ନବୀନ ସରକାର ଙ୍କର ବଡ ଘୋଷଣା । ଏଥର ସବୁ ପରିବାର କୁ ମିଳିବ ସ୍ମାର୍ଟଫୋନ, ପ୍ରଥମେ କେଉଁ ମାନଙ୍କୁ ମିଳିବ ଏବଂ କଣ କରିବାକୁ ପଡିବ ଜାଣନ୍ତୁ…..

0

ଆମ ରାଜ୍ୟ ଓଡିଶା ପ୍ରକୃତି ର ଗନ୍ତାଘର। ଓଡିଶା ର ପ୍ରତ୍ୟେକ ଟି ସ୍ଥାନ ରେ ପ୍ରକୃତି ମାଆ ର ସୁନ୍ଦରତା କୁ ଦେଖିବାକୁ ମିଳିଥାଏ। ଏଥି ପାଇଁ ପ୍ରତିଦିନ ଆମ ରାଜ୍ୟ କୁ ହଜାର ହଜାର ଲୋକ ବୁଲିବା ପାଇଁ ଆସିଥାଆନ୍ତି। ଆଗରୁ ଆମ ରାଜ୍ୟ ଏତେ ଉନ୍ନତି ହୋଇନଥିଲା। ଏବେ ଧିରେ ଧିରେ ଆମ ରାଜ୍ୟ ଉନ୍ନତି ହେଉଛି, ଓଡିଶା ର ଲୋକ ମାନେ ମଧ୍ୟ ଉନ୍ନତି ଆଡକୁ ଅଗ୍ରସର ହେଉଛନ୍ତି। ତେବେ ଆଜି ବି ଆମ ରାଜ୍ୟରେ ଏପରି ଏକ ଜିଲ୍ଲା ଅଛି ଯେଉଁଠାରେ ଉନ୍ନତି ହୋଇପାରିନାହିଁ,ସେହି ଜିଲ୍ଲା ହେଉଛି ମାଲକାନଗିରି। ଏହି ଜିଲ୍ଲାରେ ପ୍ରକୃତି ର ସୌନ୍ଦର୍ଯ୍ୟ ସବୁ ଦେଖିବାକୁ ମିଳେ। ବିରାଟ ବିରାଟ ପାହାଡ ର ମଝିରେ ଅବସ୍ଥିତ ଏହି ଜିଲ୍ଲା।

ଏହି ଜିଲ୍ଲାରେ ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକ ମାନେ ବସ ବାସ କରନ୍ତି। ଏଠାକାର ଲୋକ ମାନଙ୍କ କଥା ବାର୍ତ୍ତା, ଖାଦ୍ୟ, ପର୍ବ ପର୍ବାଣୀ, ସମ୍ପୂର୍ଣ୍ଣ ଭାବେ ଅଲଗା। ଏହି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋବାଇଲ୍ ଏବଂ ଇଣ୍ଟରନେଟ ସେବା ପହଁଞ୍ଚି ପାରି ନାହିଁ। ଏହି ଜିଲ୍ଲାରେ ନକ୍ସଲ ମାନଙ୍କ ର ରାଜୁତି ଦେଖିବାକୁ ମିଳେ। ଏହି ଜିଲ୍ଲାର ଉନ୍ନତି ପଛରେ ସବୁବେଳେ ନବୀନ ସରକାର ଲାଗିଥାନ୍ତି। ତେବେ ଏଠାରେ ଆଉ ଏକ ଉନ୍ନତି ର ପାଦ ଚଢିଛନ୍ତି ନବୀନ ସରକାର। ଦେଖିବା ଆସନ୍ତୁ ନବୀନ ସରକାର ଏଠାରେ କେଉଁ ପ୍ରକାର ର ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଯାଉଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସ୍ବାଭିମାନ ଅଞ୍ଚଳ ର ସମସ୍ତ ଲୋକ ପରିବାର କୁ ସ୍ମାର୍ଟ ଫୋନ୍ ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ନବୀନ ସରକାର। ଆଜି ସ୍ବାଭିମାନ ଅଞ୍ଚଳ ର ଲୋକ ମାନଙ୍କ ସହ କଥା ହେବା ସହ ଏପରି ଏକ ବଡ ଘୋଷଣା କରିଛନ୍ତି ନବୀନ ସରକାର। ଆଜି ଏହି ଅଞ୍ଚଳ ରେ ସ୍ମାର୍ଟ ଫୋନ୍ ବଣ୍ଟନ କରିବା ସହ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ନବୀନ ସରକାର।

ସ୍ବାଭିମାନ ଅଞ୍ଚଳ ରେ ୪ ଟି ଟାୱାର୍ ହୋଇଛି, ଏବଂ ଖୁବ୍ ଶୀଘ୍ର ୪ଜି ଟାୱାର୍ ଦୁଇଟି ବସାଇବା ପାଇଁ ଘୋଷଣା କରିଛନ୍ତି ନବୀନ ସରକାର। ଏହି ଅଞ୍ଚଳର ବିକାଶ ପାଇଁ ୧୦୦ କୋଟି ଟଙ୍କା ର ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ ସରକାର। ରାସ୍ତାଘାଟ, ବିଦ୍ୟୁତ ସେବା, ଡିପ୍ ବିରୁଏଲ୍ ଦ୍ୱାରା ଜମି କୁ ଜଳ ଯୋଗାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି କୁହାଯାଇଛି। ଯାହା ଦ୍ୱାରା ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ମଧ୍ୟ କୁହାଯାଇଛି। ମାଓ କେଡର୍ ମାନେ ହିଂସା ଛାଡି ବିକାଶ ର ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଆହ୍ୱାନ ଦେଇଛନ୍ତି ନବୀନ।

ସ୍ବାଭିମାନ ଅଞ୍ଚଳ ର ବିକାଶ ପାଇଁ ଏହାର କାମ କୁ ଆଗକୁ ବଢ଼ାଇ ନେବା ପାଇଁ ୧୦୦ କୋଟି ଟଙ୍କା ର ପ୍ୟାକେଜ୍ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଏହାକୁ ସେ ଭିଡିଓ କନଫରେନ୍ସ ମାଧ୍ୟମ ରେ ଘୋଷଣା କରିଛନ୍ତି ନବୀନ ସରକାର। ପ୍ରଥମେ ଏହି ଅଞ୍ଚଳରେ ବିକାଶ ପାଇଁ ୧୦୦ କୋଟି ଟଙ୍କା ର ପ୍ୟାକେଜ୍ ଘୋଷଣା କରାଯାଇଥିବା ବେଳେ ପରେ ଏହା ୨୫୦ କୋଟି କୁ ବୃଦ୍ଧି କରାଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।