତକର ଯୋଜନା ଆରମ୍ଭ କରିଛନ୍ତି ।

ଏଥିରେ କନ୍ୟା ର ବିବାହ ପାଇଁ ମିଳୁଛି ୪୦ ହଜାର ଟଙ୍କା ର ମୋଟା ଧନ ରାଶି।କିଛି ଦିନ ତଳେ ଏମିତି ନ୍ୟୁଜ ଭାଇରାଲ ହେବା ପରେ ପିଆଇବି ଫ୍ୟାକ୍ଟ ଚେକ ର ଏକ ଟିମ ତଦନ୍ତ ଆରମ୍ଭ କରି ଥିଲା।ଆଉ ତଦନ୍ତ ବେଳେ ଭାରତ ସରକାରଙ୍କ ପ୍ରେସ ଇନ୍ଫୋର୍ମେସନ ବ୍ୟୁରୋ ଏହି ଭାଇରାଲ ଖବର କୁ ଖଣ୍ଡନ କରି ସ୍ପଷ୍ଟ କରିଛି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ‘ପ୍ରଧାନ ମନ୍ତ୍ରୀ କନ୍ୟା ବିବାହ ଯୋଜନା’ ନାଁ ରେ କୌଣସି ଅର୍ଥ ପ୍ରଦାନ କରା ଯାଉ ନାହିଁ।

ଏମିତିକି କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ନାଁ ରେ କୌଣସି ଯୋଜନା ନାହିଁ କି ଆରମ୍ଭ ହେବାର ନାହିଁ ମଧ୍ୟ।ଯଦି ଏହି ଭଳି କୌଣସି ମିଥ୍ୟା ଖବର ଆପଣଙ୍କୁ ମିଳେ ତାହେଲେ factcheck.vip.geomi.in କିମ୍ବା ହ୍ଵାଟ୍ସଆପ ନମ୍ବର ୮୭୯୯୭୧୧୨୫୯ କିମ୍ବା [email protected] ରେ ଅଭିଯୋଗ କରି ପାରିବେ।ଏହି ସୂଚନା ପିଆଇବି ଫ୍ୟାକ୍ଟ ଚେକ ର ୱେବସାଇଟରେ ମଧ୍ୟ ଦିଆ ଯାଇଛି।

କରୋନା କାଳରେ ସାରା ଦେଶରେ ଯେମିତି ସ୍ଥିତି ରହିଛି ଏହି ସମୟରେ ଏମିତି ଅନେକ ମିଥ୍ୟା ଖବର ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି।ଏମିତି ମିଥ୍ୟା ଖବର ପ୍ରସାରଣ ନକରିବାକୁ ଭାରତ ସରକାରଙ୍କ ପ୍ରେସ ଇନ୍ଫୋର୍ମେସନ ବ୍ୟୁରୋ ଅନୁରୋଧ କରିବା ସହ ଏମିତି ଖବର ରୋକିବା କୁ ପ୍ରୟାସ ଆରମ୍ଭ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।