ତହସିଲ୍ ଅଫିସ୍ ଏବଂ ଆରଆଇ ଅଫିସ୍ ରେ ପାଉତି ଭରିବା ପାଇଁ ଦେଖନ୍ତୁ କିପରି ଅନଲାଇନ୍ ରେ ଅତି ସହଜ ରେ ଭରିବେ ନିଜର ପାଉତି।

0

ଆଜି କାଲି ର ଯୁଗ ର ତ ସ୍ମାର୍ଟ ଫୋନ୍ ଯୁଗ,ଆଜି କାଲି ର ଲୋକ ମାନେ ବି ସ୍ମାର୍ଟ ଫୋନ୍ ପରି ବହୁତ ସ୍ମାର୍ଟ ହୋଇ ଗଲେଣି। ସ୍ମାର୍ଟ ଫୋନ୍ ମାଧ୍ୟମରେ ଘରେ ବସି ଲୋକ ମାନେ ସବୁ କିଛି କାମ କୁ କରି ପାରୁଛନ୍ତି। ଲୋକ ମାନେ ଆଜି କାଲି ଘରେ ବସି ସ୍ମାର୍ଟ ଫୋନ୍ ସାହାଯ୍ୟ ରେ ଘର ର ଇଲେକ୍ଟ୍ରି ବିଲ୍ ଭରିବା ଠାରୁ ଆରମ୍ଭ କରି ଘର ର ସଉଦା ଆଣିବା ପର୍ଯ୍ୟନ୍ତ ସବୁ କିଛି କାମ କରୁଛନ୍ତି।

ତେବେ ଆମେ ମାନେ ନିଶ୍ଚିତ ଭାବେ ଆମ ଘର ର ପାଉଟି ବା ଘରର ଖଜଣା ଦେଉଥିବା, ଏଥି ପାଇଁ ଆମ ମାନଙ୍କୁ ତହସିଲ୍ ଅଫିସ୍ ରେ ଏବଂ ଆରଆଇ ଅଫିସ୍ ରେ ଲମ୍ବା ଲମ୍ବା ଲାଇନ୍ କରି ଠିଆ ହେବାକୁ ମଧ୍ୟ ପଡିଥାଏ। ଅନେକ ସମୟ ରେ ଏତେ ଏତେ ବଡ ଲମ୍ବା ଲାଇନ୍ ରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା ପରେ ମଧ୍ୟ ଆମେ ମାନେ ଖଜଣା ଦେଇ ପାରି ନଥାଉ। ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ ପରି ଭାବରେ ଆପଣ ମାନେ ଅନଲାଇନ୍ ରେ ନିଜ ଘର ର ଖଜଣା ଭରି ପାରିବେ। ଏହା ଦ୍ୱାରା ଆପଣ ମାନଙ୍କୁ ଆଉ ଲମ୍ବା ଲମ୍ବା ଲାଇନ୍ ଠିଆ ହୋଇ ନିଜର ଗୋଡ ବଥା କରିବାକୁ ପଡିବ ନାହିଁ ଏବଂ ଏହା ଦ୍ୱାରା ଆପଣ ମାନଙ୍କ ର ଅନେକ ସମୟ ମଧ୍ୟ ବଞ୍ଚିଯିବ।

*ୱେବସାଇଟ:-

ଆପଣ ମାନଙ୍କୁ ସେମ୍ ଟୁ ସେମ୍ ପ୍ରସିଡୋର୍ ଫଲୋ କରିବାକୁ ପଡିବ। ପ୍ରଥମେ ଆପଣ ମାନେ ଗୁଗଲ୍ ଯିବେ, ଗୁଗୁଲ ରେ ଲ୍ୟାଣ୍ଡ ରେଭେନ୍ୟୁ ଟାଇପ୍ କରିବେ। ଟାଇପ୍ କରିବା ପରେ ଆପଣ ମାନଙ୍କ ମୋମାଇଲ୍ ରେ ଏକ ପେଜ୍ ଆସିବ ଯେଉଁ ଥିରେ ପ୍ରଥମେ ଏକ ୱେବ୍ ସାଇଟ୍ ଆସିବ ଯାହାର ନାମ ହେଉଛି, ଓଡିଶା ଲ୍ୟାଣ୍ଡ ରେଭେନ୍ୟୁ ଡଟ୍ ଏନ୍ ଆଇସି ଡଟ୍ ଇନ୍। ଏହା ଉପରେ କ୍ଲିକ୍ କରିବେ।ସେହି ୱେବ୍ ସାଇଟ୍ ରଜ କ୍ଲିକ୍ କରିବା ପରେ ଏକ ଇଣ୍ଟରଫେସ ଆସିବ। ଯେଉଁ ଥିରେ କି ପେ ଲ୍ୟାଣ୍ଡ ରେଭେନ୍ୟୁ ବୋଲି ଏକ ଅପସନ୍ ଆସିବ ତା ଉପରେ କ୍ଲିକ୍ କରିବେ। ଏହାପରେ ଏକ ଫର୍ମ ଆସିବ ଯେଉଁ ଫର୍ମ ଟି କୁ ଆପଣ ମାନଙ୍କୁ ପୂରଣ କରିବାକୁ ହେବ।

