ବ୍ରଣ ଏବଂ କଳା ଦାଗ ଦୂର କରିବା ପାଇଁ ସହଜ ଘରୋଇ ଉପଚାର 100% ଗ୍ୟାରେଣ୍ଚି ବ୍ୟବହାର କରିଲେ ଜାଣି ପାରିବେ

0

ଆମ ସମାଜ ରେ ସମସ୍ତ ଯୁବ ପିଢୀ ନିଜ ନିଜର ସୁନ୍ଦରତା ଓ ରୂପ କୁ ବ୍ୟସ୍ତ ରହିଥାନ୍ତି । ଯଦିଓ ଭଗବାନ ଆମ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱତନ୍ତ୍ର ଚେହେରା ଦେଇଛନ୍ତି କିନ୍ତୁ ପ୍ରାୟ ସମସ୍ତେ ସେହି ରୂପ ବା ଚେହେରା କୁ ନେଇ ଖୁସି ହୋଇପାରନ୍ତି ନାହିଁ । ସେମାନେ ସେହି ପ୍ରାକୃତିକ ରୂପ ଟୀକୁ ଆହୁରି ଭଲ ଓ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି।ଏବଂ ଏହି ରୂପ ମଧ୍ୟରେ ଶାରୀରିକ ଗଠନ ଅନ୍ୟତମ ହୋଇଥାଏ ଯାହାକୁ ବର୍ତ୍ତମାନ ର ଯୁବପୀଢ଼ି ସବୁବେଳେ ନିୟନ୍ତ୍ରଣ ରେ ରଖିବାକୁ ଚାହାନ୍ତି । ଏହା ପ୍ରାୟ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଟିକେ ଅଧିକ ଚିନ୍ତା କରିଥାନ୍ତି ନିଜର ସୁନ୍ଦର ରୂପ ଓ ତ୍ୱଚା ଉପରେ । ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିବା ସହ ବହୁ କସମେଟିକ ମଧ୍ୟ ବ୍ୟବହାର କରିଥାନ୍ତି ।


କିନ୍ତୁ ଏହିପରି ସବୁ ପ୍ରଡକ୍ଟ ବା କସମେଟିକ ବ୍ୟବହାର କରିବା ଦ୍ବାରା ଏହା ବେଳେ ବେଳେ ଆମର ଶରୀର ପ୍ରତି ଖରାପ ପ୍ରଭାବ ପକେଇଥାଏ ।କାରଣ ଏଥିରେ କିଛି କେମିକାଲ ର ବ୍ୟବହାର ହୋଇଥାଏ। ତେଣୁ ଆମେ ଆଜି ଆପଣଙ୍କୁ ଜାଣେଇବୁ ଏକ ଘୋରାଇ ଉପାୟ ଯାହା ଆପଣଙ୍କର ମୁହଁରେ ଥିବା ସମସ୍ତ ବ୍ରଣ ଓ ଦାଗ କୁ ଭଲ କରିବା ସହ ଆପଣଙ୍କୁ ଏକ ସୁନ୍ଦର ଓ ଆକର୍ଷଣିୟ ଚେହେରା ଦେବ ।ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତି କରିବାର ପ୍ରଣାଳୀ ଏବଂ ଆବଶ୍ୟକ ସାମଗ୍ରୀ ଉପରେ ।

ଆବଶ୍ୟକ ସାମଗ୍ରୀ :

୧.କିଛି ସଫା ଓ କଞ୍ଚା ଲିମ୍ବ ପତ୍ର
୨.ଅଳ୍ପ କିଛି ହଳଦୀ ଗୁଣ୍ଡ
୩.ଅଳ୍ପ ପରିମାଣ ର ଦହି
୪.ଗୋଟିଏ କାକୁଡ଼ି

ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ:-

ପ୍ରଥମେ କଞ୍ଚା ନିମ୍ବ ପତ୍ରକୁ ଭଲ ଭାବରେ ଢାଇନିନ୍ତୁ ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିବା ପରେ ଏହାକୁ ଏକ ପାତ୍ର କୁ ବାହାର କରିନେଇ ସେଥିରେ କିଛି ଦହି ଓ କିଛି ହଳଦୀ ଗୁଣ୍ଡ କୁ ପକେଇ ଭଲ ଭାବରେ ମିକ୍ସ କରିନିଅନ୍ତୁ ।ଆପଣ ଙ୍କୁ କହି ରଖୁଚୁ ଯେ ,ହଳଦୀ ଗୁଣ୍ଡ ଓ ଦହି ମିସେଇବା ଫଳରେ ଏହା ଆମର ମୁହଁର ଦାଗ କୁ ଭଲ ସମ୍ପୂର୍ଣ୍ଣ କ୍ଲିୟର କରିବା ସହ ମୁହଁର ଏକ ଚମକ ଆଣିଦେଇଥାଏ।

ଏହାକୁ ବ୍ୟବହାର କିପରି କରିବେ:-

ଏହି ପେଷ୍ଟ ଟି ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ନିଜ ମୁହଁରେ ଲଗାନ୍ତୁ ।ତେବେ ଲଗେଇବା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇନିଅନ୍ତୁ ।ଏବଂ ଏହି ପେଷ୍ଟ କୁ ମୁହଁରେ ଲଗାନ୍ତୁ ।ଏବଂ ଆଖିକୁ କାକୁଡି ସାହାଯ୍ୟ ରେ ବନ୍ଦ କରିନିଅନ୍ତୁ ।ଏବଂ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ରଖିବା ପରେ ଧୋଇନିଅନ୍ତୁ ।ଧୋଇବା ସମୟରେ ପ୍ରଥମେ ମୁହଁରେ କିଛି ପାଇଁ ଲଗେଇ ଏହାକୁ ମେସେଜ କରନ୍ତୁ ଓ ପରେ ଧୋଇ ଦିଅନ୍ତୁ ।ଏହି ପରି ଭାବରେ ଦିନ କୁ ଥରେ ବ୍ୟବହାର କରନ୍ତୁ ମାତ୍ର ଗୋଟିଏ ସପ୍ତାହ ତା ପରେ ଦେଖିବେ ଆପଣଙ୍କ ମୁହଁରେ ଥିବା ସମସ୍ତ ବ୍ରଣ ଓ ଦାଗ ଭଲ ହୋଇଯିବେ ଓ ମୁହଁରେ ଚମକ ଆସିଯିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।