ସାବଧାନ ! ପୁଣି ସରକାର ଙ୍କର କଲେ ନୂଆ ନିୟମ । ସମୁଦ୍ର ପାଣି ଛୁଇଁଲେ ଦେବାକୁ ପଡିବ ଫାଇନ୍, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଆମେ ମାନେ ତ ନିଶ୍ଚିତ ଭାବେ ସମୁଦ୍ର ପାଖକୁ ଯାଇଥିବା, ସମୁଦ୍ର ପାଣି ରେ ଅନେକ ମଜା ମଧ୍ୟ ଉଠାଇଥିବା। ତେବେ ପ୍ରତ୍ୟେକ ଲୋକ ସମୁଦ୍ର ରେ ଢେଉ ଭାଙ୍ଗି ଅନେକ ମଜା ଉଠାଇ ଥାଆନ୍ତି। ଆମେ ମାନେ ପୁରୀ ସମୁଦ୍ର କୂଳ ରେ ଦେଖିଥିବା, କିପରି ଭାବରେ ଲୋକ ମାନେ ସମୁଦ୍ର କୂଳ ରେ ବହୁ ମାତ୍ରାରେ ଭିଡ କରିଥାଆନ୍ତି, ଅନେକ ଲୋକ ସମୁଦ୍ର ପାଣି ରେ ତାହାର ମଜା ମଧ୍ୟ ଉଠାଉଥାଆନ୍ତି। ଅନେକ ଲୋକ ଏହି ପାଣି ର ମଜା ଉଠାଉ ଉଠାଉ ବହୁତ ଭିତରକୁ ପଳାଇଯାଇଥାନ୍ତି, ଆଉ ଅନେକ ଙ୍କୁ ଢେଉ ମଧ୍ୟ ଟିଣିନିଏ। ଏହା ଦ୍ୱାରା ସେମାନଙ୍କ ର ମୃତ୍ୟୁ ମଧ୍ୟ ହୋଇଥାଏ। ପ୍ରତିବର୍ଷ ଆମ ରାଜ୍ୟରେ ପୁରୀ ରେ ଲୋକ ମାନେ ସମୁଦ୍ର ପାଣି ନିଜର ମଜା ଉଠାଉ ଥିବା ବେଳେ ପାଣି ଭିତରକୁ ଚାଲିଯାଆନ୍ତି,ଏମିତି ହୋଇ ଅନେକ ଲୋକ ମାନଙ୍କ ର ଜୀବନ ମଧ୍ୟ ଯାଇଥାଏ।


ଏହି କିଛି ଦିନ ତଳେ ପୁରୀ କୁ ବାହାର ରାଜ୍ୟରୁ ଆସିଥିବା କେତେ ଜଣ ପିଲା ସମୁଦ୍ର ରେ ଗାଧଉଥିବା ସମୟ ରେ ସେମାନଙ୍କ ମଧ୍ୟରୁ ଜଣ ଙ୍କୁ ଢେଉ ଟାଣି ନେଇଥିଲା। ସେଠାରେ ଥିବା ଏନ୍ଡିଆରେଫ୍ ଟିମ୍ ମାନେ ମଧ୍ୟ ତାଙ୍କୁ ଅନେକ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ। ୨୪ ଘଣ୍ଟା ପରେ ତାଙ୍କର ମୃତ ଦେହ ମିଳିଥିଲା। ଏହି ପରି ଭାବରେ ପ୍ରତିବର୍ଷ ଆମ ରାଜ୍ୟକୁ ଭ୍ରମଣ ପାଇଁ ଆସୁଥିବା ଏବଂ ଆମ ରାଜ୍ୟର ଲୋକ ମାନେ ସମୁଦ୍ର ପାଣି ରେ ମୃତ୍ୟୁ ବରଣ କରୁଛନ୍ତି। ଏହି ଦୁର୍ଘଟଣା କୁ ରୋକିବା ପାଇଁ ଆମ ସରକାର ଏକ ନୂଆ ନିୟମ ଲାଗୁ କରିଛନ୍ତି।ତେବେ ଆସନ୍ତୁ ଜାଣିବା ସେହି ନିୟମ ଟି କଣ।


କେନ୍ଦ୍ରାପଡ଼ା ର ରାଜନଗର ର ପେଣ୍ଠ ସମୁଦ୍ର କୂଳ ରେ ଏହି କିଛି ଦିନ ତଳେ ପାଖାପାଖି ୧୫ ଦିନ ଭିତରେ ଦୁଇ ଜଣ ଲୋକ ପାଣି ରେ ବଡି ସେମାନଙ୍କ ର ମୃତ୍ୟୁ ଘଟିଛି,ଏହି ଦୁଇ ଜଣ ଇଞ୍ଜିନିୟରିଂ ଷ୍ଟୁଡେଣ୍ଟ ଅଟନ୍ତି। ଦୁଇ ଜଣ ସମୁଦ୍ର କୁ ଗାଧୋଇବା ପାଇଁ ଯାଇଥିବା ସମୟ ରେ ପାଣି ରେ ଭାସିଯାଇଥିଲେ ଏବଂ ଏହା ପରେ ଏମାନଙ୍କ ର ମୃତ୍ୟୁ ଘଟିଥିଲା। ନଭେମ୍ବର ୧ ତାରିଖରେ ଯାଜପୁର ଜିଲ୍ଲାର ଜରି ଗାଁ ର ଗୌରବ ରଥ ପାଣି ରେ ଭାସା ଯାଇଥିଲେ। ଏହାପରେ ୧୫ ତାରିଖରେ ୧୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଗୁପ୍ତିରା ଗାଁ ର ସତ୍ୟଜିତ ବାଇ ସମୁଦ୍ର କୁ ଗାଧୋଇବା କୁ ଯାଇଥିବା ବେଳେ ପାଣି ରେ ଭାସି ଯାଇଥିଲେ। ଏହାପରେ ଏହି ଦୁହିଁଙ୍କ ମଧ୍ୟରୁ ଜଣ ଙ୍କ ର ମୃତ ଦେହ ମିଳିଥିବା ବେଳେ ଆଉ ଜଣଙ୍କ ର ଏପର୍ଯ୍ୟନ୍ତ ମିଳିପାରିନାହିଁ।


ଏହାପରେ ପ୍ରଶାସନ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି। ଏହାପରେ ଆପଣ ମାନେ ସମୁଦ୍ର ପାଣି କୁ ଛୁଇଁଲେ ମଧ୍ୟ ଦେବାକୁ ପଡିବ ଫାଇନ୍ ଏପରିକି ଗୋଡ ଯଦି ପାଣି ରେ ବାଜି ଯାଏ ତେବେ ବି ଆପଣ ମାନଙ୍କୁ ଫାଇନ୍ ଦେବାକୁ ପଡିବ। ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଏହି ନିୟମ କୁ ଲାଗୁ କରିଛନ୍ତି।  ଏଥିପାଇଁ କେନ୍ଦ୍ରାପଡ଼ା ପ୍ରଶାସନ ପକ୍ଷରୁ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି ରାଜନଗର ପେଣ୍ଠ ସମୁଦ୍ର କୂଳ ରେ। ଏହା ସହିତ ନାଲି ପତାକା ମଧ୍ୟ ଲଗାଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକ ମାନଙ୍କୁ ଏହା ପାଇଁ ଅବଗତ ମଧ୍ୟ କରାଇ ଦିଆଯାଇଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।