*ଫର୍ମ ପୂରଣ କରିବା ପ୍ରଣାଳୀ:-

ଏଥିରେ ଅନେକ ଗୁଡିଏ ଅପ୍ସନ୍ ଥିବ, ସେଥିମଧ୍ୟରୁ ଏକ ଫାଇନାନ୍ସିଆଲ୍ ଇଅର୍ ବୋଲି ଏକ ଅପ୍ସନ୍ ଥିବ ସେଥିରେ କ୍ଲିକ୍ କରିବାକୁ ପଡିବ। ସେଥିରେ ଆମକୁ ଇଅର୍ 2020-21 ଚୁଜ୍ କରିବାକୁ ପଡିବ। ତା ପରେ ଆପଣଙ୍କୁ ଆପଣଙ୍କ ର ଜିଲ୍ଲା ଚୁଜ୍ କରିବାକୁ ହେବ। ଏହା ପରେ ନିଜର ତହସିଲ୍ ଚୁଜ୍ କରିବେ। ଏହା ପରେ ନିଜର ଗାଁ ନାମ କୁ ଏଣ୍ଟର୍ କରିବେ। ଏହାପରେ ନିଜର ଖାତା ନମ୍ବର ଟି କୁ ଏଣ୍ଟର କରିବେ। ଏହା ପରେ ଟିକେ ସମୟ ପ୍ରୋସେସିଂ ହେବ। ଏହାପରେ ଆପଣ ଙ୍କ ର ସେହି ଜମି ଟି କାହା ନାମରେ ଅଛି ଏବଂ କେତେ ଅଛି ତାହାର ଟୋଟାଲ୍ ଡାଟା ସେଠାରେ ସୋ କରିବ।

*ଅନଲାଇନ୍ ପେମେଣ୍ଟ ପ୍ରଣାଳୀ:-

ଏହାପରେ ଏକ ପେଜ୍ ଆସିବ ଯେଉଁ ଥିରେ ଆପଣ ମାନଙ୍କୁ ଡିପୋଜିଟର୍ ନେମ୍ ମାଗୁଥିବ। ସେଠାରେ କ୍ଲିକ୍ କରିବେ, ତେବେ ଆପଣ ଜମି ମାଲିକ ଙ୍କ ର ସମ୍ପର୍କ ରେ କଣ ହେବେ ତାହା ମଧ୍ୟ ଆପଣ ଲେଖିବେ, ସେଠାରେ କେତେକ ଅପ୍ସନ୍ ଆସିବ, ଆପଣ ମାନଙ୍କୁ ସେହି ମଧ୍ୟରୁ ସେଠାରୁ କ୍ଲିକ୍ କରିବାକୁ ପଡିବ। ଏହାପରେ ନିଜର ଆଡ୍ରେସ୍ ଟି କୁ ଏଠାରେ ଲେଖିବେ। ମୋବାଇଲ୍ ନମ୍ବର ଦେଇ, ଇମେଲ୍ ଆଇଡି ଦେଇ ସେଠାରେ ଥିବା କ୍ୟାପ୍ଚର୍ ଟି ରେ କ୍ଲିକ୍ କରିଦେବେ। ଏହା ପରେ ଏକ ମେସେଜ୍ ଆସିବ ଆପଣ ଙ୍କୁ ସେଠାରେ ଇଏସ୍ ରେ କ୍ଲିକ୍ କରିବାକୁ ହେବ। ଏହାପରେ ଏକ ପେଜ୍ ଆସିବ ଯେଉଁ ଥିରେ ଆପଣ ଙ୍କ ର ଚାଲାଣ ରେଫେରେନ୍ସ ନମ୍ବର ଆସିବ ଏବଂ କେତେ ଟଙ୍କା ପେ କରିବେ ତାହା ମଧ୍ୟ ଆସିବ। ଏହାପରେ ଆପଣ କେଉଁ ମାଧ୍ୟମରେ ଟଙ୍କା ପେମେଣ୍ଟ କରିବେ ସେହି ସବୁ ର କିଛି ଅପ୍ସନ୍ ମଧ୍ୟ ଆସିବ। ସେହି ମଧ୍ୟରୁ ଆପଣ କେଉଁ ଥିରେ ନିଜର ପେମେଣ୍ଟ କରିବେ ସେହି ଅପ୍ସନ୍ ରେ କ୍ଲିକ୍ କରି ନିଜର ଖଜଣା ଭରି ଦେବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।